ପୱନ ସିଂଙ୍କୁ ଦଳରୁ ବିଦା କଲା ଭାଜପା
ପାଟନା,୨୨।୫: ଭୋଜପୁରୀ ପାୱାରଷ୍ଟାର ପୱନ ସିଂଙ୍କୁ ଭାଜପା ଦଳରୁ ବହିଷ୍କାର କରାଯାଇଛି। ଲୋକ ସଭା ନିର୍ବାଚନରେ ଏନଡିଏର ପ୍ରାଧିକୃତ ପ୍ରାର୍ଥୀଙ୍କ ବିରୋଧରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ବୁଧବାର ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ରାଜ୍ୟ ମୁଖ୍ୟାଳୟର ଦାୟିତ୍ୱରେ ଥିବା ଅରବିନ୍ଦ ଶର୍ମା ଦେଇଥିବା ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ପୱନ ସିଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହାଦ୍ୱାରା ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ତାଙ୍କୁ କୁହାଯାଇଛି ଯେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଆପଣ (ପୱନ […] The post ପୱନ ସିଂଙ୍କୁ ଦଳରୁ ବିଦା କଲା ଭାଜପା appeared first on Dharitri Odia News.
ପାଟନା,୨୨।୫: ଭୋଜପୁରୀ ପାୱାରଷ୍ଟାର ପୱନ ସିଂଙ୍କୁ ଭାଜପା ଦଳରୁ ବହିଷ୍କାର କରାଯାଇଛି। ଲୋକ ସଭା ନିର୍ବାଚନରେ ଏନଡିଏର ପ୍ରାଧିକୃତ ପ୍ରାର୍ଥୀଙ୍କ ବିରୋଧରେ ସେ ପ୍ରତିଦ୍ୱନ୍ଦ୍ୱିତା କରୁଥିବାରୁ ବୁଧବାର ଦଳ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।
ରାଜ୍ୟ ମୁଖ୍ୟାଳୟର ଦାୟିତ୍ୱରେ ଥିବା ଅରବିନ୍ଦ ଶର୍ମା ଦେଇଥିବା ଚିଠିରେ ସ୍ପଷ୍ଟ ଭାବେ ଦର୍ଶାଯାଇଛି, ପୱନ ସିଂ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏହାଦ୍ୱାରା ଦଳର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହୋଇଛି। ତାଙ୍କୁ କୁହାଯାଇଛି ଯେ, ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ଆପଣ (ପୱନ ସିଂ) ଦଳର ଶୃଙ୍ଖଳା ବିରୋଧରେ ଏହା କରିଛନ୍ତି। ତେଣୁ ପାର୍ଟି ବିରୋଧୀ କାର୍ଯ୍ୟ ପାଇଁ ମାନ୍ୟବର ରାଜ୍ୟ ସଭାପତିଙ୍କ ନିର୍ଦ୍ଦେଶ ଅନୁଯାୟୀ ଆପଣଙ୍କୁ ଦଳରୁ ବହିଷ୍କାର କରାଯାଇଛି।
ପୱନ ସିଂ ବିହାରର କରକାଟ ଲୋକ ସଭା ଆସନରୁ ଜଣେ ସ୍ବାଧୀନ ପ୍ରାର୍ଥୀ ଭାବରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦିଙ୍କ ବିରୋଧରେ ଅନେକ ଥର ବିବୃତ୍ତି ଦେଇଛନ୍ତି। କିଛି ଦିନ ପୂର୍ବରୁ ଭାଜପା ନେତା ପ୍ରେମ କୁମାର ଚେତାବନୀ ଦେଇଥିଲେ, ଦଳ ପୱନ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ଏବେ ଭାଜପା ପୱନ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
କରକାଟ ଲୋକସଭା ଆସନ ପାଇଁ ଭୋଟ ଜୁନ ୭ରେ ସପ୍ତମ ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ଉପେନ୍ଦ୍ର କୁଶୱାହା ଏନଡିଏର ପ୍ରାର୍ଥୀ ଅଟନ୍ତି। ଏହି ଆସନରେ ଏକ ତ୍ରିକୋଣୀୟ ପ୍ରତିଯୋଗିତା ଅଛି।
The post ପୱନ ସିଂଙ୍କୁ ଦଳରୁ ବିଦା କଲା ଭାଜପା appeared first on Dharitri Odia News.