ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହିଦିନ ଆକାଉଣ୍ଟକୁ ଯିବ ବଳକା ଟଙ୍କା…
ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି। କିଛି ସମୟ ପୂର୍ବରୁ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ୨ ଦିନ ତଳେ ଯାହା ରିଭ୍ୟୁ ନେଇଥିଲି ୯୨ ଲକ୍ଷ ପାଖା ପାଖି ଲୋକେ ସୁଭଦ୍ରା ଯୋଜନା ପାଇଁ ଆବଦେନ କରିଥିଲେ। ଆମେ ୨୫ ଲକ୍ଷ […] The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହିଦିନ ଆକାଉଣ୍ଟକୁ ଯିବ ବଳକା ଟଙ୍କା… appeared first on Dharitri Odia News.
ଭୁବନେଶ୍ୱର,୨୫।୯: ସୁଭଦ୍ରା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଡ଼ ସୂଚନା ଦେଇଛନ୍ତି। କିଛି ସମୟ ପୂର୍ବରୁ ସୁଭଦ୍ରା ଯୋଜନାକୁ ନେଇ ବଡ଼ ଅପଡେଟ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। କେଉଁଦିନ ପ୍ରଥମ ଓ ଦ୍ୱିତୀୟ କିସ୍ତି ଟଙ୍କା ମିଳିବ ଏନେଇ ସେ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି।
ସେ କହିଛନ୍ତି, ୨ ଦିନ ତଳେ ଯାହା ରିଭ୍ୟୁ ନେଇଥିଲି ୯୨ ଲକ୍ଷ ପାଖା ପାଖି ଲୋକେ ସୁଭଦ୍ରା ଯୋଜନା ପାଇଁ ଆବଦେନ କରିଥିଲେ। ଆମେ ୨୫ ଲକ୍ଷ ୧୧ ହଜାର ଲୋକଙ୍କୁ ଦେଇଛୁ। ଆଉ ଗୋଟିଏ ସପ୍ତାହ ଭିତରେ ୧ କୋଟି ଲୋକଙ୍କ ଆବଦେନ ବୋଧେ ଆସିଯାଇଥିବ। ସୁଭଦ୍ରା ଯୋଜନା କୋଟିଏ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ୧ରୁ ସ୍ଲାବ ହେବ ପୁଣି ଲୋକଙ୍କୁ ଦିଆଯିବ। ଯେଉଁମାନେ ଆବେଦନ କରିଛନ୍ତି ସରକାର ସମସ୍ତଙ୍କର ଭେରିଫିକେସନ କରିବେ। ଏଥର ୨୫ ଲକ୍ଷ ୧୧ ହଜାର ଲୋକଙ୍କ ପାଖେ ପହଞ୍ଚିବୁ। ପ୍ରଥମ କିସ୍ତି ସମସ୍ତେ ପାଇବା ପରେ ଏଭଳି ସ୍ଥିତି ହେବ ନାହିଁ। ତେଣୁ ମାର୍ଚ୍ଚ ୮ରେ ସମସ୍ତେ ଏକା ସାଙ୍ଗରେ ୨ଟି କିସ୍ତି ଟଙ୍କା ପାଇବେ।
ସେହିପରି ମୁଖ୍ୟମନ୍ତ୍ରୀ କହିଛନ୍ତି, କିଛିଦିନ ମଧ୍ୟରେ ବାକି ୨୫ ଲକ୍ଷଙ୍କୁ ସୁଭଦ୍ରା ଟଙ୍କା ମିଳିବ। ୧ କୋଟି ମହିଳାଙ୍କୁ ପର୍ଯ୍ୟାୟ କ୍ରମେ ଟଙ୍କା ମିଳିବ।
The post ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଏହିଦିନ ଆକାଉଣ୍ଟକୁ ଯିବ ବଳକା ଟଙ୍କା… appeared first on Dharitri Odia News.