ଚର୍ଚ୍ଚା ହୋଇପାରେ ସତ; ୨୦୨୫ ଆଇପିଏଲ୍ରେ ଟିମ୍ ବଦଳାଇ ପାରନ୍ତି ଏହି ପ୍ଲେୟର ?
ନୂଆଦିଲ୍ଲୀ ୦୬।୦୯: ଆଇପିଏଲ୍ ୨୦୨୫ । ଖୁବ୍ ହେବ ରୋମାଞ୍ଚକର । ଖାସ୍ କରିବ ମେଗା ଅକ୍ସନ ପୂର୍ବରୁ ରହିଛି ଚର୍ଚ୍ଚାରେ । ଆଗାମୀ ସିଜିନ୍ରେ ହେବ ବଡ ପରିବର୍ତ୍ତନ । ବାସ୍ତବରେ ଅନେକ ପ୍ଲେୟର କରିପାରନ୍ତି ଟିମ୍ ଅଦଳବଦଳ । କୁହାଯାଉଛି କି ରୋହିତ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ପରି ଅନେକ ନାମୀଦାମୀ ପ୍ଲେୟର । ଏହି ପ୍ଲେୟରଙ୍କୁ ତାଙ୍କ ପୁରୁଣା ଟିମ୍ ବୋଧେ ରିଟେନ୍ କରିବେନି । ରିପୋର୍ଟ ଅନୁଯାୟୀ ଗୋଟିଏ ଫ୍ରାଞ୍ଚାଇଜ୍ ୪ ପ୍ଲେୟରଙ୍କୁ ହିଁ ରିଟେନ୍ କରିପାରିବେ । ଯଦି ଏପରି ହୁଏ ତେବେ ଅନେକ ଦିଗ୍ଗଜ ପ୍ଲେୟର ମେଗା ଅକ୍ସନକୁ ଓହ୍ଲାଇବା ଥୟ । ବିଗତ ସିଜିନରେ ରୋହିତ ଶର୍ମାଙ୍କ ଠାରୁ କ୍ୟାପଟେନସିପ୍ ଛଡାଇ ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାକୁ କରିଥିଲା ଅଧିନାୟକ। କୁହାଯାଉଛି କି ରୋହିତ IPL ୨୦୨୪ରେ ଏମ୍ଆଇ ମ୍ୟାନେଜମେଣ୍ଟ ଉପରେ ଖୁସି ନଥିଲେ । ଏପରି ସ୍ଥିତିରେ ରୋହିତ ଆଗାମୀ ସିଜିନରେ ମୁମ୍ବାଇ ଛାଡି ଲକ୍ଷ୍ନୌ ସୁପର ଜାଏଣ୍ଟସର କ୍ୟାପଟେନସିପର କମାଣ ସମ୍ଭାଳିପାରନ୍ତି । ଏମିତିକି ପଞ୍ଜାବ କିଙ୍ଗସ ସହିତ ତାଙ୍କ ନାଁ ମଧ୍ୟ ଯୋଡା ଯାଉଛି । କିନ୍ତୁ ନିକଟରେ ଚର୍ଚ୍ଚା ହେଉଛି କି ରୋହିତ ମୁମ୍ବାଇ ସହିତ ଯୋଡି ହୋଇ ରହିବେ । ତେବେ ଏହାକୁ ନେଇ କୌଣସି ବି ଆନୁଷ୍ଠାନିକ ସ୍ପଷ୍ଟ ହୋଇନି । ଆଉ ଏକ ରିପୋର୍ଟ ଅନୁଯାୟୀ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଟିମ୍ ଛାଡିପାରନ୍ତି
ନୂଆଦିଲ୍ଲୀ ୦୬।୦୯: ଆଇପିଏଲ୍ ୨୦୨୫ । ଖୁବ୍ ହେବ ରୋମାଞ୍ଚକର । ଖାସ୍ କରିବ ମେଗା ଅକ୍ସନ ପୂର୍ବରୁ ରହିଛି ଚର୍ଚ୍ଚାରେ । ଆଗାମୀ ସିଜିନ୍ରେ ହେବ ବଡ ପରିବର୍ତ୍ତନ । ବାସ୍ତବରେ ଅନେକ ପ୍ଲେୟର କରିପାରନ୍ତି ଟିମ୍ ଅଦଳବଦଳ । କୁହାଯାଉଛି କି ରୋହିତ ଶର୍ମା ଏବଂ ସଞ୍ଜୁ ସାମସନଙ୍କ ପରି ଅନେକ ନାମୀଦାମୀ ପ୍ଲେୟର । ଏହି ପ୍ଲେୟରଙ୍କୁ ତାଙ୍କ ପୁରୁଣା ଟିମ୍ ବୋଧେ ରିଟେନ୍ କରିବେନି । ରିପୋର୍ଟ ଅନୁଯାୟୀ ଗୋଟିଏ ଫ୍ରାଞ୍ଚାଇଜ୍ ୪ ପ୍ଲେୟରଙ୍କୁ ହିଁ ରିଟେନ୍ କରିପାରିବେ । ଯଦି ଏପରି ହୁଏ ତେବେ ଅନେକ ଦିଗ୍ଗଜ ପ୍ଲେୟର ମେଗା ଅକ୍ସନକୁ ଓହ୍ଲାଇବା ଥୟ ।

