ଏତେ କୋଟି ଟଙ୍କା କରଜ କରିଛନ୍ତି ଏଏପିର ବଡ଼ ବଡ଼ ନେତା, ଜାଣନ୍ତୁ କେଜରିଓ୍ବାଲଙ୍କ କେତେ?
ନୂଆଦିଲ୍ଲୀ,୧୭।୧: ଦିଲ୍ଲୀର ନିର୍ବାଚନ ଲଢ଼େଇରେ ଆମ ଆଦମୀ ପାର୍ଟିର ସମସ୍ତ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ବଡ଼ ତଥ୍ୟର ଖୁଲାସା ହୋଇଛି। ଦିଲ୍ଲୀର ୧୦ଜଣ ଏଏପିର ବଡ଼ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡି ରହିଛନ୍ତି। ତାହା ମଧ୍ୟ ବଡ଼ ରକମର। ସତ୍ୟେନ୍ଦ୍ର ଜୈନଙ୍କ ଉପରେ ସର୍ବାଧିକ ୧୩ କୋଟି ଟଙ୍କା ଋଣ ଅଛି। ମନୀଷ ସିସୋଦିଆ ପରିବାର ଉପରେ ୧.୫ କୋଟି ଟଙ୍କା ଏବଂ ଅବଧ ଓଝାଙ୍କ ଉପରେ […] The post ଏତେ କୋଟି ଟଙ୍କା କରଜ କରିଛନ୍ତି ଏଏପିର ବଡ଼ ବଡ଼ ନେତା, ଜାଣନ୍ତୁ କେଜରିଓ୍ବାଲଙ୍କ କେତେ? appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧: ଦିଲ୍ଲୀର ନିର୍ବାଚନ ଲଢ଼େଇରେ ଆମ ଆଦମୀ ପାର୍ଟିର ସମସ୍ତ ପ୍ରାର୍ଥୀ ସେମାନଙ୍କର ନାମାଙ୍କନ ଦାଖଲ କରିଛନ୍ତି। ନିର୍ବାଚନୀ ସତ୍ୟପାଠ ଅନୁଯାୟୀ ବଡ଼ ତଥ୍ୟର ଖୁଲାସା ହୋଇଛି। ଦିଲ୍ଲୀର ୧୦ଜଣ ଏଏପିର ବଡ଼ ନେତାଙ୍କ ମଧ୍ୟରୁ ୭ ଜଣ କରଜରେ ବୁଡି ରହିଛନ୍ତି। ତାହା ମଧ୍ୟ ବଡ଼ ରକମର। ସତ୍ୟେନ୍ଦ୍ର ଜୈନଙ୍କ ଉପରେ ସର୍ବାଧିକ ୧୩ କୋଟି ଟଙ୍କା ଋଣ ଅଛି। ମନୀଷ ସିସୋଦିଆ ପରିବାର ଉପରେ ୧.୫ କୋଟି ଟଙ୍କା ଏବଂ ଅବଧ ଓଝାଙ୍କ ଉପରେ ୧ କୋଟି ଟଙ୍କା ଋଣ ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଆତିଶୀ, ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ଏବଂ ମନ୍ତ୍ରୀ ଗୋପାଳ ରାୟଙ୍କ ଉପରେ ଗୋଟିଏ ଟଙ୍କା ମଧ୍ୟ ଋଣ ନାହିଁ।
ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ମୋଟ ସମ୍ପତ୍ତି ପ୍ରାୟ ୧.୫ କୋଟି ଟଙ୍କା। ଏଥିରେ ୫୦ ଲକ୍ଷ ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୧ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ। ତଥାପି, ସିସୋଦିଆଙ୍କ ଉପରେ ୧.୫୪ କୋଟି ଟଙ୍କାର ଋଣ ଅଛି। ର୍ନିବାଚନ କମିଶନଙ୍କ ନିକଟରେ ଦାଖଲ ହୋଇଥିବା ସତ୍ୟପାଠରେ କୁହାଯାଇଛି ଯେ ମନୀଷ ସିସୋଦିଆଙ୍କ ସ୍ତ୍ରୀ ତାଙ୍କ ପୁଅର ପାଠପଢା ପାଇଁ ୩ଜଣଙ୍କଠାରୁ ୧.୫୪ କୋଟି ଟଙ୍କା ଋଣ ନେଇଛନ୍ତି। ଏହି ଋଣ ନଗଦରେ ନିଆଯାଇଛି। ୨୦୨୦ରେ, ମନୀଷ ସିସୋଦିଆଙ୍କ ଉପରେ ଗୋଟିଏ ଟଙ୍କା ମଧ୍ୟ ଋଣ ନଥିଲା। ସେତେବେଳେ ତାଙ୍କର ସମ୍ପତ୍ତିର ମୂଲ୍ୟ ପ୍ରାୟ ୯୩ ଲକ୍ଷ ଥିଲା।
ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ପୁଣି ଥରେ ଶାକୁର ବସ୍ତି ଆସନରୁ ର୍ନିବାଚନ ମଇଦାନରେ ଅଛନ୍ତି। ଜୈନ ତାଙ୍କ ସତ୍ୟପାଠରେ କହିଛନ୍ତି ଯେ ତାଙ୍କର ପ୍ରାୟ ୧୩ କୋଟି ଟଙ୍କାର ଋଣ ଅଛି। ଏହି ଋଣ ଆୟକର ବିଭାଗ ସହିତ ଜଡିତ। ଜୈନଙ୍କ ଅନୁଯାୟୀ, କୋର୍ଟରେ ବିଚାରାଧୀନ ଟିକସ ମାମଲାରେ ଆଇଟି ତାଙ୍କ ଉପରେ ୧୩ କୋଟି ଟଙ୍କାର ଦେୟ ପ୍ରସ୍ତୁତ କରିଛି। ସତ୍ୟେନ୍ଦ୍ର ଜୈନ କେଜରିୱାଲ ସରକାରରେ ମନ୍ତ୍ରୀ ରହିସାରିଛନ୍ତି। ଜୈନଙ୍କର ପ୍ରାୟ ୭.୫ କୋଟି ଟଙ୍କାର ସମ୍ପତ୍ତି ଅଛି। ଏଥିରେ ୨ କୋଟି ଟଙ୍କାର ସ୍ଥାବର ସମ୍ପତ୍ତି ଏବଂ ୪.୫ କୋଟି ଟଙ୍କାର ଅସ୍ଥାବର ସମ୍ପତ୍ତି ଅନ୍ତର୍ଭୁକ୍ତ।
ମନ୍ତ୍ରୀ ସୌରଭ ଭରଦ୍ୱାଜ ଗ୍ରେଟର କୈଳାସରୁ ର୍ନିବାଚନ ଲଢ଼ୁଛନ୍ତି। ଏହା ତୃତୀୟ ଥର ଯେବେ ଆପ ଏଠାରୁ ସୌରଭଙ୍କୁ ଟିକେଟ ଦେଇଛି। ସୌରଭ ଭରଦ୍ୱାଜଙ୍କ ଉପରେ ୪୬ ଲକ୍ଷ ଟଙ୍କା ଋଣ ଅଛି।
The post ଏତେ କୋଟି ଟଙ୍କା କରଜ କରିଛନ୍ତି ଏଏପିର ବଡ଼ ବଡ଼ ନେତା, ଜାଣନ୍ତୁ କେଜରିଓ୍ବାଲଙ୍କ କେତେ? appeared first on Dharitri Odia News.