ଚର୍ଚ୍ଚାରେ ରୋହିତଙ୍କ ପତ୍ନୀ ରିତିକାଙ୍କ କମେଣ୍ଟ; ଫିଞ୍ଚଙ୍କୁ ଏ କ’ଣ କହିଲେ…

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏଠାରେ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ ଅଧିନାୟକ ରୋହିତ ଶର୍ମା ଖେଳିବେ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ତାଙ୍କ ପତ୍ନୀ ରୀତିକା ସଜଦେହଙ୍କ ଏକ ଅନଲାଇନ୍‌ ପୋଷ୍ଟରେ ଏଭଳି ଏକ କମେଣ୍ଟ କରିଛନ୍ତି, ଯାହାକୁ ନେଇ ସେ ଅଷ୍ଟ୍ରେଲିଆ ନ ଯାଇପାରନ୍ତି […] The post ଚର୍ଚ୍ଚାରେ ରୋହିତଙ୍କ ପତ୍ନୀ ରିତିକାଙ୍କ କମେଣ୍ଟ; ଫିଞ୍ଚଙ୍କୁ ଏ କ’ଣ କହିଲେ… appeared first on Dharitri Odia News.

ଚର୍ଚ୍ଚାରେ ରୋହିତଙ୍କ ପତ୍ନୀ ରିତିକାଙ୍କ କମେଣ୍ଟ; ଫିଞ୍ଚଙ୍କୁ ଏ କ’ଣ କହିଲେ…

ନୂଆଦିଲ୍ଲୀ,୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଟେଷ୍ଟ ସିରିଜରେ ପରାଜିତ ହେବା ପରେ ଟିମ୍‌ ଇଣ୍ଡିଆ ଅଷ୍ଟ୍ରେଲିଆ ଗସ୍ତରେ ଯିବ। ଏଠାରେ ଦଳ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ ଅଧିନାୟକ ରୋହିତ ଶର୍ମା ଖେଳିବେ କି ନାହିଁ ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏସବୁ ମଧ୍ୟରେ ତାଙ୍କ ପତ୍ନୀ ରୀତିକା ସଜଦେହଙ୍କ ଏକ ଅନଲାଇନ୍‌ ପୋଷ୍ଟରେ ଏଭଳି ଏକ କମେଣ୍ଟ କରିଛନ୍ତି, ଯାହାକୁ ନେଇ ସେ ଅଷ୍ଟ୍ରେଲିଆ ନ ଯାଇପାରନ୍ତି ବୋଲି ସଙ୍କେତ ମିଳିଛି।

ନଭେମ୍ବର ୨୨ରୁ ଅଷ୍ଟ୍ରେଲିଆରେ ବର୍ଡର-ଗାଭାସ୍କର ଟ୍ରଫି ଖେଳାଯିବ। ଏଥିଲାଗି ଟିମ୍‌ ଇଣ୍ଡିଆ ୧୦ ଏବଂ ୧୧ ନଭେମ୍ବରରେ ଦୁଇ ଭିନ୍ନ ଗ୍ରୁପ୍‌ ଅଷ୍ଟ୍ରେଲିଆ ଗସ୍ତ କରିବେ। ସିରିଜର ପ୍ରଥମ ମୁକାବିଲା ପର୍ଥରେ ଖେଳାଯିବ। ଏଥିରେ ରୋହିତ ଖେଳିବାକୁ ନେଇ ସନ୍ଦେହ ଉପୁଜିଛି। କାରଣ ନ୍ୟୁଜିଲାଣ୍ଡ ବିପକ୍ଷ ଅନ୍ତିମ ମୁକାବିଲାରେ ରୋହିତ ଖବରଦାତା ସମ୍ମିଳନୀରେ କହିଥିଲେ ଯେ ସେ ପ୍ରଥମ ଟେଷ୍ଟ ଖେଳିପାରିବେ କି ନାହିଁ ତାହା ଜାଣିନାହାନ୍ତି।

ରୋହିତ ଦ୍ୱିତୀୟ ଥର ଲାଗି ବାପା ହେବାକୁ ଯାଉଛନ୍ତି। ଏଣୁ ସେ ପରିବାର ସହ ରହିବାର ଆବଶ୍ୟକତା ରହିଛି। ଏହାକୁ ଅଷ୍ଟ୍ରେଲିଆ ପୂର୍ବତନ ଓନର ଏରୋନ ଫିଞ୍ଚ ସମର୍ଥନ କରିଥିଲେ। ଫିଞ୍ଚଙ୍କ ଏହି ବୟାନରେ ଏବେ ରୋହିତଙ୍କ ପତ୍ନୀ ରିତିକା ପ୍ରତିକ୍ରିୟା ରଖିଛନ୍ତି। ଫିଞ୍ଚଙ୍କୁ ତାଙ୍କ ବୟାନ ଲାଗି ‘ସାଲ୍ୟୁଟ୍‌’ ବୋଲି ସେ କହିଛନ୍ତି।
ରିତିକାଙ୍କ ଏହି ପ୍ରତିକ୍ରିୟା ଭାଇରାଲ ହେଉଛି। ଏପରିକି ରୋହିତ ପ୍ରଥମ ଟେଷ୍ଟ ନ ଖେଳିପାରିବାର ସଙ୍କେତ ମିଳିଛି ବୋଲି କୁହାଯାଉଛି।

The post ଚର୍ଚ୍ଚାରେ ରୋହିତଙ୍କ ପତ୍ନୀ ରିତିକାଙ୍କ କମେଣ୍ଟ; ଫିଞ୍ଚଙ୍କୁ ଏ କ’ଣ କହିଲେ… appeared first on Dharitri Odia News.