ଚମକିପଡିଲେ ସବୁ ନେତା! ଅଧା ଗଣତିରୁ ଏତେ ବଡ଼କଥା କହିଦେଲେ କଳ୍ପନା

ରାଞ୍ଚି,୨୩।୧୧: ୨୪ବର୍ଷର କେର୍ଡ ଭାଙ୍ଗିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏନଡିଏକୁ ପଛରେ ପକେଇ ଆଗରେ ସୋରେନଙ୍କ ସହ ଇଣ୍ଡିଆ ମେଣ୍ଟ । ରାଜ୍ୟରେ ଇଣ୍ଡିଆ ମେଣ୍ଟକୁ ବହୁମତ ମିଳିସାରିଛି। ଦଳ ୫୧ ସିଟ୍‌ରେ ଟେଣ୍ଡ କରୁଥିବାବେଳ ଏନଡିଏ ୨୯ସିଟ୍‌ ପଛରେ ରହିଛି। ତେବେ ଗଣତି ମଝିରେ କଳ୍ପନା ସୋରେନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେବି ଭୋଟ ଗଣତି ଜାରି ରହିଛି। ଆଉ କେଇ ଘଣ୍ଟା ମଧ୍ୟରେ ଫଳାଫଳ ଆସିବ। ୨୩ ତାରିଖର ଅପେକ୍ଷା ସମସ୍ତେ […] The post ଚମକିପଡିଲେ ସବୁ ନେତା! ଅଧା ଗଣତିରୁ ଏତେ ବଡ଼କଥା କହିଦେଲେ କଳ୍ପନା appeared first on Dharitri Odia News.

ଚମକିପଡିଲେ ସବୁ ନେତା! ଅଧା ଗଣତିରୁ ଏତେ ବଡ଼କଥା କହିଦେଲେ କଳ୍ପନା

ରାଞ୍ଚି,୨୩।୧୧: ୨୪ବର୍ଷର କେର୍ଡ ଭାଙ୍ଗିଛନ୍ତି ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ। ଏନଡିଏକୁ ପଛରେ ପକେଇ ଆଗରେ ସୋରେନଙ୍କ ସହ ଇଣ୍ଡିଆ ମେଣ୍ଟ । ରାଜ୍ୟରେ ଇଣ୍ଡିଆ ମେଣ୍ଟକୁ ବହୁମତ ମିଳିସାରିଛି। ଦଳ ୫୧ ସିଟ୍‌ରେ ଟେଣ୍ଡ କରୁଥିବାବେଳ ଏନଡିଏ ୨୯ସିଟ୍‌ ପଛରେ ରହିଛି।

ତେବେ ଗଣତି ମଝିରେ କଳ୍ପନା ସୋରେନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଏବେବି ଭୋଟ ଗଣତି ଜାରି ରହିଛି। ଆଉ କେଇ ଘଣ୍ଟା ମଧ୍ୟରେ ଫଳାଫଳ ଆସିବ। ୨୩ ତାରିଖର ଅପେକ୍ଷା ସମସ୍ତେ କରିଥିଲେ। ଝାଡଖଣ୍ଡର ଜନତା ବିକାଶର ରାସ୍ତା ଖୋଲିଛନ୍ତି। ଏବେ ଝାଡକଣ୍ଡର ନୁହେଁ ମୈୟାଙ୍କର ବିଜୟ ହୋଇଛି।

ସୂଚନାଯୋଗ୍ୟ ଯେ, ଝାଡ଼ଖଣ୍ଡ ବିଧାନସଭାର ସମସ୍ତ ୮୧ଟି ଆସନ ପାଇଁ ମୋଟ ୨ଟି ପର୍ୟ୍ୟାୟରେ ଭୋଟ ପଡିଥିଲା । ନଭେମ୍ବର ୧୩ ତାରିଖରେ ପ୍ରଥମ ପର୍ୟ୍ୟାୟ ଭୋଟ ପଡିଥିବାବେଳେ, ନଭେମ୍ବର ୨୦ରେ ପଡିଥିଲା ଦ୍ୱିତୀୟ ପର୍ୟ୍ୟାୟ ଭୋଟ । ଏଠାରେ ଭାଜପା ଏବଂ ଏଜେଏସୟୁ ମିଳିତ ଭାବେ ନିର୍ବାଚନ ଲଢୁଥିବାବେଳେ, ଜେଏମଏମ ଏବଂ କଂଗ୍ରେସ ଏକାଠି ମିଶି ନିର୍ବାଚନ ଲଢୁଛନ୍ତି ।

The post ଚମକିପଡିଲେ ସବୁ ନେତା! ଅଧା ଗଣତିରୁ ଏତେ ବଡ଼କଥା କହିଦେଲେ କଳ୍ପନା appeared first on Dharitri Odia News.