ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ରମେଶ ମେହେର(୫୫)। ଗୌର ମେହେର(୩୨) ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଉଭୟେ ସ୍ଥାନୀୟ ଭେଡ଼େନ ଗ୍ରାମର ଏବଂ ସମ୍ପର୍କରେ ଶ୍ୱଶୁର, ଜ୍ୱାଇଁ ଅଟନ୍ତି । ମିଳିଥିବା ସୂଚନା ମୁତାବକ, ଶ୍ୱଶୁର, ଜ୍ୱାଇଁ […] The post ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର appeared first on Dharitri Odia News.

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟଜଣେ ଗୁରୁତର ହୋଇଛନ୍ତି। ମୃତକ ହେଲେ ରମେଶ ମେହେର(୫୫)। ଗୌର ମେହେର(୩୨) ଗୁରୁତର ହୋଇ ଚିକିତ୍ସାଧୀନ ଅଛନ୍ତି। ଉଭୟେ ସ୍ଥାନୀୟ ଭେଡ଼େନ ଗ୍ରାମର ଏବଂ ସମ୍ପର୍କରେ ଶ୍ୱଶୁର, ଜ୍ୱାଇଁ ଅଟନ୍ତି ।
ମିଳିଥିବା ସୂଚନା ମୁତାବକ, ଶ୍ୱଶୁର, ଜ୍ୱାଇଁ କୌଣସି ଏକ ଘରୋଇ କାର୍ଯ୍ୟରେ ବାଇକ୍‌ ଯୋଗେ ବକଟୀ ପଞ୍ଚାୟତ ଅନ୍ତର୍ଗତ ବୁରଦା ଗ୍ରାମକୁ ଯାଇ ଘରକୁ ଫେରୁଥିଲେ। ହେଲେ ହଠାତ୍‌ ଏକ ଗାଈ ରାସ୍ତା ଉପରକୁ ଉଠି ବାଇକ୍‌ ସାମ୍‌ନାକୁ ଚାଲି ଆସିବାରୁ ବାଇକ୍‌ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫଳରେ ସେମାନେ ରାସ୍ତାରେ ଛିଟିକି ପଡି ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭେଡ଼େନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ। ସେଠାରେ ଡାକ୍ତର ଶ୍ୱଶୁର ରମେଶଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଭେଡ଼େନ ଥାନା ପୋଲିସ ଏକ ମାମଲା ରୁଜୁ କରିବା ସହ ବାଇକ୍‌କୁ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

 

The post ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର appeared first on Dharitri Odia News.