ଚମ୍ପୁଆ ରେଞ୍ଜରେ ହାତୀପଲ ଉପଦ୍ରବ, ରାସ୍ତା କଡ଼ରେ ଥିବା ବାଇକ୍କୁ ଭାଙ୍ଗିଲେ
ପାଟଣା ୨୩/୦୭: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ସୋମବାର ବିଳମ୍ୱିତ ରାତିରେ ୨୭ ଟିକିଆ ହାତୀପଲ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ୧୧ ଟି ଘରଭାଙ୍ଗି ଦେଇଛନ୍ତି । ନିଶ୍ଚିନ୍ତପୁର ଗ୍ରାମରେ ହାତୀପଲ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଥିବା ଭିଡ଼ିଓ ଭାଇରାଲ ହୋଇଛି । ଏହି ହାତୀପଲ ନିଶ୍ଚିନ୍ତପୁର ଗ୍ରାମରେ ୪ଟି ଘର ଭାଙ୍ଗିଥିବା ବେଳେ କମଣ୍ଡ ଗ୍ରାମରେ ୨ଟି ସିରିକୁଆଁ ରେ ୫ ଟି ଘର ଭାଙ୍ଗିଦେଇଛନ୍ତି । ସନ୍ଧ୍ୟାରେ ବର୍ଦ୍ଧନା ଜଙ୍ଗଲ ରାସ୍ତାରେ ଗୋଟେ ବାଇକକୁ ମଧ୍ୟ ଭାଙ୍ଗିଦେଇଛନ୍ତି ହାତୀପଲ । ହାତୀପଲଙ୍କ ଉପଦ୍ରବରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏବେ ଭାଗ ଭାଗ ହୋଇ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
ପାଟଣା ୨୩/୦୭: କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜରେ ଥମୁନି ହାତୀପଲଙ୍କ ଉପଦ୍ରବ । ସୋମବାର ବିଳମ୍ୱିତ ରାତିରେ ୨୭ ଟିକିଆ ହାତୀପଲ ଉଖୁଣ୍ଡା ସେକ୍ସନ ଅଞ୍ଚଳରେ ୧୧ ଟି ଘରଭାଙ୍ଗି ଦେଇଛନ୍ତି । ନିଶ୍ଚିନ୍ତପୁର ଗ୍ରାମରେ ହାତୀପଲ ଘର ଭାଙ୍ଗି ଘର ଭିତରୁ ଧାନ ଚାଉଳ ଖାଇ ନଷ୍ଟ କରିଦେଇଥିବା ଭିଡ଼ିଓ ଭାଇରାଲ ହୋଇଛି ।
ଏହି ହାତୀପଲ ନିଶ୍ଚିନ୍ତପୁର ଗ୍ରାମରେ ୪ଟି ଘର ଭାଙ୍ଗିଥିବା ବେଳେ କମଣ୍ଡ ଗ୍ରାମରେ ୨ଟି ସିରିକୁଆଁ ରେ ୫ ଟି ଘର ଭାଙ୍ଗିଦେଇଛନ୍ତି । ସନ୍ଧ୍ୟାରେ ବର୍ଦ୍ଧନା ଜଙ୍ଗଲ ରାସ୍ତାରେ ଗୋଟେ ବାଇକକୁ ମଧ୍ୟ ଭାଙ୍ଗିଦେଇଛନ୍ତି ହାତୀପଲ । ହାତୀପଲଙ୍କ ଉପଦ୍ରବରେ ଲୋକେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏବେ ଭାଗ ଭାଗ ହୋଇ ହାତୀପଲ ବୁଲୁଥିବାରୁ ଲୋକେ ଆତଙ୍କିତ ଅବସ୍ଥାରେ ରହିଛନ୍ତି।