ଚର୍ଚ୍ଚରେ ପ୍ରାର୍ଥନା ସମୟରେ ପାଦ୍ରୀଙ୍କୁ ମରଣାନ୍ତକ ଆକ୍ରମଣ, ଏକାଧିକ ଥର ଛୁରାମାଡ଼
ନୂଆଦିଲ୍ଲୀ: ଚର୍ଚ୍ଚରେ ପ୍ରାର୍ଥନା ସମୟରେ ପାଦ୍ରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ । ଅଷ୍ଟ୍ରେଲିଆର ସିଡନୀର ଏକ ଚର୍ଚ୍ଚରେ ପ୍ରାର୍ଥନା ସଭାରେ ଜଣେ ପାଦ୍ରୀଙ୍କୁ ହୋଇଛି ଛୁରାମାଡ଼। ଏହି ଘଟଣା ଓ୍ବେଷ୍ଟଫିଲ୍ଡ ସିପିଂ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ଦ୍ବାରା ଛଅ ଜଣକୁ ହତ୍ୟାର କିଛି ଦିନ ପରେ ଘଟିଛି।ସୂଚନା ଅନୁଯାୟୀ, ବିଶପ ଅଫ୍ କ୍ରାଇଷ୍ଟ ଦ ଗୁଡ୍ ଶେଫାର୍ଡ ଚର୍ଚ୍ଚରେ ପ୍ରାର୍ଥନା ସଭା ସମୟରେ ପାଦ୍ରୀ ମାର ମାରୀ ଇମ୍ୟାନୁଏଲଙ୍କ ଉପରକୁ ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି ପ୍ରାର୍ଥନା ସଭା ସମୟରେ ପାଦ୍ରୀଙ୍କ ନିକଟକୁ ଯାଇ ତାଙ୍କ ମୁହଁ ଏବଂ ଶରୀରକୁ ଛୁରାମାଡ଼ କରିଥିଲେ। ଯାହାପରେ ଚର୍ଚ୍ଚରେ ହଇଚଇ ସୃଷ୍ଟି ହୋଇଥିଲା। ଉପସ୍ଥିତ ଲୋକେ ପାଦ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା ମଧ୍ୟ କରିଥିଲେ।ଯେଉଁଥିରେ ଚାରି ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଘଟଣା ସ୍ଥାନୀୟ ସମୟ ସକାଳ ୭.୧୫ ମିନିଟ୍ରେ ଘଟିଥିବା ସୂଚନା ମିଳିଛି।ଆକ୍ରମଣରେ ଆହତ ପାଦ୍ରୀଙ୍କୁ ତୁରନ୍ତ ଲିଭରପୁଲ ହସ୍ପିଟାଲ ନିଆଯାଇଥିଲା।ଆହତ ଚାରି ଜଣକ ମଧ୍ୟରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ମଧ୍ୟ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ଆଉ ଜଣେ ୨୦ ବର୍ଷୀୟ ବ୍ୟକ୍ତି ମଧ୍ୟ ଗୁରୁତର ଅଛନ୍ତି। ଘଟଣାକୁ ନେଇ ସିଡନୀ ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ, ଘଟଣାରେ ଆହତଙ୍କୁ ଚିକିତ୍ସା ଜାରି ରହିଛି।ଯେଉଁ ପାଦ୍ରୀଙ୍କ ଉପରେ ଆକ୍ରମ
