ଏୟାରଲାଇନ୍ସ ସର୍ଭରରେ ବୈଷୟିକ ତ୍ରୁଟି: ଏହି ୩ କମ୍ପାନୀର ସେବା ବ୍ୟାହତ

ନୂଆଦିଲ୍ଲୀ,୧୯ା୭: ବିମାନ ସେବା ଯୋଗାଉଥିବା ତିନୋଟି ବିମାନ କମ୍ପାନୀର ସର୍ଭରଗୁଡ଼ିକ ପ୍ରମୁଖ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି। ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍‌ଜେଟ ଏୟାରଲାଇନ୍ସ ସମଗ୍ର ବିଶ୍ୱର ଅନେକ ବିମାନବନ୍ଦରରେ ଓ୍ବେବ୍‌ ଚେକ ଇନ୍‌ରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଏହାର ଯାତ୍ରୀମାନଙ୍କୁ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଦିଲ୍ଲୀ ସମେତ ଦେଶର ଅନେକ ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆକାଶ ଏୟାର କହିଛି ଯେ, ଯାତ୍ରୀମାନଙ୍କୁ ବିମାନବନ୍ଦରରେ ମାନୁଆଲ ଚେକ୍‌ ଇନ୍‌ ଏବଂ […] The post ଏୟାରଲାଇନ୍ସ ସର୍ଭରରେ ବୈଷୟିକ ତ୍ରୁଟି: ଏହି ୩ କମ୍ପାନୀର ସେବା ବ୍ୟାହତ appeared first on Dharitri Odia News.

ଏୟାରଲାଇନ୍ସ ସର୍ଭରରେ ବୈଷୟିକ ତ୍ରୁଟି: ଏହି ୩ କମ୍ପାନୀର ସେବା ବ୍ୟାହତ

ନୂଆଦିଲ୍ଲୀ,୧୯ା୭: ବିମାନ ସେବା ଯୋଗାଉଥିବା ତିନୋଟି ବିମାନ କମ୍ପାନୀର ସର୍ଭରଗୁଡ଼ିକ ପ୍ରମୁଖ ବୈଷୟିକ ତ୍ରୁଟିର ସମ୍ମୁଖୀନ ହୋଇଛନ୍ତି। ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍‌ଜେଟ ଏୟାରଲାଇନ୍ସ ସମଗ୍ର ବିଶ୍ୱର ଅନେକ ବିମାନବନ୍ଦରରେ ଓ୍ବେବ୍‌ ଚେକ ଇନ୍‌ରେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି କାରଣରୁ ଏହାର ଯାତ୍ରୀମାନଙ୍କୁ ମୁମ୍ବାଇ, ବେଙ୍ଗାଲୁରୁ ଏବଂ ଦିଲ୍ଲୀ ସମେତ ଦେଶର ଅନେକ ବିମାନବନ୍ଦରରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବ। ଆକାଶ ଏୟାର କହିଛି ଯେ, ଯାତ୍ରୀମାନଙ୍କୁ ବିମାନବନ୍ଦରରେ ମାନୁଆଲ ଚେକ୍‌ ଇନ୍‌ ଏବଂ ବୋର୍ଡିଂ ସୁବିଧା ଯୋଗାଉଛି।

Microsoft Outage: The outage affected several airlines, grounding planes and disrupting flight operations at Delhi and Mumbai airport.

ବାସ୍ତବରେ ଇଣ୍ଡିଗୋ, ଆକାଶ ଏୟାର ଏବଂ ସ୍ପାଇସ୍‌ଜେଟ ଚେକ୍‌ ଇନ୍‌ ପାଇଁ ବ୍ୟବହୃତ ସଫ୍ଟଓ୍ବେୟାରରେ  ସମସ୍ୟା ଦେଖାଦେଇଛି। ଏହି ତିନୋଟି ଏୟାରଲାଇନ୍ସର ଚେକ୍‌ ଇନ୍‌ ସିଷ୍ଟମ କାମ କରୁନାହିଁ, ଯେଉଁ କାରଣରୁ ସାରା ଦେଶରେ ବିମାନସେବା ପ୍ରଭାବିତ ହୋଇଛି। ଏହି ତିନୋଟି ବିମାନ ସେବା ଗୋ ନାଓ ଚେକ୍‌ ଇନ୍‌ ସିଷ୍ଟମ ବ୍ୟବହାର କରନ୍ତି, ଯାହା ସକାଳ ୧୦.୪୫ରେ ସାରା ବିଶ୍ୱରେ ବୈଷୟିକ ତ୍ରୁଟି ଅନୁଭବ କରିଥିଲା। ଏହି ସମସ୍ୟାର ସମାଧାନ ପାଇଁ ଏୟାରଲାଇନ୍ସ ମାଇକ୍ରୋସଫ୍ଟ ସହିତ କାର୍ଯ୍ୟ କରୁଛି।

The post ଏୟାରଲାଇନ୍ସ ସର୍ଭରରେ ବୈଷୟିକ ତ୍ରୁଟି: ଏହି ୩ କମ୍ପାନୀର ସେବା ବ୍ୟାହତ appeared first on Dharitri Odia News.