ଚମକିଲେ ଓଡିଆ ଝିଅ, ୨୦୨୪ ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ଅନନ୍ୟା ପଣ୍ଡା

ଭୁବନେଶ୍ୱର ୨୬।୦୮ : ଓଡିଆ ଝିଅଙ୍କ କମାଲ୍‌ । ଫେମିନା ମିସ୍‌ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କଲେ ଓଡିଆ ଝିଅ ଅନନ୍ୟା ପଣ୍ଡା । ଏକମାତ୍ର ଓଡିଆ ଝିଅ ଭାବେ ମିସ୍‌ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଅନନ୍ୟା । ଅଗଷ୍ଟ ୮ ରେ କୋଲକାତାରେ ଆୟୋଜିତ ଇଷ୍ଟ ଜୋନ୍‌ ପାଇଁ ଆୟୋଜିତ ପ୍ରଥମ ଅଡିସନ୍‌ର ଟପ୍‌ ୫ରେ ସ୍ଥାନ ପାଇଥିଲେ ଅନନ୍ୟା । ଅନନ୍ୟା ପଣ୍ଡାଙ୍କ ଘର ଓଡିଶାର କଟକ ଜିଲ୍ଲାରେ । ତାଙ୍କ ବାପା ସିଦ୍ଧାର୍ଥ ପଣ୍ଡା ଜଣେ ଅବସର ପ୍ରାପ୍ତ ନୌସେନା କମାଣ୍ଡର ଏବଂ ମାଙ୍କ ନା ଅଞ୍ଜୁ ପଣ୍ଡା । ପିଲାବେଳୁ ମଡେଲିଂ ପାଇଁ ଅନନ୍ୟାଙ୍କ ଦୁର୍ବଳତା ରହିଥିଲା । ହଲେ ପାଠ ପଢା ଏସବୁ କରିବା ପାଇଁ ସମୟ ଦେଉନଥିଲା । ପାଠ ପଢା ସରିବା ପରେ ଏବେ ବାଙ୍ଗାଲୋରରେ ଏକ ସଫ୍ଟଓ୍ୱେୟାର୍‌ କମ୍ପାନୀରେ ଚାକିରି କରୁଛନ୍ତି। ଚାକିରି ହେବା ପରେ ମେଡଲିଂ ଦୁନିଆରେ ପାଦ ରଖିବାକୁ ଇଛା ବଳାଇଥିଲେ। ମାଙ୍କ ପ୍ରେରଣା ନେଇ ମେଡଲିଂ ଦୁନିଆରେ ପାଦ ରଖିଥିଲେ । ଏପିରିକି ଚାକିରି କରିବା ସମୟରେ କିଛି ମଡେଲିଂ କୋର୍ସ ମଧ୍ୟ କରିଥିଲେ ଅନନ୍ୟା। ଛୋଟ ବେଳରୁ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜର ଆଇଡଲ ଭାବେ ମାନନ୍ତି ଅନନ୍ୟା ।ଶେଷରେ ତାଙ୍କର ଏହି ଦୃଢ ଇଚ୍ଛା ଶକ୍ତି ଅନନ୍ୟାଙ୍କୁ ମିସ୍‌ ଓଡିଶା ପ୍ରତିଯୋଗିତାରେ ଭାଗ ନେବାକୁ ବାଧ୍ୟ କରିଥିଲା। ଆଜିକା ସମୟରେ ସେ ଫେମିନା ମିସ୍‌ ଓଡିଶାର କ୍ରାଉନ୍‌ ମଧ୍ୟ ପିନ୍ଧିସାରିଛନ୍ତି । ମିସ୍‌ ଓଡିଶା ହେବା ପରେ ଫେମିନ

ଚମକିଲେ ଓଡିଆ ଝିଅ, ୨୦୨୪ ଫେମିନା ମିସ୍ ଇଣ୍ଡିଆ ଫାଇନାଲରେ ଅନନ୍ୟା ପଣ୍ଡା

ଭୁବନେଶ୍ୱର ୨୬।୦୮ : ଓଡିଆ ଝିଅଙ୍କ କମାଲ୍‌ । ଫେମିନା ମିସ୍‌ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କଲେ ଓଡିଆ ଝିଅ ଅନନ୍ୟା ପଣ୍ଡା । ଏକମାତ୍ର ଓଡିଆ ଝିଅ ଭାବେ ମିସ୍‌ ଇଣ୍ଡିଆ ଫାଇନାଲରେ ଏଣ୍ଟ୍ରି କରିଛନ୍ତି ଅନନ୍ୟା । ଅଗଷ୍ଟ ୮ ରେ କୋଲକାତାରେ ଆୟୋଜିତ ଇଷ୍ଟ ଜୋନ୍‌ ପାଇଁ ଆୟୋଜିତ ପ୍ରଥମ ଅଡିସନ୍‌ର ଟପ୍‌ ୫ରେ ସ୍ଥାନ ପାଇଥିଲେ ଅନନ୍ୟା । 