ବିଗତ ସିଜିନରେ ରୋହିତ ଶର୍ମାଙ୍କ ଠାରୁ କ୍ୟାପଟେନସିପ୍ ଛଡାଇ ନେଇଥିଲା ମୁମ୍ବାଇ ଇଣ୍ଡିଆନ୍ସ । ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟାକୁ କରିଥିଲା ଅଧିନାୟକ। କୁହାଯାଉଛି କି ରୋହିତ IPL ୨୦୨୪ରେ ଏମ୍ଆଇ ମ୍ୟାନେଜମେଣ୍ଟ ଉପରେ ଖୁସି ନଥିଲେ । ଏପରି ସ୍ଥିତିରେ ରୋହିତ ଆଗାମୀ ସିଜିନରେ ମୁମ୍ବାଇ ଛାଡି ଲକ୍ଷ୍ନୌ ସୁପର ଜାଏଣ୍ଟସର କ୍ୟାପଟେନସିପର କମାଣ ସମ୍ଭାଳିପାରନ୍ତି । ଏମିତିକି ପଞ୍ଜାବ କିଙ୍ଗସ ସହିତ ତାଙ୍କ ନାଁ ମଧ୍ୟ ଯୋଡା ଯାଉଛି । କିନ୍ତୁ ନିକଟରେ ଚର୍ଚ୍ଚା ହେଉଛି କି ରୋହିତ ମୁମ୍ବାଇ ସହିତ ଯୋଡି ହୋଇ ରହିବେ । ତେବେ ଏହାକୁ ନେଇ କୌଣସି ବି ଆନୁଷ୍ଠାନିକ ସ୍ପଷ୍ଟ ହୋଇନି ।

ଆଉ ଏକ ରିପୋର୍ଟ ଅନୁଯାୟୀ ରାଜସ୍ଥାନ ରୟାଲ୍ସ କ୍ୟାପଟେନ୍ ସଞ୍ଜୁ ସାମସନ୍ ଟିମ୍ ଛାଡିପାରନ୍ତି । ସେ ଚେନ୍ନାଇ ସୁପରକିଙ୍ଗକୁ ଜଏନ କରିପାରନ୍ତି । ଆଉ ହୋଇପାରନ୍ତି CSKର କ୍ୟାପଟେନ । ଏନେଇ ଖୁବ୍ ଚର୍ଚ୍ଚାରେ ହେଉଛି । ଅନ୍ୟପକ୍ଷେ ରାହୁଲ ଦ୍ରାବିଡ ହୋଇଛନ୍ତି ରାଜସ୍ଥାନର ହେଡ୍ କୋଚ । ଆଉ ଦ୍ରାବିଡ ଏବଂ ସଞ୍ଜୁଙ୍କର ଭଲ ସମ୍ପର୍କ ରହିଛି । ଯେଉଁଥିପାଇଁ ସଞ୍ଜୁ ଫ୍ରାଞ୍ଚାଇଜ୍ ଛାଡି ଯିବେନି ବୋଲି ଅନେକ କରୁଛନ୍ତି ଦାବି ।

