ଚମକାଇଲା ଅପରାଜିତାଙ୍କ ବୟାନ, ମୁଖ୍ୟମନ୍ତ୍ରୀ ଡିବେଟ୍‌ ପାଇଁ ହେଲେ…

ଭୁବନେଶ୍ୱର,୨୩।୫: ପଳାଶପଲ୍ଲୀଠାରେ ପ୍ରେସମିଟ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଗୁରୁବାର ଏଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣ ଦେଲେନାହିଁ କି ଡିବେଟ ପାଇଁ ରାଜି ହେଲେନି। ୪୮ଘଣ୍ଟା ବିତିଗଲା। ଡିବେଟ ପାଇଁ କେଉଁଠିକି ଯିବି କହିଲେ ବି ନାହିଁ। ଏହାର ଅର୍ଥ କ’ଣ କହୁଛି ବୋଲି ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି। ଅପରାଜିତା ଗତ ୫ ବର୍ଷର ହିସାବ ଦେବା ସହିତ ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଗୋଷ୍ଠୀଙ୍କୁ ସମାଲୋଚନା […] The post ଚମକାଇଲା ଅପରାଜିତାଙ୍କ ବୟାନ, ମୁଖ୍ୟମନ୍ତ୍ରୀ ଡିବେଟ୍‌ ପାଇଁ ହେଲେ… appeared first on Dharitri Odia News.

ଚମକାଇଲା ଅପରାଜିତାଙ୍କ ବୟାନ, ମୁଖ୍ୟମନ୍ତ୍ରୀ ଡିବେଟ୍‌ ପାଇଁ ହେଲେ…

ଭୁବନେଶ୍ୱର,୨୩।୫: ପଳାଶପଲ୍ଲୀଠାରେ ପ୍ରେସମିଟ କରିଛନ୍ତି ଭୁବନେଶ୍ୱର ଏମପି ଅପରାଜିତା ଷଡଙ୍ଗୀ। ଗୁରୁବାର ଏଠାରେ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମାଣ ଦେଲେନାହିଁ କି ଡିବେଟ ପାଇଁ ରାଜି ହେଲେନି। ୪୮ଘଣ୍ଟା ବିତିଗଲା। ଡିବେଟ ପାଇଁ କେଉଁଠିକି ଯିବି କହିଲେ ବି ନାହିଁ। ଏହାର ଅର୍ଥ କ’ଣ କହୁଛି ବୋଲି ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି।

ଅପରାଜିତା ଗତ ୫ ବର୍ଷର ହିସାବ ଦେବା ସହିତ ମୁଖ୍ୟମନ୍ତ୍ରୀ ଓ ତାଙ୍କ କୋଟେରୀ ଗୋଷ୍ଠୀଙ୍କୁ ସମାଲୋଚନା କରିଛନ୍ତି। ଅପରାଜିତା କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଭିଡିଓ ବାର୍ତ୍ତା ଶୁଣିବା ପରେ ଡିବେଟ ପାଇଁ ଡାକିଥିଲି। ଗତ ୫ ବର୍ଷରେ ଭୁବନେଶ୍ୱର ସଂସଦୀୟ କ୍ଷେତ୍ରରେ ଯେଉଁ ସବୁ ବିକାଶ ମୂଳକ କାର୍ଯ୍ୟ କରିଛି, ତାକୁ ନେଇ ଡିବେଟ ପାଇଁ ନିବେଦନ କରିଥିଲି। ସେଥିପାଇଁ ତିଥି, ସମୟ ଓ ସ୍ଥାନ କେଉଁଠି କହିବାକୁ ଅନୁରୋଧ କରିଥିଲି। ହେଲେ ସେ ରାଜି ହେଲେନି।

The post ଚମକାଇଲା ଅପରାଜିତାଙ୍କ ବୟାନ, ମୁଖ୍ୟମନ୍ତ୍ରୀ ଡିବେଟ୍‌ ପାଇଁ ହେଲେ… appeared first on Dharitri Odia News.