ବାନ୍ଧବୀଙ୍କ ମୃତ୍ୟୁ ପରେ ଅଭିନେତା ଚନ୍ଦ୍ରକାନ୍ତଙ୍କ ଆତ୍ମହତ୍ୟା, ଚାଞ୍ଚଲ୍ୟକର ତଥ୍ୟ ଦେଲେ ପତ୍ନୀ

ନୂଆଦିଲ୍ଲୀ: ତାମିଲ ଅଭିନେତା ଚନ୍ଦ୍ରକାନ୍ତ ଆଉ ନାହାନ୍ତି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଅଭିନେତା ଚନ୍ଦ୍ରକାନ୍ତଙ୍କ ଆତ୍ମହତ୍ୟା ଖବର ତାଙ୍କ ପରିବାର ସଦସ୍ୟ, ବନ୍ଧୁ ଓ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଦିନ ପୂର୍ବରୁ ତାଙ୍କର ବନ୍ଧୁ ତଥା କୋ ଷ୍ଟାର ଅଭିନେତ୍ରୀ ପବିତ୍ରା ଜୟରାମଙ୍କ କାର ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ ଭଉଣୀ ଏବଂ ଅଭିନେତା ଚନ୍ଦ୍ରକାନ୍ତ ଗୁରୁତର ଆହତ ହୋଇଥିବାବେଳେ ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ମୃତ୍ୟୁ ହୋଇଥିଲା। ଜୟରାମଙ୍କ ମୃତ୍ୟୁ ପରେ ସେ ଡିପ୍ରେସନକୁ ଚାଲିଯାଇଥିବା କୁହାଯାଉଛି।ANI ଟ୍ୱିଟର୍ ହ୍ୟାଣ୍ଡେଲରେ କୁହାଯାଇଛି ଯେ ' କୋ ଷ୍ଟାର ପବିତ୍ରା ଜୟରାମଙ୍କ ଏକ କାର ଦୁର୍ଘଟଣାରେ ମୃତ୍ୟୁ ପରେ ତେଲୁଗୁ ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଛନ୍ତି। ଏହି ପୋଷ୍ଟରେ ଅଭିନେତା ଚନ୍ଦ୍ରକାନ୍ତ ଏବଂ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଫଟୋ ସେୟାର କରାଯାଇଛି। Telugu actor Chandrakanth dies by suicide days after co-star Pavithra Jayaram lost life in car accidentRead @ANI Story | https://t.co/rAG4GALsXm#Chandrakkanth #PavithraJayaram #Telugu pic.twitter.com/6v4Q1gjzfr— ANI Digital (@ani_digital) May 18, 2024ମେ ୧୨ରେ ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ଏକ କାର ଦୁ

ବାନ୍ଧବୀଙ୍କ ମୃତ୍ୟୁ ପରେ ଅଭିନେତା ଚନ୍ଦ୍ରକାନ୍ତଙ୍କ ଆତ୍ମହତ୍ୟା, ଚାଞ୍ଚଲ୍ୟକର ତଥ୍ୟ ଦେଲେ ପତ୍ନୀ

ନୂଆଦିଲ୍ଲୀ: ତାମିଲ ଅଭିନେତା ଚନ୍ଦ୍ରକାନ୍ତ ଆଉ ନାହାନ୍ତି। ସେ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ଅଭିନେତା ଚନ୍ଦ୍ରକାନ୍ତଙ୍କ ଆତ୍ମହତ୍ୟା ଖବର ତାଙ୍କ ପରିବାର ସଦସ୍ୟ, ବନ୍ଧୁ ଓ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। କିଛି ଦିନ ପୂର୍ବରୁ ତାଙ୍କର ବନ୍ଧୁ ତଥା କୋ ଷ୍ଟାର ଅଭିନେତ୍ରୀ ପବିତ୍ରା ଜୟରାମଙ୍କ କାର ଏକ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ତାଙ୍କ ଭଉଣୀ ଏବଂ ଅଭିନେତା ଚନ୍ଦ୍ରକାନ୍ତ ଗୁରୁତର ଆହତ ହୋଇଥିବାବେଳେ ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ମୃତ୍ୟୁ ହୋଇଥିଲା। ଜୟରାମଙ୍କ ମୃତ୍ୟୁ ପରେ ସେ ଡିପ୍ରେସନକୁ ଚାଲିଯାଇଥିବା କୁହାଯାଉଛି।