ନୂଆଦିଲ୍ଲୀ: ଚର୍ଚ୍ଚରେ ପ୍ରାର୍ଥନା ସମୟରେ ପାଦ୍ରୀଙ୍କ ଉପରକୁ ମରଣାନ୍ତକ ଆକ୍ରମଣ । ଅଷ୍ଟ୍ରେଲିଆର ସିଡନୀର ଏକ ଚର୍ଚ୍ଚରେ ପ୍ରାର୍ଥନା ସଭାରେ ଜଣେ ପାଦ୍ରୀଙ୍କୁ ହୋଇଛି ଛୁରାମାଡ଼। ଏହି ଘଟଣା ଓ୍ବେଷ୍ଟଫିଲ୍ଡ ସିପିଂ ସେଣ୍ଟରରେ ଜଣେ ବ୍ୟକ୍ତିଙ୍କ ଦ୍ବାରା ଛଅ ଜଣକୁ ହତ୍ୟାର କିଛି ଦିନ ପରେ ଘଟିଛି।
ସୂଚନା ଅନୁଯାୟୀ, ବିଶପ ଅଫ୍ କ୍ରାଇଷ୍ଟ ଦ ଗୁଡ୍ ଶେଫାର୍ଡ ଚର୍ଚ୍ଚରେ ପ୍ରାର୍ଥନା ସଭା ସମୟରେ ପାଦ୍ରୀ ମାର ମାରୀ ଇମ୍ୟାନୁଏଲଙ୍କ ଉପରକୁ ଆକ୍ରମଣ ହୋଇଛି। ଜଣେ ବ୍ୟକ୍ତି ପ୍ରାର୍ଥନା ସଭା ସମୟରେ ପାଦ୍ରୀଙ୍କ ନିକଟକୁ ଯାଇ ତାଙ୍କ ମୁହଁ ଏବଂ ଶରୀରକୁ ଛୁରାମାଡ଼ କରିଥିଲେ। ଯାହାପରେ ଚର୍ଚ୍ଚରେ ହଇଚଇ ସୃଷ୍ଟି ହୋଇଥିଲା। ଉପସ୍ଥିତ ଲୋକେ ପାଦ୍ରୀଙ୍କୁ ବଞ୍ଚାଇବାକୁ ଚେଷ୍ଟା ମଧ୍ୟ କରିଥିଲେ।ଯେଉଁଥିରେ ଚାରି ଜଣ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଘଟଣା ସ୍ଥାନୀୟ ସମୟ ସକାଳ ୭.୧୫ ମିନିଟ୍ରେ ଘଟିଥିବା ସୂଚନା ମିଳିଛି।
ଆକ୍ରମଣରେ ଆହତ ପାଦ୍ରୀଙ୍କୁ ତୁରନ୍ତ ଲିଭରପୁଲ ହସ୍ପିଟାଲ ନିଆଯାଇଥିଲା।ଆହତ ଚାରି ଜଣକ ମଧ୍ୟରେ ଜଣେ ୩୦ ବର୍ଷୀୟ ବ୍ୟକ୍ତି ମଧ୍ୟ ରହିଛନ୍ତି। ରିପୋର୍ଟ ଅନୁଯାୟୀ, ଆଉ ଜଣେ ୨୦ ବର୍ଷୀୟ ବ୍ୟକ୍ତି ମଧ୍ୟ ଗୁରୁତର ଅଛନ୍ତି। ଘଟଣାକୁ ନେଇ ସିଡନୀ ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପୋଲିସ କହିଛି ଯେ, ଘଟଣାରେ ଆହତଙ୍କୁ ଚିକିତ୍ସା ଜାରି ରହିଛି।
ଯେଉଁ ପାଦ୍ରୀଙ୍କ ଉପରେ ଆକ୍ରମଣ ହୋଇଛି ସେ ସିଡନୀର ଜଣେ ପ୍ରମୁଖ ଧାର୍ମିକ ନେତା ଏବଂ ପୂର୍ବତନ ଅଷ୍ଟ୍ରେଲିଆ ଅସିରିୟନ ଚର୍ଚ୍ଚର ସଦସ୍ୟ। ଚର୍ଚ୍ଚର ପାଦ୍ରୀ କୋରୋନା ମହାମାରୀ ସମୟରେ ନିଜ ବୟାନକୁ ନେଇ ଚର୍ଚ୍ଚାକୁ ଆସିଥିଲେ। ସେତେବେଳେ ସେ ଦାବି କରିଥିଲେ ଯେ, କୋରୋନା ପାଇଁ ଯେଉଁ ଟିକା ଦିଆଯାଉଛି ତାହା ବ୍ୟର୍ଥ। ଆମେ ସାମାନ୍ୟ ଭାବରେ ରହିବା ଦ୍ବାରା ହଁ ଆମର ପ୍ରତିରକ୍ଷା ବଢ଼ିବ।