ଚର୍ଚ୍ଚାରେ ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଆଦାନୀ: ଭାରତ ଛାଡ଼ି ଚାଲିଯାଇଥିବା ବିନୋଦ ବିଶ୍ୱର କେତେ ନମ୍ବର ଧନୀ ?

ନୂଆଦିଲ୍ଲୀ: ବିନୋଦ ଆଦାନୀଙ୍କ ବିଷୟରେ ପୂର୍ବରୁ ଅଳ୍ପବହୁତେ ଶୁଣି ଥିବେ। ଯେହେତୁ ସେ ଭାରତରେ ରହୁ ନାହାନ୍ତି ତେଣୁ କେତେବେଳେ କେଉଁଠି ତାଙ୍କ ବିଷୟରେ ଖବର ପଢ଼ିବାକୁ ପାଇଥିବେ। ହେଲେ ଏବେ ତାଙ୍କ ନାଁ ଚର୍ଚ୍ଚାରେ ରହିଛି। କାରଣ ସେ ବିଶ୍ୱ ଧନୀ ତାଲିକାରେ ଫୋର୍ବ୍ସ ପତ୍ରିକାରେ ସ୍ଥାନ ପାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ବିନୋଦ ଆଦାନୀ ହେଉଛନ୍ତି ଭାରତର ଦ୍ୱିତୀୟ ନମ୍ବର ଧନୀ ଗୌତମ ଆଦାନୀଙ୍କ ବଡ଼ ଭାଇ।  ଭାରତର ଦ୍ୱିତୀୟ ନମ୍ବର ଧନୀ ବ୍ୟବସାୟୀ ଗୌତମ ଆଦାନୀ ଚଳିତ ବର୍ଷ ଫୋର୍ବ୍ସ ଆରବପତିଙ୍କ ତାଲିକାରେ ୮୪ ଆରବ ଡଲାରରୁ ଅଧିକ ସମ୍ପତ୍ତି ସହ ୧୭ ନମ୍ବର ସ୍ଥାନରେ ରହିଛନ୍ତି। ତେବେ ଗୌତମ ଆଦାନୀଙ୍କ ବ୍ୟତୀତ ତାଙ୍କ ଭାଇ ବି ବିନୋଦ ଆଦାନୀ ମଧ୍ୟ ଫୋର୍ବ୍ସର ଆରବପତିଙ୍କ ତାଲିକାରେ ଆସିଛନ୍ତି। ୨୪.୨ ଅରବ ଡଲାର ସମ୍ପତ୍ତି ସହ ବିନୋଦ ତାଲିକାରେ ୮୪ ନମ୍ବର ସ୍ଥାନରେ ରହିଛନ୍ତି। ଅନେକ ସମୟରେ ଗୌତମ ଆଦାନୀଙ୍କ ନାଁ ଚର୍ଚ୍ଚାରେ ରୁହନ୍ତି। ହେଲେ ତାଙ୍କ ବଡ଼ ଭାଇ ବିନୋଦ ଆଦାନୀଙ୍କ ବିଷୟରେ ଖୁବ୍ କମ୍‌ ଚର୍ଚ୍ଚା ହୋଇଥାଏ। ବିନୋଦ ଟ୍ରେଡିଂ କାମ କରିବାକୁ ସିଂଗାପୁର ଯାଇଥିଲେ। ଏହାପରେ ସେ ୧୯୯୪ରୁ ଦୁବାଇରେ ରହୁଥିଲେ। ପୁଣି ୨୦୧୬ରେ ସାଇପ୍ରସ୍‌ର ନାଗରିକ ହୋଇଥିଲେ। ଏସିସି ଏବଂ ଅମ୍ବୁଜା ସିମେଣ୍ଟର ମାଲିକ ହେଉଛନ୍ତି ବିନୋଦ ଆଦାନୀ। ଫୋର୍ବସ୍ ତାଲିକାରେ ୮୪ ନମ୍ବର ସ୍ଥାନରେ ଥିବା ବିନୋଦ ଆଦାନୀଙ୍କ ସମ୍ପତ୍ତି ୨୪.୨ ବିଲିୟନ ଡଲ

ଚର୍ଚ୍ଚାରେ ଗୌତମ ଆଦାନୀଙ୍କ ବଡ଼ ଭାଇ ବିନୋଦ ଆଦାନୀ: ଭାରତ ଛାଡ଼ି ଚାଲିଯାଇଥିବା ବିନୋଦ ବିଶ୍ୱର କେତେ ନମ୍ବର ଧନୀ ?