ANI ଟ୍ୱିଟର୍ ହ୍ୟାଣ୍ଡେଲରେ କୁହାଯାଇଛି ଯେ ' କୋ ଷ୍ଟାର ପବିତ୍ରା ଜୟରାମଙ୍କ ଏକ କାର ଦୁର୍ଘଟଣାରେ ମୃତ୍ୟୁ ପରେ ତେଲୁଗୁ ଅଭିନେତା ଚନ୍ଦ୍ରକାନ୍ତ ଆତ୍ମହତ୍ୟା କରିଛନ୍ତି। ଏହି ପୋଷ୍ଟରେ ଅଭିନେତା ଚନ୍ଦ୍ରକାନ୍ତ ଏବଂ ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ଫଟୋ ସେୟାର କରାଯାଇଛି। 

ମେ ୧୨ରେ ଅଭିନେତ୍ରୀ ପବିତ୍ରା ଜୟରାମଙ୍କର ଏକ କାର ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା। ଏହି ଦୁର୍ଘଟଣାରେ ତାଙ୍କ ଭଉଣୀ ଏବଂ ଦକ୍ଷିଣ ଅଭିନେତା ଚନ୍ଦ୍ରକାନ୍ତ ଆହତ ହୋଇଥିଲେ। 

ପ୍ରକାଶଥାଉକି ଅନେକ ଟିଭି ଶୋରେ ଚନ୍ଦ୍ରକାନ୍ତ ଏବଂ ପବିତ୍ରାଙ୍କ ଏକାଠି ଅଭିନୟ କରିଛନ୍ତି। ଯଦି ଆପଣ ପବିତ୍ରା ଜୟରାମଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ଦେଖିବେ ତେବେ ଆପଣ ଚନ୍ଦ୍ରକାନ୍ତଙ୍କ ସହ ଅନେକ ରିଲ୍ସ ଦେଖିବେ।

ଏନେଇ ଚନ୍ଦ୍ରକାନ୍ତଙ୍କ ପତ୍ନୀ ଶିଳ୍ପା ଚାଞ୍ଚଲ୍ୟକର ପ୍ରତିକ୍ରିୟା ଦେଉଇଛନ୍ତି। ସା ତାଙ୍କ ସହ ପାଞ୍ଚ ବର୍ଷ ଧରି ସମ୍ପର୍କ ରଖିବା ପରେ ବିବାହ କରିବାକୁ ଯୋଜନା କରିଥିଲେ। ତେବେ ଚନ୍ଦ୍ରକାନ୍ତ ପୂର୍ବରୁ ଶିଳ୍ପାଙ୍କୁ ବିବାହ କରିଥିଲେ, ତାଙ୍କର ଦୁଇଟି ସନ୍ତାନ ଥିଲେ। ଚନ୍ଦ୍ରକାନ୍ତ ୨୦୧୫ରେ ଶିଳ୍ପା ପ୍ରେମାଙ୍କୁ ବିବାହ କରିଥିଲେ। 

ପରେ ସେ ସହ କଳାକାର ଅଭିନେତ୍ରୀ ପବିତ୍ରା ଜୟରାମଙ୍କ ସହ ଦୀର୍ଘ କିଛି ବର୍ଷ ଧରି ସମ୍ପର୍କ ରଖିଥିଲେ। ନିକଟରେ ଏକ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁରେ ସେ ଡିପ୍ରେସନକୁ ଚାଲିଯାଇଥିଲେ।