ଚର୍ଚ୍ଚାରେ RPF ରୀନା, ଯିଏ ଦେଖୁଛି ସିଏ କହୁଛି ମା’ ତୁଝେ ସଲାମ

ନୂଆଦିଲ୍ଲୀ,୧୮।୨: ନାରୀଟିଏ ଯେପରି ପଣ କରିଥାଏ, କିଛି ବି ପରିସ୍ଥିତି ଆସୁ ସେ ତାର ଦାୟିତ୍ୱକୁ ସୂଚାରୁ ରୂପରେ ତୁଲାଇବ। ମା’ ହୋଇ ତା’ ପଣତ କାନିରେ ସନ୍ତାନକୁ କୋଳେଇ ନେଇ ପାରୁଥିବ ଅନ୍ୟପଟେ ଦେଶ ମାଟିକୁ ସୁରକ୍ଷା ଦେବାପାଇଁ କରିଥିବା ସଂକଳ୍ପକୁ ମଧ୍ୟ ଭଲ ଭାବରେ ସମ୍ଭାଳି ନେଉଥିବ। ଗୋଟେ ମା’ ହିଁ ସବୁକିଛି କରିପାରେ। ନାରୀ ଶକ୍ତିର ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀ ଷ୍ଟେଶନରେ। ଗୋଟିଏ ହାତରେ ନବଜାତକୁ ଜାବୁଡି ଧରି, […] The post ଚର୍ଚ୍ଚାରେ RPF ରୀନା, ଯିଏ ଦେଖୁଛି ସିଏ କହୁଛି ମା’ ତୁଝେ ସଲାମ appeared first on Dharitri Odia News.

ଚର୍ଚ୍ଚାରେ RPF ରୀନା, ଯିଏ ଦେଖୁଛି ସିଏ କହୁଛି ମା’ ତୁଝେ ସଲାମ

ନୂଆଦିଲ୍ଲୀ,୧୮।୨: ନାରୀଟିଏ ଯେପରି ପଣ କରିଥାଏ, କିଛି ବି ପରିସ୍ଥିତି ଆସୁ ସେ ତାର ଦାୟିତ୍ୱକୁ ସୂଚାରୁ ରୂପରେ ତୁଲାଇବ। ମା’ ହୋଇ ତା’ ପଣତ କାନିରେ ସନ୍ତାନକୁ କୋଳେଇ ନେଇ ପାରୁଥିବ ଅନ୍ୟପଟେ ଦେଶ ମାଟିକୁ ସୁରକ୍ଷା ଦେବାପାଇଁ କରିଥିବା ସଂକଳ୍ପକୁ ମଧ୍ୟ ଭଲ ଭାବରେ ସମ୍ଭାଳି ନେଉଥିବ।
ଗୋଟେ ମା’ ହିଁ ସବୁକିଛି କରିପାରେ। ନାରୀ ଶକ୍ତିର ଏମିତି ଏକ ଉଦାହରଣ ଦେଖିବାକୁ ମିଳିଛି ଦିଲ୍ଲୀ ଷ୍ଟେଶନରେ। ଗୋଟିଏ ହାତରେ ନବଜାତକୁ ଜାବୁଡି ଧରି, ଅନ୍ୟ ଏକ ହାତରେ ଲାଠି ଧରି ଭିଡକୁ ନିୟନ୍ତ୍ରଣ କରୁଛନ୍ତି ଜଣେ ଆରପିଏଫ୍‌। ଗୋଟିଏ ପଟେ ଦେଶକୁ ଦେଇଥିବା ପ୍ରତିଶ୍ରୁତି ଓ ଅନ୍ୟପଟେ ଛୁଆକୁ ଦେଇଥିବା ପ୍ରତିଶ୍ରୁତିକୁ ଏକା ସାଙ୍ଗେ ନିଖୁଣ ଭାବରେ ତୁଲାଉଥିଲେ RPF ରୀନା।
ତାଙ୍କୁ ଦେଖି ରେଲୱେ ଷ୍ଟେଶନରରେ ଯା’ଆସ କରୁଥିବା ଲୋକେ ସାଲ୍ୟୁଟ ମାରଛନ୍ତି। କହୁଥାନ୍ତି ମା’ ତୁଝେ ସଲାମ । କହିବେନି ବା କେମିତି ଏଭଳି ପରିସ୍ଥିତିରେ ମା’ଙ୍କୁ ଯିଏ ଦେଖିଛି ସେ ଠିକ୍‌ ବୁଝି ପାରିଥିବେ, ଗୋଟେ ମା’ ଅସମ୍ଭବକୁ ସମ୍ଭବ କରିପାରେ।

 

ଏବେ କୁମ୍ଭ ମେଳାକୁ ନେଇ ନୂଆଦିଲ୍ଲୀ ରେଳ ଷ୍ଟେଶନରେ ପ୍ରବଳ ଭିଡ। ଦଳାଚକଟା ଜନିତ ମୃତ୍ୟୁ ଘଟଣା ପରେ ରେଳ ବିଭାଗ ସତର୍କ ହୋଇପଡ଼ିଛି ଏବଂ RPF ନିୟୋଜିତ ବୃଦ୍ଧି କରାଯାଇଛି। ଆଉ ଏହାରି ମଧ୍ୟରେ ରୀନାଙ୍କର ଡବଲ ଡ୍ୟୁଟି ସମସ୍ତିଙ୍କର ଦୃଷ୍ଟି ଆକର୍ଷଣ କରିଛି । ତାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

The post ଚର୍ଚ୍ଚାରେ RPF ରୀନା, ଯିଏ ଦେଖୁଛି ସିଏ କହୁଛି ମା’ ତୁଝେ ସଲାମ appeared first on Dharitri Odia News.