ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଗୁରୁବାର ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର ୦୭।୦୮: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖ ଯାଏ ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହେବ । ୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ହେବ । ୮ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ଦେବଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ପୂର୍ବାନୁମାନ ଅନୁସାରେ, ଘୂର୍ଣ୍ଣିବଳୟ ପଶ୍ଚିମ ଓଡ଼ିଶା ଓ ଉତ୍ତର ପଶ୍ଚିମ ଭାଗରେ ମଧ୍ୟମରୁ ଭାରୀ ବର୍ଷା ହେବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି । ମଙ୍ଗଳବାର ବଲାଙ୍ଗୀରରେ ସର୍ବାଧିକ ୯୨ ମିମି ବର୍ଷା ହୋଇଛି । ପାରଳାଖେମୁଣ୍ଡିରେ ୬୧.୨, ଅନୁଗୁଳରେ ୬୦, ନବରଙ୍ଗପୁରରେ ୫୭, ବୌଦ୍ଧରେ ୫୭, ଦାରିଙ୍ଗିବାଡ଼ିରେ ୪୪, କେନ୍ଦୁଝରରେ ୩୭, କୋରାପୁଟରେ ୩୬.୨ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଏଠାରେ ସର୍ବାଧିକ ୧୪୫ମିମି ବର୍ଷା ହୋଇଛି । ସୋନପୁର ଉଲୁଣ୍ଡାରେ ୧୩୭, ବୀ

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ଗୁରୁବାର ଯାଏଁ ରାଜ୍ୟରେ ପ୍ରବଳ ବର୍ଷା

ଭୁବନେଶ୍ୱର ୦୭।୦୮: ଗାଙ୍ଗେୟ ପଶ୍ଚିମବଙ୍ଗ ଓ ସଂଲଗ୍ନ ବାଂଲାଦେଶରେ ଆଜି ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ୮ ତାରିଖ ଯାଏ ରାଜ୍ୟରେ ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । 

ପାଣିପାଗ ବିଭାଗର ଆକଳନ ଅନୁସାରେ, ୮ ତାରିଖ ଯାଏ ପଶ୍ଚିମ ଓଡ଼ିଶା ସମେତ ବିଭିନ୍ନ ସ୍ଥାନରେ ଭାରୀ ବର୍ଷା ହେବ । ୭ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ବରଗଡ଼, ସମ୍ବଲପୁର, ଦେବଗଡ଼, ମାଲକାନଗିରି ଓ କୋରାପୁଟରେ ପ୍ରବଳ ବର୍ଷା ହୋଇପାରେ । କିଛି ସ୍ଥାନରେ ୭୦ରୁ ୧୧୦ମିମି ପର୍ଯ୍ୟନ୍ତ ବର୍ଷା ହେବ । ୮ ତାରିଖରେ ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ମୟୂରଭଞ୍ଜ, କେନ୍ଦୁଝର ଓ ଦେବଗଡ଼ରେ ମଧ୍ୟ ପ୍ରବଳ ବର୍ଷା ହୋଇପାରେ । ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁଙ୍କ ପୂର୍ବାନୁମାନ ଅନୁସାରେ, ଘୂର୍ଣ୍ଣିବଳୟ ପଶ୍ଚିମ ଓଡ଼ିଶା ଓ ଉତ୍ତର ପଶ୍ଚିମ ଭାଗରେ ମଧ୍ୟମରୁ ଭାରୀ ବର୍ଷା ହେବ । ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ଧୁମ ବର୍ଷିଛି । 

ମଙ୍ଗଳବାର ବଲାଙ୍ଗୀରରେ ସର୍ବାଧିକ ୯୨ ମିମି ବର୍ଷା ହୋଇଛି । ପାରଳାଖେମୁଣ୍ଡିରେ ୬୧.୨, ଅନୁଗୁଳରେ ୬୦, ନବରଙ୍ଗପୁରରେ ୫୭, ବୌଦ୍ଧରେ ୫୭, ଦାରିଙ୍ଗିବାଡ଼ିରେ ୪୪, କେନ୍ଦୁଝରରେ ୩୭, କୋରାପୁଟରେ ୩୬.୨ମିମି ବର୍ଷା ହୋଇଛି । ଗତ ୨୪ ଘଣ୍ଟାରେ ବୌଦ୍ଧରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ଏଠାରେ ସର୍ବାଧିକ ୧୪୫ମିମି ବର୍ଷା ହୋଇଛି । ସୋନପୁର ଉଲୁଣ୍ଡାରେ ୧୩୭, ବୀରମହାରାଜପୁରରେ ୧୧୧, ବିନିକାରେ ୧୦୬, ସୋନପୁରରେ ୯୭.୬, ବୌଦ୍ଧ କଣ୍ଟାମାଳରେ ୮୪.୪ ଓ ସମ୍ବଲପୁର ଯୁଯୁମରାରେ ୮୨ମିମି ବର୍ଷା ହୋଇଛି ।