ଦିବ୍ୟାଙ୍ଗ ଯୁବକଙ୍କ ଅଦମ୍ୟ ସାହସକୁ ପ୍ରଶଂସା, ସାଇକେଲରେ ଯାତ୍ରା କରି କଲେ କେଦାରନାଥ ଦର୍ଶନ

ପାଟଣା ୧୮/୦୫:ଅଦ୍ୟମ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଶାରୀରିକ ଅକ୍ଷମତା । ଦିବ୍ୟାଙ୍ଗ ଯୁବକ କରି ଦେଖାଇଲେ କମାଲ । ସାଇକେଲରେ ଯାତ୍ରା କରି କେଦାରନାଥ ଦର୍ଶନ କରି ଗାଁକୁ ଫେରିଛନ୍ତି ଦିବ୍ୟାଙ୍ଗ ଯୁବକ । ଗାଁକୁ ଫେରିବା ପରେ ଗ୍ରାମବାସୀ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଚେମେଣା ଗ୍ରାମର ଦନାର୍ଦ୍ଧନ ମହାନ୍ତଙ୍କ ଦିବ୍ୟାଙ୍ଗ ପୁଅ କମଳା କାନ୍ତ ମହାନ୍ତ ସାଇକେଲରେ ଯାତ୍ରା କରି କେଦାରନାଥ ଦର୍ଶନ ପରେ ୫୨ ଦିନ ପରେ ଗାଁ ଫେରିଛନ୍ତି। କମଳାକାନ୍ତଙ୍କ ଡାହାଣ ହାତ ଜନ୍ମରୁ ପୋଲିଓ ଆକ୍ରାନ୍ତ । ସ୍ୱପ୍ନ ଥିଲା ସାଇକେଲରେ ଯାତ୍ରା କରି କେଦାରନାଥ ଦର୍ଶନ କରିବେ । ଗତ ମାର୍ଚ୍ଚ ୨୭ରେ ଚେମେଣା ଠାରୁ ସାଇକେଲରେ ବାହାରି ୨୧ଶହ କିଲୋମିଟର ଯାତ୍ରା କରିବା ପରେ ଉଖିମଠ ଠାରୁ କେଦାରନାଥ ପର୍ଯ୍ୟନ୍ତ  ୧୨୦ କିଲୋମିଟର ରାସ୍ତା ଡଲି ଯାତ୍ରାରେ ସାମିଲ ହୋଇ ଚାଲି ଚାଲି ଯାଇ ମେ ୯ ତାରିଖରେ କେଦାରନାଥରେ ପହଞ୍ଚିବା ପରେ ୧୦ ତାରିଖରେ ଦର୍ଶନ କରି ସାରି ୧୨ ତାରିଖରେ ହୃଷିକେଶରୁ ଟ୍ରେନ ଯୋଗେ ଟାଟାକୁ ଆସି ଟାଟାରେ ଓଲ୍ହାଇଥିଲେ । ପରେ ସେଠାରୁ ଯଶିପୁର ପର୍ଯ୍ୟନ୍ତ ଵସରେ ଆସି ଯଶିପୁର ଠାରୁ ସାଇକେଲ ଯୋଗେ ଆସି ଶୁକ୍ରବାର ଅପରାହ୍ନରେ ଗ୍ରାମରେ ପହଞ୍ଚିଥିଲେ । ପରେ ଗ୍ରାମବାସୀ ପକ୍ଷରୁ ତାଙ୍କୁ ଗାଁ ମୁଣ୍ଡରୁ ବିରାଟ ପଟୁଆରରେ ନେଇ ଗ୍ରାମ ପରିକ୍ରମା କରାଇ ମାନପତ୍ର ଦେଇ ସମ୍

ଦିବ୍ୟାଙ୍ଗ ଯୁବକଙ୍କ ଅଦମ୍ୟ ସାହସକୁ ପ୍ରଶଂସା, ସାଇକେଲରେ ଯାତ୍ରା କରି କଲେ କେଦାରନାଥ ଦର୍ଶନ

ପାଟଣା ୧୮/୦୫:ଅଦ୍ୟମ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଶାରୀରିକ ଅକ୍ଷମତା । ଦିବ୍ୟାଙ୍ଗ ଯୁବକ କରି ଦେଖାଇଲେ କମାଲ । ସାଇକେଲରେ ଯାତ୍ରା କରି କେଦାରନାଥ ଦର୍ଶନ କରି ଗାଁକୁ ଫେରିଛନ୍ତି ଦିବ୍ୟାଙ୍ଗ ଯୁବକ । ଗାଁକୁ ଫେରିବା ପରେ ଗ୍ରାମବାସୀ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । 

କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଚେମେଣା ଗ୍ରାମର ଦନାର୍ଦ୍ଧନ ମହାନ୍ତଙ୍କ ଦିବ୍ୟାଙ୍ଗ ପୁଅ କମଳା କାନ୍ତ ମହାନ୍ତ ସାଇକେଲରେ ଯାତ୍ରା କରି କେଦାରନାଥ ଦର୍ଶନ ପରେ ୫୨ ଦିନ ପରେ ଗାଁ ଫେରିଛନ୍ତି। କମଳାକାନ୍ତଙ୍କ ଡାହାଣ ହାତ ଜନ୍ମରୁ ପୋଲିଓ ଆକ୍ରାନ୍ତ । ସ୍ୱପ୍ନ ଥିଲା ସାଇକେଲରେ ଯାତ୍ରା କରି କେଦାରନାଥ ଦର୍ଶନ କରିବେ । 

ଗତ ମାର୍ଚ୍ଚ ୨୭ରେ ଚେମେଣା ଠାରୁ ସାଇକେଲରେ ବାହାରି ୨୧ଶହ କିଲୋମିଟର ଯାତ୍ରା କରିବା ପରେ ଉଖିମଠ ଠାରୁ କେଦାରନାଥ ପର୍ଯ୍ୟନ୍ତ  ୧୨୦ କିଲୋମିଟର ରାସ୍ତା ଡଲି ଯାତ୍ରାରେ ସାମିଲ ହୋଇ ଚାଲି ଚାଲି ଯାଇ ମେ ୯ ତାରିଖରେ କେଦାରନାଥରେ ପହଞ୍ଚିବା ପରେ ୧୦ ତାରିଖରେ ଦର୍ଶନ କରି ସାରି ୧୨ ତାରିଖରେ ହୃଷିକେଶରୁ ଟ୍ରେନ ଯୋଗେ ଟାଟାକୁ ଆସି ଟାଟାରେ ଓଲ୍ହାଇଥିଲେ । 

ପରେ ସେଠାରୁ ଯଶିପୁର ପର୍ଯ୍ୟନ୍ତ ଵସରେ ଆସି ଯଶିପୁର ଠାରୁ ସାଇକେଲ ଯୋଗେ ଆସି ଶୁକ୍ରବାର ଅପରାହ୍ନରେ ଗ୍ରାମରେ ପହଞ୍ଚିଥିଲେ । ପରେ ଗ୍ରାମବାସୀ ପକ୍ଷରୁ ତାଙ୍କୁ ଗାଁ ମୁଣ୍ଡରୁ ବିରାଟ ପଟୁଆରରେ ନେଇ ଗ୍ରାମ ପରିକ୍ରମା କରାଇ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିବା ସହ ଦିବ୍ୟାଙ୍ଗ ଯୁବକଙ୍କ ଅଦମ୍ୟ ସାହସକୁ ଭୁୟସୀ ପ୍ରଶଂସା କରିଛନ୍ତି।