ନୂଆଦିଲ୍ଲୀ: ବିନୋଦ ଆଦାନୀଙ୍କ ବିଷୟରେ ପୂର୍ବରୁ ଅଳ୍ପବହୁତେ ଶୁଣି ଥିବେ। ଯେହେତୁ ସେ ଭାରତରେ ରହୁ ନାହାନ୍ତି ତେଣୁ କେତେବେଳେ କେଉଁଠି ତାଙ୍କ ବିଷୟରେ ଖବର ପଢ଼ିବାକୁ ପାଇଥିବେ। ହେଲେ ଏବେ ତାଙ୍କ ନାଁ ଚର୍ଚ୍ଚାରେ ରହିଛି। କାରଣ ସେ ବିଶ୍ୱ ଧନୀ ତାଲିକାରେ ଫୋର୍ବ୍ସ ପତ୍ରିକାରେ ସ୍ଥାନ ପାଇଛନ୍ତି। ସବୁଠାରୁ ବଡ଼ କଥା ହେଲା ବିନୋଦ ଆଦାନୀ ହେଉଛନ୍ତି ଭାରତର ଦ୍ୱିତୀୟ ନମ୍ବର ଧନୀ ଗୌତମ ଆଦାନୀଙ୍କ ବଡ଼ ଭାଇ।  

ଭାରତର ଦ୍ୱିତୀୟ ନମ୍ବର ଧନୀ ବ୍ୟବସାୟୀ ଗୌତମ ଆଦାନୀ ଚଳିତ ବର୍ଷ ଫୋର୍ବ୍ସ ଆରବପତିଙ୍କ ତାଲିକାରେ ୮୪ ଆରବ ଡଲାରରୁ ଅଧିକ ସମ୍ପତ୍ତି ସହ ୧୭ ନମ୍ବର ସ୍ଥାନରେ ରହିଛନ୍ତି। ତେବେ ଗୌତମ ଆଦାନୀଙ୍କ ବ୍ୟତୀତ ତାଙ୍କ ଭାଇ ବି ବିନୋଦ ଆଦାନୀ ମଧ୍ୟ ଫୋର୍ବ୍ସର ଆରବପତିଙ୍କ ତାଲିକାରେ ଆସିଛନ୍ତି। ୨୪.୨ ଅରବ ଡଲାର ସମ୍ପତ୍ତି ସହ ବିନୋଦ ତାଲିକାରେ ୮୪ ନମ୍ବର ସ୍ଥାନରେ ରହିଛନ୍ତି। 

ଅନେକ ସମୟରେ ଗୌତମ ଆଦାନୀଙ୍କ ନାଁ ଚର୍ଚ୍ଚାରେ ରୁହନ୍ତି। ହେଲେ ତାଙ୍କ ବଡ଼ ଭାଇ ବିନୋଦ ଆଦାନୀଙ୍କ ବିଷୟରେ ଖୁବ୍ କମ୍‌ ଚର୍ଚ୍ଚା ହୋଇଥାଏ। ବିନୋଦ ଟ୍ରେଡିଂ କାମ କରିବାକୁ ସିଂଗାପୁର ଯାଇଥିଲେ। ଏହାପରେ ସେ ୧୯୯୪ରୁ ଦୁବାଇରେ ରହୁଥିଲେ। ପୁଣି ୨୦୧୬ରେ ସାଇପ୍ରସ୍‌ର ନାଗରିକ ହୋଇଥିଲେ। ଏସିସି ଏବଂ ଅମ୍ବୁଜା ସିମେଣ୍ଟର ମାଲିକ ହେଉଛନ୍ତି ବିନୋଦ ଆଦାନୀ। ଫୋର୍ବସ୍ ତାଲିକାରେ ୮୪ ନମ୍ବର ସ୍ଥାନରେ ଥିବା ବିନୋଦ ଆଦାନୀଙ୍କ ସମ୍ପତ୍ତି ୨୪.୨ ବିଲିୟନ ଡଲାର୍ (୨,୦୧,୯୧୨ କୋଟି)| 

