ଭାଜପାରେ ସାମିଲ ହେବେ ନାହିଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ
ନୂଆଦିଲ୍ଲୀ,୧୭।୧: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପୁସ୍ତକ ‘ପ୍ରଣବ ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ ର ଏକ କପି ଦେଇଥିଲେ। ଏହା ପରେ ଶର୍ମିଷ୍ଠା ଭାଜପାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ବୁଧବାର ସେ ଏହି ବିଷୟରେ ଉତ୍ତର ଦେଇଛନ୍ତି। ଶର୍ମିଷ୍ଠା ମୁଖାର୍ଜୀଙ୍କୁ ସୋସିଆଲ ମିଡିଆରେ ପଚରାଯାଇଥିଲା କି ସେ ଭାଜପାରେ ଯୋଗଦେବେ […] The post ଭାଜପାରେ ସାମିଲ ହେବେ ନାହିଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ appeared first on Dharitri Odia News.
ନୂଆଦିଲ୍ଲୀ,୧୭।୧: ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ତାଙ୍କ ପୁସ୍ତକ ‘ପ୍ରଣବ ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ ର ଏକ କପି ଦେଇଥିଲେ। ଏହା ପରେ ଶର୍ମିଷ୍ଠା ଭାଜପାରେ ଯୋଗ ଦେଇପାରନ୍ତି ବୋଲି କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ବୁଧବାର ସେ ଏହି ବିଷୟରେ ଉତ୍ତର ଦେଇଛନ୍ତି।
ଶର୍ମିଷ୍ଠା ମୁଖାର୍ଜୀଙ୍କୁ ସୋସିଆଲ ମିଡିଆରେ ପଚରାଯାଇଥିଲା କି ସେ ଭାଜପାରେ ଯୋଗଦେବେ କି। ଏଥିପାଇଁ ସେ ଉତ୍ତର ଦେଲେ, ନା, ମୁଁ ଯୋଗ ଦେଉ ନାହିଁ। ମୁଁ ରାଜନୀତି ଛାଡିଛି ଏଭଳି ପରିସ୍ଥିତିରେ ମୋର ଭାଜପା କିମ୍ବା ଅନ୍ୟ କୌଣସି ଦଳରେ ଯୋଗଦେବାକୁ ଆଗ୍ରହ ନାହିଁ। କିନ୍ତୁ ଯେଉଁମାନେ ନିଜର ରାଜନୈତିକ ଅଭିଳାଷ ବାହାରେ ଦେଖିପାରୁ ନାହାଁନ୍ତି ସେମାନେ ଭାବନ୍ତି ଯେ ଏକ ରାଜ୍ୟ ସଭା ବା ଲୋକ ସଭା ଆସନ ନିର୍ବାଣର ପଥ। ଏହିପରି ଲୋକମାନେ ନିଶ୍ଚିତ ଭାବରେ ମୋତେ ବିଶ୍ୱାସ କରିବେ ନାହିଁ ବୋଲି ସେ କହିଛନ୍ତି।
No, I’m not. I’ve quit politics & have no interest in joining either BJP or any other party. But ppl, who can’t look beyond their own political ambition or think that RS or LS seat is path to Nirvana, obviously won’t believe me & wud refuse to see a simple courtesy call as one. https://t.co/Un5kr1FB9c
— Sharmistha Mukherjee (@Sharmistha_GK) January 16, 2024
The post ଭାଜପାରେ ସାମିଲ ହେବେ ନାହିଁ ପୂର୍ବତନ ରାଷ୍ଟ୍ରପତିଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ appeared first on Dharitri Odia News.