ଚର୍ଚ୍ଚାରେ ଚୀନ୍ର ଭିକାରୀ, ମାସକୁ ରୋଜଗାର କରୁଛନ୍ତି ୮ ଲକ୍ଷ
ମୁମ୍ଵାଇ ୦୭।୦୩: ଚୀନ୍ର ଜଣେ ଭିକାରୀ ଲୁ ଜିଙ୍ଗାଙ୍ଗ ଏବେ ଚର୍ଚ୍ଚାରେ ଅଛନ୍ତି । ଭିକ ମାଗି ସେ ମାସକୁ ଭାରତୀୟ ମୁଦ୍ରାରେ ପ୍ରାୟ ୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସବୁଠୁ ବଡ଼ କଥା ହେଲା ଜିଙ୍ଗାଙ୍ଗ ପ୍ରକୃତରେ ଭିକାରୀ ନୁହଁନ୍ତି । ସେ ଜଣେ ପେସାଦାର ଅଭିନେତା । ଗତ ୧୨ ବର୍ଷ ହେଲା ସେ ଭିକାରୀ ଭୂମିକାରେ ଅଭିନୟ କରିଆସୁଛନ୍ତି । ସେ ଭିକାରୀ ବେଶ ହୋଇ ଦେଶର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଆଖପାଖରେ ବୁଲନ୍ତି ।ତାଙ୍କ ଦମ୍ଦାର ଅଭିନୟକୁ ଦେଖି କାହାରି ମନରେ ତାଙ୍କ ସଂପର୍କରେ ସାମାନ୍ୟତମ ସନ୍ଦେହ ବି ଆସିନଥାଏ । ଜିଙ୍ଗାଙ୍ଗଙ୍କର ଅପରିଚ୍ଛନ୍ନ ବେଶଭୂଷା, ବିପର୍ଯ୍ୟସ୍ତ କେଶ, ସାଧାରଣ ପୋଷାକ, ଉଦାସ ଆଖି, ହାତରେ ବାଡି଼ ଧରିବାକୁ ଦେଖି ଲୋକେ ତାଙ୍କୁ ଅତି ଗରିବ ଲୋକ ବୋଲି ମନେକରି ଦୟାପରବଶ ହୋଇ ଟଙ୍କା ସହିତ ଅନ୍ୟାନ୍ୟ ଜିନିଷ ବି ଦେଇଥାନ୍ତି । ସମୟ ସମୟରେ ତାଙ୍କୁ ବେଶ୍ ଭଲ ଖାଇବା ବି ମିଳିଥାଏ । ଏ ସଂପର୍କରେ ଜିଙ୍ଗାଙ୍ଗ୍ କହିଛନ୍ତି, ଅଭିନୟ ମୋର ଜୀବନ । ରାସ୍ତାରେ ଛିଡ଼ା ହେଇଥିବା ଭିକାରୀଙ୍କୁ ଦେଖି ଦିନେ ସେମାନଙ୍କ ଭୂମିକାରେ ଅଭିନୟ କରିବାକୁ ସ୍ଥିର କରିଥିଲି ।ଲୋକଙ୍କ ପ୍ରତିକ୍ରିୟା ଦେଖି ମୋତେ ଖୁବ୍ ଭଲ ଲାଗିଲା । କେହି ମୋତେ ଚିହ୍ନି ପାରିଲେ ନାହିଁ । ପ୍ରଥମ ଦିନରେ ବେଶ୍ ଭଲ ରୋଜଗାର ବି ହେଲା । ତେଣୁ ବିନା ଅଡିସନ୍ରେ ମିଳିଥିବା ଏହି କାମକୁ ମୁଁ ଉପଭୋଗ କରିବା ଆରମ୍ଭ କଲି
