ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମୁତୟନ ହେବେ ୩୫ ହଜାର ପୋଲିସ
ଭୁବନେଶ୍ୱର,୨୪।୫: ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରାଯିବା ପାଇଁ ପୋଲିସ ବ୍ୟବସ୍ଥା କରାଯାଇଛି। ଏନେଇ ଡିଜିପି ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ୍ , ୨୦% ସମ୍ବେଦନଶୀଳ ବୁଥ୍ ରହିଛି। ତେବେ ନିର୍ବାଚନ ହେଉଥିବା ୧୨ ଜିଲାରେ ୩୫ ହଜାର ପୋଲିସ ମୁତୟନ କରାଯିବ। ୧୨୧ କଂପାନୀ ସିଏପିଏଫ, ୧୨୧ କଂପାନୀ ଓଏସଏପି ରହିବେ। ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ୱରେ ଜଣେ ଅତିରିକ୍ତ ଏସ୍ପି ରହିବେ। […] The post ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମୁତୟନ ହେବେ ୩୫ ହଜାର ପୋଲିସ appeared first on Dharitri Odia News.
ଭୁବନେଶ୍ୱର,୨୪।୫: ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହେବ। ତେବେ ନିର୍ବାଚନକୁ ଶାନ୍ତିଶୃଙ୍ଖଳା ସହ କରାଯିବା ପାଇଁ ପୋଲିସ ବ୍ୟବସ୍ଥା କରାଯାଇଛି। ଏନେଇ ଡିଜିପି ସୂଚନା ଦେଇଛନ୍ତି। ତୃତୀୟ ପର୍ଯ୍ୟାୟରେ ୧୦, ୫୫୧ ବୁଥ୍ , ୨୦% ସମ୍ବେଦନଶୀଳ ବୁଥ୍ ରହିଛି। ତେବେ ନିର୍ବାଚନ ହେଉଥିବା ୧୨ ଜିଲାରେ ୩୫ ହଜାର ପୋଲିସ ମୁତୟନ କରାଯିବ। ୧୨୧ କଂପାନୀ ସିଏପିଏଫ, ୧୨୧ କଂପାନୀ ଓଏସଏପି ରହିବେ। ପ୍ରତି ବିଧାନସଭା କ୍ଷେତ୍ର ଦାୟିତ୍ୱରେ ଜଣେ ଅତିରିକ୍ତ ଏସ୍ପି ରହିବେ। ମୋଟ ୪୩ ଏଏସ୍ପି, ୯୫ ଡିଏସ୍ପି, ୨୩୮ ଇନ୍ସପେକ୍ଟର ଦାୟିତ୍ୱରେ ରହିବେ।
ସେହିପରି ୨୧୬୦ ଏସ୍ଆଇ ଓ ଏଏସ୍ଆଇ, ୧୦, ୨୧୨ କନଷ୍ଟେବଳ, ୭ ହଜାର ହୋମଗାର୍ଡ ରହିବେ। ଛତିଶଗଡ଼ରୁ ୩ଶହ କନଷ୍ଟେବଳ, ୭ଶହ ହୋମଗାର୍ଡ ମଧ୍ୟ ଆସିଛନ୍ତି। ଅନ୍ୟ ସ୍ଥାନରେ ନିର୍ବାଚନ ସରିବା ପରେ ୨୦ କଂପାନୀ ସିଏପିଏଫ ମଧ୍ୟ ଆସିଛନ୍ତି।
The post ଶନିବାର ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମୁତୟନ ହେବେ ୩୫ ହଜାର ପୋଲିସ appeared first on Dharitri Odia News.