ସ୍ୱର୍ଗଦ୍ୱାରରେ ସରିଲା ବାପା, ମାଆ, ଉଭଣୀଙ୍କ ଶେଷକୃତ୍ୟ: କାହିଁକି ନୃଶଂସ କାଣ୍ଡ ଘଟାଇଲା ବଣ୍ଟି?

ଜଗତସିଂହପୁର: ନୃଶଂସ ପୁଅ ଉଜାଡ଼ି ଦେଲା ସୁନାର ସଂସାର । ବିଭତ୍ସ ଭାବେ ହତ୍ୟା କଲା ବାପା,ମାଆ ଓ ଭଉଣୀକୁ । ପ୍ରେମ ବ୍ୟାପାର, ନିଶା, ଲଟେରୀ ଖେଳ ଓ ଜମିବାଡ଼ି ବିବାଦ । ଏହାରି ମଧ୍ୟରୁ କଣ ରହୁଛି ହତ୍ୟାକାଣ୍ଡର କାରଣ? ପୋଲିସ୍ ର ଛାନଭିନ୍ ଆରମ୍ଭ । ଜଗତସିଂହପୁର ସଦରଥାନା ଜୟବଡ଼ ଗ୍ରାମରେ ଲୋମଟାଙ୍କୁରା ଘଟଣା । ଗାଁର ପ୍ରଶାନ୍ତ ସେଠି ଓରଫ କାଳିଆ ଓ ତାଙ୍କ ସ୍ତ୍ରୀ କନକଲତା ସେଠି ଏବଂ ଝିଅ […] The post ସ୍ୱର୍ଗଦ୍ୱାରରେ ସରିଲା ବାପା, ମାଆ, ଉଭଣୀଙ୍କ ଶେଷକୃତ୍ୟ: କାହିଁକି ନୃଶଂସ କାଣ୍ଡ ଘଟାଇଲା ବଣ୍ଟି? appeared first on KNews Odisha.

ସ୍ୱର୍ଗଦ୍ୱାରରେ ସରିଲା ବାପା, ମାଆ, ଉଭଣୀଙ୍କ ଶେଷକୃତ୍ୟ: କାହିଁକି ନୃଶଂସ କାଣ୍ଡ ଘଟାଇଲା ବଣ୍ଟି?
murder

ଜଗତସିଂହପୁର: ନୃଶଂସ ପୁଅ ଉଜାଡ଼ି ଦେଲା ସୁନାର ସଂସାର । ବିଭତ୍ସ ଭାବେ ହତ୍ୟା କଲା ବାପା,ମାଆ ଓ ଭଉଣୀକୁ । ପ୍ରେମ ବ୍ୟାପାର, ନିଶା, ଲଟେରୀ ଖେଳ ଓ ଜମିବାଡ଼ି ବିବାଦ । ଏହାରି ମଧ୍ୟରୁ କଣ ରହୁଛି ହତ୍ୟାକାଣ୍ଡର କାରଣ? ପୋଲିସ୍ ର ଛାନଭିନ୍ ଆରମ୍ଭ ।

ଜଗତସିଂହପୁର ସଦରଥାନା ଜୟବଡ଼ ଗ୍ରାମରେ ଲୋମଟାଙ୍କୁରା ଘଟଣା । ଗାଁର ପ୍ରଶାନ୍ତ ସେଠି ଓରଫ କାଳିଆ ଓ ତାଙ୍କ ସ୍ତ୍ରୀ କନକଲତା ସେଠି ଏବଂ ଝିଅ ମାମାଲି ସେଠିଙ୍କୁ ନିର୍ମମ ଭାବେ ହତ୍ୟା କରିଛି ନିଜ ଜନ୍ମକଲା ପୁଅ । ଖବର ମୁତାବକ, ଗତ ସୋମବାର ରାତିରେ ଖାଇ ପିଇ ଶୋଇଲା ପରେ ପ୍ରଶାନ୍ତଙ୍କ ସାନପୁଅ ସୂର୍ଯ୍ୟକାନ୍ତ ସେଠି ଓରଫ ବଣ୍ଟି ବିଳମ୍ବିତ ରାତିରେ ଘରକୁ ଫେରି ବାପା, ମାଆଙ୍କ ସହିତ ଝଗଡା କରିଥିଲା । ଶେଷରେ ଝଗଡା ଉଗ୍ରରୂପ ନେଇଥିଲା । ବଣ୍ଟି ଏକ ପଥର ଓ ହେମଦସ୍ତା ପୁଆରେ ବାପା,ମାଆ ଓ ଭଉଣୀଙ୍କୁ ଅତର୍କିତ ଆକ୍ରମଣ କରିଥିଲା । ଏହାଦ୍ୱାରା ସେମାନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗି ଘଟଣାସ୍ଥଳରେ ହିଁ ଜଣଙ୍କ ପରେ ଜଣେ ଟଳିପଡ଼ିଥିଲେ ।