ଅନନ୍ୟା ପଣ୍ଡାଙ୍କ ଘର ଓଡିଶାର କଟକ ଜିଲ୍ଲାରେ । ତାଙ୍କ ବାପା ସିଦ୍ଧାର୍ଥ ପଣ୍ଡା ଜଣେ ଅବସର ପ୍ରାପ୍ତ ନୌସେନା କମାଣ୍ଡର ଏବଂ ମାଙ୍କ ନା ଅଞ୍ଜୁ ପଣ୍ଡା । ପିଲାବେଳୁ ମଡେଲିଂ ପାଇଁ ଅନନ୍ୟାଙ୍କ ଦୁର୍ବଳତା ରହିଥିଲା । ହଲେ ପାଠ ପଢା ଏସବୁ କରିବା ପାଇଁ ସମୟ ଦେଉନଥିଲା । ପାଠ ପଢା ସରିବା ପରେ ଏବେ ବାଙ୍ଗାଲୋରରେ ଏକ ସଫ୍ଟଓ୍ୱେୟାର୍‌ କମ୍ପାନୀରେ ଚାକିରି କରୁଛନ୍ତି। ଚାକିରି ହେବା ପରେ ମେଡଲିଂ ଦୁନିଆରେ ପାଦ ରଖିବାକୁ ଇଛା ବଳାଇଥିଲେ। ମାଙ୍କ ପ୍ରେରଣା ନେଇ ମେଡଲିଂ ଦୁନିଆରେ ପାଦ ରଖିଥିଲେ । ଏପିରିକି ଚାକିରି କରିବା ସମୟରେ କିଛି ମଡେଲିଂ କୋର୍ସ ମଧ୍ୟ କରିଥିଲେ ଅନନ୍ୟା। ଛୋଟ ବେଳରୁ ପ୍ରିୟଙ୍କା ଚୋପ୍ରାଙ୍କୁ ନିଜର ଆଇଡଲ ଭାବେ ମାନନ୍ତି ଅନନ୍ୟା ।

ଶେଷରେ ତାଙ୍କର ଏହି ଦୃଢ ଇଚ୍ଛା ଶକ୍ତି ଅନନ୍ୟାଙ୍କୁ ମିସ୍‌ ଓଡିଶା ପ୍ରତିଯୋଗିତାରେ ଭାଗ ନେବାକୁ ବାଧ୍ୟ କରିଥିଲା। ଆଜିକା ସମୟରେ ସେ ଫେମିନା ମିସ୍‌ ଓଡିଶାର କ୍ରାଉନ୍‌ ମଧ୍ୟ ପିନ୍ଧିସାରିଛନ୍ତି । ମିସ୍‌ ଓଡିଶା ହେବା ପରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ ଅନନ୍ୟା। ମିସ୍‌ ଇଣ୍ଡିଆ ପ୍ରତିଯୋଗିତା ପାଇଁ ନିଜର ୨ୟ ପ୍ରୟାସରେ ବାଜି ମାରିନେଇଛନ୍ତି ଅନନ୍ୟା । ଫେମିନା ମିସ୍‌ ଇଣ୍ଡିଆ ୨୦୨୪ର ଶ୍ରେଷ୍ଠ ୧୫ ଜଣିଆ ତାଲିକାରେ ବାହାରିଛି ଅନନ୍ୟାଙ୍କ ନାଁ । ଆସନ୍ତା ଅକ୍ଟୋବର ମାସରେ ଫେମିନା ମିସ୍‌ ଇଣ୍ଡିଆ ପ୍ରତିଯୋଗିତାର ଫାଇନାଲ୍‌ ଅନୁଷ୍ଠିତ ହେବ । 

ଫେମିନା ମିସ୍‌ ଫାଇନାଲିଷ୍ଟ ହେବା ପରେ ଅନନ୍ୟା କହିଛନ୍ତି ଯେ, ବାପା ଏବଂ ମାଙ୍କ ଆର୍ଶୀବାଦରୁ ମୁଁ ଏତେ ବାଟ ଆଗକୁ ଆସିପାରିଛି । ଏ ଇଣ୍ଡଷ୍ଟ୍ରି ପାଇଁ ମୁଁ ନୂଆ । ମୋ ଦକ୍ଷତା ଆନୁସାରେ ମୁଁ ଶ୍ରେଷ୍ଠ ପ୍ରଦର୍ଶନ କରିଛି । ଆଉ ଆଗକୁ ମଧ୍ୟ କରୁଥିବି । ତେଣୁ ମୋର ବିଶ୍ୱାସ ଅଛି .. ମୁଁ ହିଁ ହେବି ମିସ୍‌ ଇଣ୍ଡିଆ ୨୦୨୪ ।