ମୁମ୍ଵାଇ ୦୭।୦୩: ଚୀନ୍ର ଜଣେ ଭିକାରୀ ଲୁ ଜିଙ୍ଗାଙ୍ଗ ଏବେ ଚର୍ଚ୍ଚାରେ ଅଛନ୍ତି । ଭିକ ମାଗି ସେ ମାସକୁ ଭାରତୀୟ ମୁଦ୍ରାରେ ପ୍ରାୟ ୮ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି । ସବୁଠୁ ବଡ଼ କଥା ହେଲା ଜିଙ୍ଗାଙ୍ଗ ପ୍ରକୃତରେ ଭିକାରୀ ନୁହଁନ୍ତି । ସେ ଜଣେ ପେସାଦାର ଅଭିନେତା । ଗତ ୧୨ ବର୍ଷ ହେଲା ସେ ଭିକାରୀ ଭୂମିକାରେ ଅଭିନୟ କରିଆସୁଛନ୍ତି । ସେ ଭିକାରୀ ବେଶ ହୋଇ ଦେଶର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଆଖପାଖରେ ବୁଲନ୍ତି ।
ତାଙ୍କ ଦମ୍ଦାର ଅଭିନୟକୁ ଦେଖି କାହାରି ମନରେ ତାଙ୍କ ସଂପର୍କରେ ସାମାନ୍ୟତମ ସନ୍ଦେହ ବି ଆସିନଥାଏ । ଜିଙ୍ଗାଙ୍ଗଙ୍କର ଅପରିଚ୍ଛନ୍ନ ବେଶଭୂଷା, ବିପର୍ଯ୍ୟସ୍ତ କେଶ, ସାଧାରଣ ପୋଷାକ, ଉଦାସ ଆଖି, ହାତରେ ବାଡି଼ ଧରିବାକୁ ଦେଖି ଲୋକେ ତାଙ୍କୁ ଅତି ଗରିବ ଲୋକ ବୋଲି ମନେକରି ଦୟାପରବଶ ହୋଇ ଟଙ୍କା ସହିତ ଅନ୍ୟାନ୍ୟ ଜିନିଷ ବି ଦେଇଥାନ୍ତି । ସମୟ ସମୟରେ ତାଙ୍କୁ ବେଶ୍ ଭଲ ଖାଇବା ବି ମିଳିଥାଏ । ଏ ସଂପର୍କରେ ଜିଙ୍ଗାଙ୍ଗ୍ କହିଛନ୍ତି, ଅଭିନୟ ମୋର ଜୀବନ । ରାସ୍ତାରେ ଛିଡ଼ା ହେଇଥିବା ଭିକାରୀଙ୍କୁ ଦେଖି ଦିନେ ସେମାନଙ୍କ ଭୂମିକାରେ ଅଭିନୟ କରିବାକୁ ସ୍ଥିର କରିଥିଲି ।
ଲୋକଙ୍କ ପ୍ରତିକ୍ରିୟା ଦେଖି ମୋତେ ଖୁବ୍ ଭଲ ଲାଗିଲା । କେହି ମୋତେ ଚିହ୍ନି ପାରିଲେ ନାହିଁ । ପ୍ରଥମ ଦିନରେ ବେଶ୍ ଭଲ ରୋଜଗାର ବି ହେଲା । ତେଣୁ ବିନା ଅଡିସନ୍ରେ ମିଳିଥିବା ଏହି କାମକୁ ମୁଁ ଉପଭୋଗ କରିବା ଆରମ୍ଭ କଲି । ପରିବାର ଲୋକେ ଏହା ଜାଣିବା ପରେ ମୋତେ ପ୍ରଥମେ ସମର୍ଥନ କଲେନାହିଁ । ଏହାଦ୍ୱାରା ସେମାନଙ୍କୁ ଲାଜ ଲାଗିବ ବୋଲି କହିଲେ । କିନ୍ତୁ ପରେ ଏଥିରୁ ହେଉଥିବା ଅର୍ଥ ରୋଜଗାରକୁ ଦେଖି ବିରୋଧ କଲେନାହିଁ । ବର୍ତ୍ତମାନ ମୁଁ ଜଣେ ଇଣ୍ଟରନେଟ୍ ସେଲିବ୍ରିଟି ପାଲଟିଯାଇଛି ।
wp:embed {"url":"https://www.prameyanews7.com/india-first-underwater-metro-tunnel-know-everything-about/","type":"wp-embed","providerNameSlug":"prameya-news-7"}
/wp:embed