ଚମ୍ପୁଆରେ ତ୍ରିମୁଖୀ ଲଢ଼େଇ; କିଏ ମାରିବ ବାଜି.. କାହାକୁ ବାଛିବେ ଭୋଟର୍?

କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ। ଏଥର ବିଜେପି ପାଇଁ ସମ୍ମାନର ଲଢ଼େଇ। ଗତ ୩ଟି ନିର୍ବାଚନରେ ବିଜେପି ଏଠାରେ ଖାତା ଖୋଲିପାରିନଥିବା ବେଳେ ଏଥର କିନ୍ତୁ ଖୁବ ଆଶାବାଦୀ ଅଛି।

ଚମ୍ପୁଆରେ ତ୍ରିମୁଖୀ ଲଢ଼େଇ; କିଏ ମାରିବ ବାଜି.. କାହାକୁ ବାଛିବେ ଭୋଟର୍?

କମ୍ପୁଛି ନିର୍ବାଚନୀ ମଇଦାନ। ପ୍ରଚାରକୁ ଜୋର କରିଛନ୍ତି ପ୍ରାର୍ଥୀ। କେନ୍ଦୁଝର ଜିଲ୍ଲାର ୨୫ ନଂ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଏଥର ହେବ ତ୍ରିମୁଖୀ ଲଢ଼େଇ। ସେହିପରି ଜିଲ୍ଲାର ୨୩ ନଂ ପାଟଣା ନିର୍ବାଚନ ମଣ୍ଡଳୀରେ ବି ଏଥର ଟକ୍କର ରହିବ ଜୋରଦାର। ସ୍ଥାନୀୟ ମୁଦ୍ଦାକୁ ଧରି ନେତା ପ୍ରଚାର ଜୋରଦାର କରୁଥିବାବେଳେ କାହାର ପଲ୍ଲା ଭାରି ରହିବ, ତାକୁ ହିଁ ଅପେକ୍ଷା।

ତ୍ରିମୁଖୀ ଲଢ଼େଇ, କିଏ ମାରିବ ବାଜି ? କାହାକୁ ବାଛିବେ ଭୋଟର୍? ବିଜେପି, ବିଜେଡି ଓ କଂଗ୍ରେସ ଭିତରେ କଡା ଟକ୍କର। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ନିର୍ବାଚନ ମଣ୍ଡଳୀ। ଏଥର ବିଜେପି ପାଇଁ ସମ୍ମାନର ଲଢ଼େଇ। ଗତ ୩ଟି ନିର୍ବାଚନରେ ବିଜେପି ଏଠାରେ ଖାତା ଖୋଲିପାରିନଥିବା ବେଳେ ଏଥର କିନ୍ତୁ ଖୁବ ଆଶାବାଦୀ ଅଛି। ଏହି ଅଂଚଳରେ ନାନା ସମସ୍ୟା ରହିଥିବାରୁ ସେଗୁଡିକୁ ମୁଦ୍ଦା କରି ନିର୍ବାଚନୀ ବୈତରଣୀ ପାର୍ କରିବାକୁ ଚେଷ୍ଟା କରିବ ବିଜେପି।

ସେପଟେ ୫ ବର୍ଷ ପରେ ପୁଣିଥରେ ମଇଦାନକୁ ଓହ୍ଲାଇଛନ୍ତି କେନ୍ଦୁଝରର ପ୍ରଭାବଶାଳୀ ନେତା ସନାତନ ମହାକୁଡ। ୨୦୧୪ରେ ସ୍ୱାଧୀନ ଭାବେ ଲଢି ଜିତିଥିବା ସନାତନ ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ଅନ୍ୟପକ୍ଷରେ ଏହି ନିର୍ବାଚନ ମଣ୍ଡଳୀଟି ବହୁବାର କଂଗ୍ରେସ ହାତରେ ଥିଲା। ଏଥର ପୁଣିଥରେ ଏହାକୁ ଅକ୍ତିଆର କରିବାକୁ ଚେଷ୍ଟା କରିବ କଂଗ୍ରେସ।

ସେହିପରି ପାଟଣା ନିର୍ବାଚନ ମଣ୍ଡଳୀରେ ଚଳିତଥର ୧୦ ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ୨୦୦୯ ପୂର୍ବରୁ ବିଜେପି ଏଠାରେ ୨ ଥର ଜିତିଥିବାବେଳେ ବିଭିନ୍ନ ସ୍ଥାନରେ ପରିବର୍ତ୍ତନର ସ୍ୱରକୁ ଦେଖି ବିଜେପି ଜିତିବ ବୋଲି ଆଶା ରଖିଛି। ଚଳିତବର୍ଷ ଦଳ ଅଖିଳ ନାଏକଙ୍କୁ ଟିକଟ ଦେଇଛି। ୨୦୧୯ରେ ସ୍ୱାଧୀନ ଭାବେ ଲଢ଼ି ୮ ହଜାରରୁ ଅଧିକ ଭୋଟ୍ ନେଇଥିଲେ ଅଖିଳ। ୨୦୧୯ରେ ବିଜେଡିରୁ ଟିକଟ ପାଇ ବିଧାୟକ ହୋଇଥିବା ଜଗନ୍ନାଥ ନାଏକ ଚଳିତବର୍ଷ ତାଙ୍କ ଟିକଟ ବଜାୟ ରଖିଛନ୍ତି। ସେଇଭଳି ୫ଥର ବିଧାୟକ ହୋଇଥିବା ହୃଷିକେଶ ନାୟକ କଂଗେସରୁ ପ୍ରାର୍ଥୀ ହୋଇଛନ୍ତି।

ଆସନ୍ତା ୨୫ ତାରିଖରେ କେନ୍ଦୁଝରରେ ପଡିବ ଭୋଟ୍। ହାତରେ ଆଉ ମାତ୍ର କେଇଟା ଦିନ ଥିବା ବେଳେ ପ୍ରାର୍ଥୀଙ୍କ ପ୍ରଚାର, ନିର୍ବାଚନୀ ମଇଦାନକୁ ସରଗରମ କରିଛି।

(ରିପୋର୍ଟ- କେନ୍ଦୁଝରରୁ ପ୍ରଣୟ ପାଣି)