ହତ୍ୟା କରିବା ପରେ ବଣ୍ଟି ରାତି ୨ଟା ସମୟରେ ପଡୋଶା ଘରକୁ ଯାଇ କବାଟ ବାଡେଇ ଡାକିଥିଲା ଓ ବାପା, ମାଆ ଓ ଭଉଣୀକୁ ହତ୍ୟା କରିଥିବା ନେଇ କହିଥିଲା । ପରେ ପଡୋଶୀ ଏ ଘଟଣାକୁ ପ୍ରଥମେ ବିଶ୍ୱାସ କରିନଥିଲେ କିନ୍ତୁ ପରେ ଘଟଣାସ୍ଥଳକୁ ଯାଇ ସତରେ ହତ୍ୟା ହୋଇଥିବା ନେଇ ଦେଖିଥିଲେ । ପରେ ପଡୋଶୀ ଘର ଲୋକମାନେ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ ଆରମ୍ଭ କରିଛି ।

ଏପଟେ ଘଟଣା ପରେ ଆସାମୀ ବଣ୍ଟି ଫେରାର ହୋଇ ଯାଉଥିଲା । ତେବେ ପୋଷ୍ଟ ଅଫିସ ଛକ ନିଜଟରୁ ପୋଲିସ୍ ତାକୁ ଗିରଫ କରି ନେଇଥିଲା । ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ୍ ପହଁଚି ନମୂନା ସଂଗ୍ରହ କରିବା ସହିତ ମୃତଦେହ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଥିଲା ପୋଲିସ୍ । ସୂଚନା ଥାଉକି ମୃତକ ପ୍ରଶାନ୍ତ ସେଠୀଙ୍କର ତିନିପୁଅ ଓ ଗୋଟିଏ ଝିଅ । ବଡ଼ପୁଅ ପୋଲିସ୍ ବିଭାଗରେ ବାହାରେ ଚାକିରି କରିଥିବା ବେଳେ, ମଝିଆ ପୁଅ ଏକ ଘରୋଇ କମ୍ପାନୀରେ ଚାକିରି କରନ୍ତି । ସାନପୁଅ ସୂର୍ଯ୍ୟକାନ୍ତ ଓରଫ ବଣ୍ଟି ଅବିବାହିତ । ସେ ଘରେ ହିଁ ଥିଲା । ସେପଟେ ତିନି ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ବଡ଼ପୁଅ ପହଞ୍ଚି ପୁରୀ ସ୍ୱର୍ଗଦ୍ୱାରରେ ସେମାନଙ୍କର ସତ୍କାର କରାଇଛନ୍ତି ।

କେଉଁ କାରଣ ପାଇଁ ଏଭଳି ନୃଶଂସ କାଣ୍ଡ ଘଟାଇଲା ସାନ ପୁଅ ବଣ୍ଟି? ଏହାର କାରଣ ସାମ୍ନାକୁ ଆଣିବା ପାଇଁ ପୋଲିସ୍ ଅଭିଯୁକ୍ତ ସାନ ପୁଅକୁ ଥାନାରେ ଜେରା ଆରମ୍ଭ କରିଛି । ତଦନ୍ତ ପରେ ହିଁ ଜଣା ପଡ଼ିବ ହତ୍ୟାକାଣ୍ଡର ପ୍ରକୃତ ରହସ୍ୟ ।

ଆହୁରି ପଢ଼ନ୍ତୁ : ସନ୍ଦେହଜନକ ଅବସ୍ଥାରେ ମିଳିଲା ମହିଳାଙ୍କ ମୃତଦେହ, ପୁଅ ଅଟକ

The post ସ୍ୱର୍ଗଦ୍ୱାରରେ ସରିଲା ବାପା, ମାଆ, ଉଭଣୀଙ୍କ ଶେଷକୃତ୍ୟ: କାହିଁକି ନୃଶଂସ କାଣ୍ଡ ଘଟାଇଲା ବଣ୍ଟି? appeared first on KNews Odisha.