ଚରାଉଥିଲେ ଛେଳି: ମାଡି ଆସିଲା ଭାଲୁ

ନୂଆପଡ଼ା,୩ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ବ୍ଲକ କିକିଟା ଗାଁରେ ଭାଲୁ କାମୁଡାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଗଙ୍ଗା ମାଝି (୫୯) ଗାଁ ପାଖ ଜଙ୍ଗକୁ ଛେଳି ଚରାଇବା ପାଇଁ ଯାଇଥିଲେ। ସେହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ଜାଳେଣି କାଠ ପାଇଁ ଯାଇଥିବା ଲୋକେ ପହଞ୍ଚି ଗଙ୍ଗାଙ୍କୁ ଗୁରୁତର ଅବସ୍ଥାରେ […] The post ଚରାଉଥିଲେ ଛେଳି: ମାଡି ଆସିଲା ଭାଲୁ appeared first on Dharitri Odia News.

ଚରାଉଥିଲେ ଛେଳି: ମାଡି ଆସିଲା ଭାଲୁ

ନୂଆପଡ଼ା,୩ା୫ (ମକାରୁ ବେମାଲ): ନୂଆପଡ଼ା ଜିଲା ଖଡିଆଳ ବ୍ଲକ କିକିଟା ଗାଁରେ ଭାଲୁ କାମୁଡାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି।

ସୂଚନା ମୁତାବକ ଶୁକ୍ରବାର ଅପରାହ୍ନ ୪ଟା ସମୟରେ ଗଙ୍ଗା ମାଝି (୫୯) ଗାଁ ପାଖ ଜଙ୍ଗକୁ ଛେଳି ଚରାଇବା ପାଇଁ ଯାଇଥିଲେ। ସେହି ସମୟରେ ଏକ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଚିତ୍କାର ଶୁଣି ଜାଳେଣି କାଠ ପାଇଁ ଯାଇଥିବା ଲୋକେ ପହଞ୍ଚି ଗଙ୍ଗାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡିଆଳ ଉପଖଣ୍ଡ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗଙ୍ଗାଙ୍କ ମୁଣ୍ଡ ଓ ଦୁଇ ଗୋଡରେ ଗଭୀର ଆଘାତ ଲାଗିଛି। ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି।

The post ଚରାଉଥିଲେ ଛେଳି: ମାଡି ଆସିଲା ଭାଲୁ appeared first on Dharitri Odia News.