ଚଳନ୍ତା କାରରୁ ହଠାତ୍‌ ହୁତୁହୁତୁ ହୋଇ ଜଳିଲା ନିଆଁ, ଭିତରେ ଥିଲେ ୩ଜଣ

ହିଞ୍ଜିଳିକାଟୁ ୧୪।୨( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ଆର ଏମ ସି ଛକ ନିକଟ ଉପଖଣ୍ଡ ଚିକିତ୍ସାଳୟର ରାସ୍ତାରେ ଶୁକ୍ରବାର ଅପରାହ୍ନରେ ହଠାତ ଏକ ଚଳନ୍ତା କାର ହଠାତ ହୁତୁ ହୁତୁ ହୋଇ ଜଳିଯାଇଛି। ଭିତରେ ଥିବା ଯାତ୍ରୀ କାର ଭିତରୁ ଓହ୍ଲାଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି । ସୂଚନା ଅନୁଯାୟୀ ଏକ ଟାଟା ଈଣ୍ଡିକୋ ଓଡି୦୨ଜେ ୬୧୫୫ କାରରେ ତିନି […] The post ଚଳନ୍ତା କାରରୁ ହଠାତ୍‌ ହୁତୁହୁତୁ ହୋଇ ଜଳିଲା ନିଆଁ, ଭିତରେ ଥିଲେ ୩ଜଣ appeared first on Dharitri Odia News.

ଚଳନ୍ତା କାରରୁ ହଠାତ୍‌ ହୁତୁହୁତୁ ହୋଇ ଜଳିଲା ନିଆଁ, ଭିତରେ ଥିଲେ ୩ଜଣ

ହିଞ୍ଜିଳିକାଟୁ ୧୪।୨( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ଆର ଏମ ସି ଛକ ନିକଟ ଉପଖଣ୍ଡ ଚିକିତ୍ସାଳୟର ରାସ୍ତାରେ ଶୁକ୍ରବାର ଅପରାହ୍ନରେ ହଠାତ ଏକ ଚଳନ୍ତା କାର ହଠାତ ହୁତୁ ହୁତୁ ହୋଇ ଜଳିଯାଇଛି। ଭିତରେ ଥିବା ଯାତ୍ରୀ କାର ଭିତରୁ ଓହ୍ଲାଇ ଯାଇଥିବା ବେଳେ ଅଳ୍ପକେ ବର୍ତ୍ତିଛନ୍ତି । ଖବର ପାଇ ଘଟଣା ସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଛନ୍ତି ।

ସୂଚନା ଅନୁଯାୟୀ ଏକ ଟାଟା ଈଣ୍ଡିକୋ ଓଡି୦୨ଜେ ୬୧୫୫ କାରରେ ତିନି ଜଣ ଲୋକ ଉପଖଣ୍ଡ ଚିକିତ୍ସାଳୟରୁ ବାହାରି ବୁରୁପଡା ଯିବା ସମୟରେ ରାସ୍ତା ଉପରେ ଯାଉଥିବାବେଳେ ହିଞ୍ଜିଳିକାଟୁ ଆର ଏମ ସି ଛକ ନିକଟବର୍ତ୍ତୀ ଅଞ୍ଚଳରେ ହଠାତ ଇଞ୍ଜିନରୁ ଧୂଆଁ ବାହାରିଥିଲା । ଗାଡିରୁ ଡ଼୍ରାଇଭର ଓହ୍ଲାଇବାବେଳକୁ ଗାଡିଟି ଜଳି ଉଠିଥିଲା । ଯାତ୍ରୀମାନେ ମଧ୍ୟ ଏହା ଦେଖି ଓହ୍ଲାଇ ଯାଇଥିଲେ।

The post ଚଳନ୍ତା କାରରୁ ହଠାତ୍‌ ହୁତୁହୁତୁ ହୋଇ ଜଳିଲା ନିଆଁ, ଭିତରେ ଥିଲେ ୩ଜଣ appeared first on Dharitri Odia News.