ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩ା୭: ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ଉଜ୍ଜ୍ୱଳ ଦେବରାଓ ନିକମ, ସି. ସଦାନନ୍ଦନ ମାଷ୍ଟର, ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଡ. ମିନାକ୍ଷୀ ଜୈନ ମନୋନୀତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ୪ ଜଣଙ୍କୁ ମନୋନୀତ କରିଛନ୍ତି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। କହିରଖୁଛୁ, ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପୂର୍ବତନ ବୈଦେଶିକ ସଚିବ ଥିଲେ। ୧୯୮୪ ବ୍ୟାଚ୍‌ର ଭାରତୀୟ ବୈଦେଶିକ ଅଧିକାରୀ ଶ୍ରୀଙ୍ଗଲା ପୂର୍ବରୁ ବାଂଲାଦେଶର ହାଇକମିଶନରରେ ଭାରତର […] The post ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି appeared first on Dharitri Odia News.

ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି

ନୂଆଦିଲ୍ଲୀ,୧୩ା୭: ରାଜ୍ୟସଭା ପାଇଁ ୪ ଜଣ ବିଶିଷ୍ଟ ବ୍ୟକ୍ତି ମନୋନୀତ ହୋଇଛନ୍ତି। ଉଜ୍ଜ୍ୱଳ ଦେବରାଓ
ନିକମ, ସି. ସଦାନନ୍ଦନ ମାଷ୍ଟର, ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ଏବଂ ଡ. ମିନାକ୍ଷୀ ଜୈନ ମନୋନୀତ ହୋଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହି ୪ ଜଣଙ୍କୁ ମନୋନୀତ କରିଛନ୍ତି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

କହିରଖୁଛୁ, ହର୍ଷବର୍ଦ୍ଧନ ଶ୍ରୀଙ୍ଗଲା ପୂର୍ବତନ ବୈଦେଶିକ ସଚିବ ଥିଲେ। ୧୯୮୪ ବ୍ୟାଚ୍‌ର ଭାରତୀୟ ବୈଦେଶିକ ଅଧିକାରୀ ଶ୍ରୀଙ୍ଗଲା ପୂର୍ବରୁ ବାଂଲାଦେଶର ହାଇକମିଶନରରେ ଭାରତର ରାଷ୍ଟ୍ରଦୂତ ଭାବେ ବି କାର୍ଯ୍ୟ କରିଥିଲେ। ସେହିପରି ୨୬/୧୧ ଘଟଣାରେ କସାବ ମାମଲାରେ ପୂର୍ବତନ ସ୍ବତନ୍ତ୍ର ସରକାରୀ ଓକିଲ ଉଜ୍ଜ୍ୱଳ ଦେବରାଓ ନିକମ ଥିଲେ। ମିନାକ୍ଷୀ ଜୈନ ଇତିହାସବିତ୍‌ ଏବଂ ସଦାନନ୍ଦନ ମାଷ୍ଟର ହେଉଛନ୍ତି ଜଣେ ସମାଜସେବୀ।

ସାହିତ୍ୟ, ବିଜ୍ଞାନ କଳା ଏବଂ ସମାଜସେବା ଭଳି କ୍ଷେତ୍ରରେ ବିଶେଷ ଅଭିଜ୍ଞତା ଥିବା ବ୍ୟକ୍ତିବିଶେଷମାନେ ରାଜ୍ୟସଭାକୁ ହିଁ ମନୋନୀତ ହୋଇଥାନ୍ତି। ସେହି ଆଧାରରେ ଏହି ୪ ଜଣଙ୍କୁ ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଛନ୍ତି।

The post ରାଜ୍ୟସଭାକୁ ୪ ଜଣଙ୍କୁ ମନୋନୀତ କଲେ ରାଷ୍ଟ୍ରପତି appeared first on Dharitri Odia News.