ଚର୍ଚ୍ଚାରେ ଯୁବକଙ୍କ ମ୍ୟାଟ୍ରିମୋନିଆଲ ବିଜ୍ଞାପନ, ପ୍ରତିବର୍ଷ ଆୟ ୫୪% ବଢ଼ୁଛି

ପ୍ରଥମେ ଏପରି ଖବରକୁ ପୂର୍ବତନ ବ୍ୟାଙ୍କର ସମିତ ସିଂହ ଏକ୍ସରେ ପୋଷ୍ଟ କରିଥିଲେ। ଏହାପରେ ଏହା ଭାଇରାଲ ହୋଇଛି। ଅନେକ ଏହା ଉପରେ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି।

ଚର୍ଚ୍ଚାରେ ଯୁବକଙ୍କ ମ୍ୟାଟ୍ରିମୋନିଆଲ ବିଜ୍ଞାପନ, ପ୍ରତିବର୍ଷ ଆୟ ୫୪% ବଢ଼ୁଛି

ଚର୍ଚ୍ଚାରେ ଜଣେ ୨୬ ବର୍ଷୀୟ ଯୁବକଙ୍କ ମ୍ୟାଟ୍ରିମୋନିଆଲ ବିଜ୍ଞାପନ। ଉତ୍ତର ପ୍ରଦେଶର ମୀରଟର ଏହି ଯୁବକ ଜଣଙ୍କ ନିଜକୁ ନିବେଶକାରୀର ପରିଚୟ ଦେଇ ବାହା ହେବାକୁ ଉପଯୁକ୍ତ ଝିଅ ଖୋଜୁଛନ୍ତି।

ତେବେ ସେ ନିଜ ବିଷୟରେ ଦେଇଥିବା ତଥ୍ୟ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ନିଜକୁ ନିବେଶକାରୀ କହୁଥିବା ଏହି ଯୁବକ ଜଣଙ୍କ ଆୟ ପ୍ରତିବର୍ଷ ଚକ୍ରବୃଦ୍ଧି ହାରରେ ୫୪% ଲେଖାଏ ବଢ଼ୁଥିବା ମଧ୍ୟ ଦାବି କରିଛନ୍ତି।

ଯୁବକ ଜଣଙ୍କ ବାର୍ଷିକ ୨୯ ଲକ୍ଷ ଟଙ୍କା ଆୟ କରୁଛନ୍ତି ଓ ପ୍ରତିବର୍ଷ ଏଥିରେ ୫୪% ଲେଖାଏ ବୃଦ୍ଧି ପାଉଛି। ଯୁବକ କେମିତି ଏତେ ଟଙ୍କା ଆୟ କରୁଛନ୍ତି, ସେକଥା ଜାଣିବା ପାଇଁ ଅନେକ ଲୋକ ସୋଶାଲ ମିଡିଆରେ ବେଶ ଆଗ୍ରହ ଦେଖାଇଛନ୍ତି।

ବିଜ୍ଞାପନରେ ଯୁବକଙ୍କ ଶାରୀରିକ ଗଠନ ଠାରୁ ଆରମ୍ଭ କରି ଜାତି ବିଷୟରେ ତଥ୍ୟ ରହିଛି। କିନ୍ତୁ ସମସ୍ତଙ୍କ ନଜର ତାଙ୍କ ଆର୍ଥିକ ତଥ୍ୟ ପ୍ରତି ରହିଛି। ଯୁବକ ଜଣଙ୍କ କହିଛନ୍ତି ଯେ ସେ ଭାରତୀୟ ଷ୍ଟକ ମାର୍କେଟରେ ବେଶ ସକ୍ରିୟ। ସେ ନିଜର ଆୟକୁ ନିଜସ୍ୱ ଆବିଷ୍କାର ଓ ନିଜସ୍ୱ ବିଚାର ଆଧାରରେ ଏପରି ବୃଦ୍ଧି କାରି ଚାଲିଛନ୍ତି।

ତେବେ ଏତିକିରେ ତାଙ୍କର ତଥ୍ୟ ଶେଷ ହୋଇନାହିଁ। ସେ ନିଜ କାମର ସୁରକ୍ଷା ଓ ସ୍ଥିରତା ପାଇଁ ଗୋଟିଏ ପାୱାର ପଏଣ୍ଟ ପ୍ରେଜେଣ୍ଟେସନ ମଧ୍ୟ ଉପଯୁକ୍ତ ଝିଅକୁ ପଠାଇବାକୁ ପ୍ରସ୍ତାବ ଦେଇଛନ୍ତି। ଏଥିରେ ସୁରକ୍ଷିତ ନିବେଶ ଓ କେମିତି ଆର୍ଥିକ ସ୍ୱାଧୀନତା ହାସଲ କରି ହେବ, ତା’ର ତଥ୍ୟ ରହିଛି।

ସେ କେମିତି ଆର୍ଥିକ ସ୍ତରରେ ସ୍ୱାଧୀନତା ପାଇଲେ, ସେକଥା ଯଦି କେହି ଜାଣିବାକୁ ଚାହୁଁଛନ୍ତି, ତା’ହେଲେ ଯୁବକ ଜଣଙ୍କ ୧୬ ପୃଷ୍ଠାର ତଥ୍ୟ ହ୍ୱାଟସଆପ୍‌ରେ ମଧ୍ୟ ପଠାଇବେ ବୋଲି କହିଛନ୍ତି।

ପ୍ରଥମେ ଏପରି ଖବରକୁ ପୂର୍ବତନ ବ୍ୟାଙ୍କର ସମିତ ସିଂହ ଏକ୍ସରେ ପୋଷ୍ଟ କରିଥିଲେ। ଏହାପରେ ଏହା ଭାଇରାଲ ହୋଇଛି। ଅନେକ ଏହା ଉପରେ କମେଣ୍ଟ ମଧ୍ୟ ଦେବାରେ ଲାଗିଛନ୍ତି।

ଜଣେ ଏକ୍ସ ବ୍ୟବହାରକାରୀ କହିଛନ୍ତି ଯୁବକଙ୍କୁ ମେଳ ଖାଇବା ଭଳି ଝିଅ ଜଣେ ଶଟ ଶେଲର ହୋଇଥିବା ଦରକାର। ଏହାଦ୍ୱାରା ସେ ସବୁ ପାଗକୁ ଖାପ ଖାଉଥିବା ଘର କରିପାରିବେ।