ସେହିପରି ଅଲରାଉଣ୍ଡର ଶିବମ ଦୁବେଙ୍କୁ ନେଇ ମଧ୍ୟ କମ୍ ଚର୍ଚ୍ଚା ନୁହେଁ । CSKକୁ ଆସିବା ପରେ ତାଙ୍କ ଆଇପିଏଲ୍ କ୍ୟାରିୟର ପ୍ରାୟ ଜୋରଦାର ଦୌଡ ଲଗାଇଛି । ଆଉ ସେ ଲିଗର ଟପ୍ ଅଲରାଉଣ୍ଡର ପ୍ଲେୟର ହୋଇଯାଇଛନ୍ତି । କିନ୍ତୁ ନିକଟରେ ଚର୍ଚ୍ଚା ହେଉଥିଲା କି CSK ମ୍ୟାନେଜମେଣ୍ଟ ସାମ୍ନାରେ ଶିବମ ଦୁବେଙ୍କୁ ଟ୍ରେଡ୍ କରିବାକୁ ଦାବି ରଖିଛି RR । ଏହି ରିପୋର୍ଟ ସମୟରେ ଚର୍ଚ୍ଚାକୁ ଆସିଥିଲେ ସଞ୍ଜୁ ସାମସନ୍ । କାରଣ ଦୁବେଙ୍କ ବଦଳରେ CSK ସଞ୍ଜୁ ସାମସନଙ୍କୁ ମାଗିଥିଲା । ତେବେ ଉଭୟ ପକ୍ଷଙ୍କ ଏହି କଥାରେ ଏପର୍ଯ୍ୟନ୍ତ ଆସିନି କୌଣସି ସ୍ପଷ୍ଟତା ।

ଟିମ୍ ଇଣ୍ଡିଆର ଓ୍ବିକେଟକିପର ବ୍ୟାଟର ରିଷଭ ପନ୍ତ । ଆକ୍ସିଡେଣ୍ଟ ପରେ ଦମ୍ଦାର୍ କମବ୍ୟାକ୍ କରିଛନ୍ତି ପନ୍ତ । ଆଇପିଏଲ୍ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଲିଥାନ୍ତି । ରିଷଭ ୨୦୨୧ରୁ ଡିସିର ରହିଆସୁଛନ୍ତି ଅଧିନାୟକ । କିନ୍ତୁ ଟିମ୍ର ମେଣ୍ଟର ରିକି ପଣ୍ଟିଙ୍ଗ୍ ଟିମ୍ ଛାଡିବା ପରେ କୁହାଯାଉଛି କି ଡିସି ଛାଡିପାରନ୍ତି ପନ୍ତ । ବାସ୍ତବରେ ସିଏସକେରୁ ଧୋନୀଙ୍କ ସନ୍ୟାସ ପରେ ଟିମ୍କୁ ଆବଶ୍ୟକ ରହିଛି ଏକ ଓ୍ବିକେଟକିପର ବ୍ୟାଟସମ୍ୟାନ । ଆଉ ଏହାର ଏକ ଭଲ ବିକଳ୍ପ ହେଉଛନ୍ତି ପନ୍ତ ।

ତେବେ ମେଗା ଅକ୍ସନ ପୂର୍ବରୁ ଆଇପିଏଲ୍ର ୧୦ଟି ଫ୍ରାଞ୍ଚାଇଜ୍ କୌଣସି ବି ଟିମ୍ର ଖାସ୍ ପ୍ଲେୟରଙ୍କ ସହ ସିଧାସଳଖ କଥା ହୋଇପାରିବନି । ଯଦି ଟିମ୍ କୌଣସି ପ୍ଲେୟରଙ୍କୁ ଟ୍ରେଡ କରିବାକୁ ଇଚ୍ଛା କରନ୍ତି ତେବେ ତାଙ୍କୁ ଅନ୍ୟ ଫ୍ରାଞ୍ଚାଇଜ୍ର ମ୍ୟାନେଜମେଣ୍ଟ ସହିତ ସପର୍କ କରିବାକୁ ପଡିଥାଏ । ଏହାପରେ ହିଁ ଜଣେ ପ୍ଲେୟର ଅନ୍ୟ ଟିମ୍ରେ ହୋଇପାରନ୍ତି ସାମିଲ । ତେବେ ଏହି ସବୁ ଚର୍ଚ୍ଚା କେତେ ସତ ହେଉଛି ତାକୁ ହିଁ ଅପେକ୍ଷା…