୨୦୨୨ରେ ଆଦାନୀ ଗ୍ରୁପ୍‌ ଭାରତ ଦ୍ୱିତୀୟ ସର୍ବାଧିକ ସିମେଣ୍ଟ ଉତ୍ପାଦନକାରୀ କମ୍ପାନୀ ହୋଇଥିଲା। ବିନୋଦଙ୍କ ନିବେଶ ଥିବା କମ୍ପାନୀ ଦ୍ୱାରା ସ୍ୱିସ୍ କମ୍ପାନୀ ହୋଲସିମ୍‌ର ଇଣ୍ଡିଆ ସମ୍ପତ୍ତିକୁ ଆଦାନୀ ୧୦.୫ ବିଲିଅନ ଡଲାରେ ଅଧିଗ୍ରହଣ କରିବା ପରେ ଆଦାନୀ ଗ୍ରୁପ୍‌କୁ ଏହି ସଫଳତା ମିଳିଥିଲା। 

ପଢ଼ନ୍ତୁ- ମହଙ୍ଗା ହେବ ସ୍ୱପ୍ନର ଘର: ବଢ଼ିବ ସିମେଣ୍ଟ ମୂଲ୍ୟ, ବ୍ୟାଗ୍ ପ୍ରତି କେତେ ବଢ଼ିବ ଦାମ ? 

ହିଣ୍ଡନବର୍ଗ ରିପୋର୍ଟରେ ଆସିଥିଲା ବିନୋଦ ଆଦାନୀଙ୍କ ନାଁ

ବିନୋଦ ଆଦାନୀ ୧୯୭୬ ମସିହାରେ ମୁମ୍ବାଇରୁ ପାୱାର ଲୁମ୍‌ରୁ କ୍ୟାରିଅର୍ ଆରମ୍ଭ କରିଥିଲେ।ଏହାପରେ ସେ କମୋଡିଟିରେ ଇନ୍‌ଭେଷ୍ଟ କରିବାକୁ ସିଙ୍ଗାପୁରରେ କାର୍ଯ୍ୟାଳୟ ଖୋଲିଥିଲେ। ତା’ପରେ ସେ ଦୁବାଇରେ ରହିବାକୁ ସ୍ଥିର କରିଥିଲେ ବି ପରେ ସାଇପ୍ରସର ନାଗରିକତ୍ୱ ଗ୍ରହଣ କରିଥିଲେ। ବିନୋଦ ଆଦାନୀଙ୍କ ନାଁ ୨୦୨୩ ହିଣ୍ଡନବର୍ଗ ରିପୋର୍ଟରେ ମଧ୍ୟ ଆସିଥିଲା।

ବିନୋଦ ଆଦାନୀ ଅନ୍ତର୍ଜାତୀୟ ବଜାରରୁ ଆଦାନୀ ଗ୍ରୁପ୍ ପାଇଁ ପାଣ୍ଠି ସଂଗ୍ରହ କରୁଥିଲେ ବୋଲି ହିଣ୍ଡନବର୍ଗ ରିପୋର୍ଟରେ ଦର୍ଶାଯାଇଥିଲା ଏହା ବ୍ୟତୀତ ସେ ସେଲ୍ କମ୍ପାନୀଗୁଡିକର ଏକ ନେଟୱାର୍କ ସ୍ଥାପନ କରିଛନ୍ତି। ଏହା ମାଧ୍ୟମରେ ଷ୍ଟକଗୁଡିକର ମେନିପୁଲେସନ୍, ବଜାରରେ ଅସ୍ଥିରତା ଏବଂ ମନି ଲଣ୍ଡରିଂ କରାଯାଇଥାଏ ବୋଲି ହିଣ୍ଡନବର୍ଗ ରିପୋର୍ଟରେ ଅଭିଯୋଗ କରାଯାଇଥିଲା। ତେବେ ଏହି ଅଭିଯୋଗଗୁଡ଼ିକ ମଧ୍ୟରୁ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ପ୍ରମାଣିତ ହୋଇନାହିଁ।