ମୋଦିଙ୍କ ଉପରେ ମାଲଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ନିଜକୁ ଦୂରେଇ ରଖିଲେ ସରକାର, କହିଲେ ଏହା ବ୍ୟକ୍ତିଗତ
ମାଲେ,୭।୧: ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରର ଜଣେ ମନ୍ତ୍ରୀ ମରିୟମ ଶିଉନା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତ ସରକାର ଏ ସମ୍ପର୍କରେ କଡା ଆଭିମୁଖ୍ୟ ଗ୍ରହଣ କରି ମାଲଦ୍ୱୀପ ସରକାରଙ୍କ ଉପରେ ଆପତ୍ତି ଜଣାଇଛନ୍ତି। ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଲୋଡ଼ନ ପରେ ମାଲଦ୍ୱୀପ ଏବେ ବ୍ୟାକଫୁଟରେ ଅଛି। ମାଲଦ୍ୱୀପ ସରକାର ନିଜ ମନ୍ତ୍ରୀଙ୍କ ବିବାଦୀୟ ବୟାନରୁ ନିଜକୁ ଦୂରେଇ ରଖିଛନ୍ତି। ଯେଉଁମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ […] The post ମୋଦିଙ୍କ ଉପରେ ମାଲଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ନିଜକୁ ଦୂରେଇ ରଖିଲେ ସରକାର, କହିଲେ ଏହା ବ୍ୟକ୍ତିଗତ appeared first on Dharitri Odia News.
ମାଲେ,୭।୧: ମାଲଦ୍ୱୀପର ମହମ୍ମଦ ମୁଇଜୋ ସରକାରର ଜଣେ ମନ୍ତ୍ରୀ ମରିୟମ ଶିଉନା ଭାରତ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଭାରତ ସରକାର ଏ ସମ୍ପର୍କରେ କଡା ଆଭିମୁଖ୍ୟ ଗ୍ରହଣ କରି ମାଲଦ୍ୱୀପ ସରକାରଙ୍କ ଉପରେ ଆପତ୍ତି ଜଣାଇଛନ୍ତି। ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଆଲୋଡ଼ନ ପରେ ମାଲଦ୍ୱୀପ ଏବେ ବ୍ୟାକଫୁଟରେ ଅଛି।
ମାଲଦ୍ୱୀପ ସରକାର ନିଜ ମନ୍ତ୍ରୀଙ୍କ ବିବାଦୀୟ ବୟାନରୁ ନିଜକୁ ଦୂରେଇ ରଖିଛନ୍ତି। ଯେଉଁମାନେ ଅପମାନଜନକ ମନ୍ତବ୍ୟ ଦେଉଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦ୍ୱିଧା କରିବେ ନାହିଁ ବୋଲି ମାଲଦ୍ୱୀପ ସରକାର କହିଛନ୍ତି। ମାଲଦ୍ୱୀପର ଶାସକ ଦଳ ପ୍ରଗତିଶୀଳ ପାର୍ଟି ଅଫ ମାଲଦ୍ୱୀପ (ପିପିଏମ) ର ନେତା ଜାହିଦ ରମିଜ ମଧ୍ୟ ଫେସବୁକରେ ପୋଷ୍ଟ କରି ଭାରତ ବିଷୟରେ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି।
ମାଲଦ୍ୱୀପ ସରକାରଙ୍କ ବିବୃତ୍ତିରେ କୁହାଯାଇଛି, ସରକାର ବିଶ୍ୱାସ କରନ୍ତି ଯେ ଗଣତାନ୍ତ୍ରିକ ତଥା ଦାୟିତ୍ୱପୂର୍ଣ୍ଣ ଭାବରେ ଅଭିବ୍ୟକ୍ତିର ସ୍ବାଧୀନତା ପ୍ରୟୋଗ କରାଯିବା ଉଚିତ। ଏହା ଏପରି ଭାବରେ କରାଯିବା ଉଚିତ ଯାହା ଘୃଣା ଏବଂ ନକାରାତ୍ମକତାକୁ ବିସ୍ତାର କରିବ ନାହିଁ। ସେ କହିଛନ୍ତି ଯେ ଅଭିବ୍ୟକ୍ତିର ସ୍ବାଧୀନତାକୁ ଏପରି ଭାବରେ ବ୍ୟବହାର କରାଯିବା ଉଚିତ ନୁହେଁ ଯାହା ମାଲଦ୍ୱୀପ ଏବଂ ଆନ୍ତର୍ଜାତୀୟ ଭାଗିଦାରୀ ମଧ୍ୟରେ ସମ୍ପର୍କକୁ ପ୍ରଭାବିତ କରିବ। ମାଲଦ୍ୱୀପ ସରକାରଙ୍କ ତରଫରୁ ଏହା ମଧ୍ୟ କୁହାଯାଇଛି ଯେ ଏହା ସେହି ମନ୍ତ୍ରୀଙ୍କ ବ୍ୟକ୍ତିଗତ ବିବୃତ୍ତି ଏବଂ ସରକାରଙ୍କ ସହ ଏହାର କୌଣସି ସମ୍ପର୍କ ନାହିଁ।
ସୂଚନାଯୋଗ୍ୟ, ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଲାକ୍ଷାଦ୍ୱୀପ ପରିଦର୍ଶନ କରିଛନ୍ତି। ସେ ସେଠାରୁ ଏକ୍ସରେ ଅନେକ ଫଟୋ ପୋଷ୍ଟ କରିଥିଲେ। ଏହା ପରେ ମାଲଦ୍ୱୀପ ସରକାରର ମନ୍ତ୍ରୀ ମରିୟମ ଶିଆନା ପିଏମ ମୋଦିଙ୍କୁ ପରିହାସ କରିଥିଲେ। ଏହା ପରେ ଭାରତର ଲୋକମାନେ # ବଏକଟ ମାଲଡିଭିସ ଅଭିଯାନ ଆରମ୍ଭ କରିଥିଲେ।
ଯେଉଁ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଲାକ୍ଷାଦ୍ୱୀପରଫଟୋ ଶେୟାର କରିଥିଲେ, ମାଲଦ୍ୱୀପ ଏକ୍ସରେ ଟ୍ରେଣ୍ଡ କରିବା ଆରମ୍ଭ କଲା ଏବଂ ଅନେକ ଲୋକ ମାଲଦ୍ୱୀପ ପରିବର୍ତ୍ତେ ଲାକ୍ଷାଦ୍ୱୀପ ପରିଦର୍ଶନ କରିବା କଥା କହିବା ଆରମ୍ଭ କଲେ।
The post ମୋଦିଙ୍କ ଉପରେ ମାଲଦ୍ୱୀପ ମନ୍ତ୍ରୀଙ୍କ ବିବାଦୀୟ ବୟାନ ପରେ ନିଜକୁ ଦୂରେଇ ରଖିଲେ ସରକାର, କହିଲେ ଏହା ବ୍ୟକ୍ତିଗତ appeared first on Dharitri Odia News.