ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ: ୩ରେ ନେବେ ଶପଥ
ଭୁବନେଶ୍ୱର, ୨ା୧(ସୁନିତ୍ ମିଶ୍ର):ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍ପତି ଶପଥ ନେବେ। ୩ ତାରିଖରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ରହିଛି। ଗୁରୁବାର ସେ ଓଡ଼ିଶାରେ ପହଞ୍ଚତ୍ବେ। ରାଜଭବନରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ। ମିଜୋରାମର ପୂର୍ବତନ ରାଜ୍ୟପାଳ କମ୍ଭମ୍ପତି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। କମ୍ଭମ୍ପତି ୨୦୨୧ ଜୁଲାଇ ୧୯ରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟପାଳ ଥିବା ରଘୁବର ଦାସଙ୍କୁ ନିକଟରେ ହଟାଇ ଦିଆଯାଇଛି। […] The post ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ: ୩ରେ ନେବେ ଶପଥ appeared first on Dharitri Odia News.
ଭୁବନେଶ୍ୱର, ୨ା୧(ସୁନିତ୍ ମିଶ୍ର):ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ହରିବାବୁ କମ୍ଭମ୍ପତି ଶପଥ ନେବେ। ୩ ତାରିଖରେ ଶପଥ ଗ୍ରହଣ ସମାରୋହ କାର୍ଯ୍ୟକ୍ରମ ରହିଛି। ଗୁରୁବାର ସେ ଓଡ଼ିଶାରେ ପହଞ୍ଚତ୍ବେ। ରାଜଭବନରେ ନୂଆ ରାଜ୍ୟପାଳଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବ। ମିଜୋରାମର ପୂର୍ବତନ ରାଜ୍ୟପାଳ କମ୍ଭମ୍ପତି ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଛନ୍ତି। କମ୍ଭମ୍ପତି ୨୦୨୧ ଜୁଲାଇ ୧୯ରେ ମିଜୋରାମର ରାଜ୍ୟପାଳ ଭାବେ ଶପଥ ନେଇଥିଲେ। ସୂଚନାଯୋଗ୍ୟ, ଓଡ଼ିଶା ରାଜ୍ୟପାଳ ଥିବା ରଘୁବର ଦାସଙ୍କୁ ନିକଟରେ ହଟାଇ ଦିଆଯାଇଛି। ରଘୁବରଙ୍କୁ ଏପରି ହଠାତ୍ କାହିଁକି ରାଜ୍ୟପାଳ ପଦରୁ ହଟାଇ ଦିଆଗଲା ସେନେଇ କେହି ଆଉ ମୁହଁ ଖୋଲିନାହାନ୍ତି। ରଘୁବର ରାଜନୀତି ପ୍ରତି ରୁଚି ରଖୁଥିବା କାରଣରୁ ତାଙ୍କୁ କେନ୍ଦ୍ରରେ କିଛି ବଡ଼ ଦାୟିତ୍ୱ ମିଳିପାରେ ବୋଲି ଭାଜପା ନେତାମାନଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ହେଲେ ଆଉ କେତେଜଣ ଏହା ରଘୁବରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବୋଲି ମତ ରଖିଛନ୍ତି। ରଘୁବରଙ୍କୁ ରାଜ୍ୟପାଳ ପଦରୁ ହଟାଯିବା ପଛର ବାସ୍ତବ କଥା କ’ଣ ତାହା ଜଣାପଡ଼ି ନାହିଁ। ଅନ୍ୟପଟେ ଝାଡ଼ଖଣ୍ଡରେ ଭାଜପା ପରାଜୟର ସମ୍ମୁଖୀନ ହୋଇଥିବା ବେଳେ ଏଥିଲାଗି କୁଆଡ଼େ ରଘୁବର ଦାୟୀ ବୋଲି ଅନେକେ ଚର୍ଚ୍ଚା କରୁଛନ୍ତି।
The post ଆଜି ଓଡ଼ିଶାରେ ପହଞ୍ଚିବେ ନୂଆ ରାଜ୍ୟପାଳ: ୩ରେ ନେବେ ଶପଥ appeared first on Dharitri Odia News.