ଜମିବାଡ଼ି ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ RI
ଢେଙ୍କାନାଳ,୨୮ା୫(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ ରାସୋଳ ଥାନା ଗଣ୍ଡାନାଳୀ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଶଶିଭୂଷଣ ବେହେରା ବୁଧବାର ସକାଳେ ନିଜ କାର୍ଯ୍ୟାଳୟରେ ୪ଟି ମ୍ୟୁଟେଶନ କେସ୍ ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ସେ ନୁଆବଗ ଗ୍ରାମର ଅଷ୍ଟମୀ ସାହୁଙ୍କଠାରୁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କର ଗଣ୍ଡାନାଳୀସ୍ଥିତ ସରକାରୀ କାର୍ଯ୍ୟାଳୟ, ଢେଙ୍କାନାଳ ସହରସ୍ଥିତ ସତ୍ସଙ୍ଗ ବିହାର ଓ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି […] The post ଜମିବାଡ଼ି ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ RI appeared first on Dharitri Odia News.
ଢେଙ୍କାନାଳ,୨୮ା୫(ରତନ ନାୟାର): ଢେଙ୍କାନାଳ ଜିଲା ହିନ୍ଦୋଳ ତହସିଲ ରାସୋଳ ଥାନା ଗଣ୍ଡାନାଳୀ ରାଜସ୍ବ ସର୍କଲର ରାଜସ୍ବ ନିରୀକ୍ଷକ(RI) ଶଶିଭୂଷଣ ବେହେରା ବୁଧବାର ସକାଳେ ନିଜ କାର୍ଯ୍ୟାଳୟରେ ୪ଟି ମ୍ୟୁଟେଶନ କେସ୍ ପାଇଁ ୬୦ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ବିଭାଗ ହାତରେ ଧରାପଡ଼ିଛନ୍ତି। ସେ ନୁଆବଗ ଗ୍ରାମର ଅଷ୍ଟମୀ ସାହୁଙ୍କଠାରୁ ଲାଞ୍ଚ ନେଉଥିଲେ। ଭିଜିଲାନ୍ସ ବିଭାଗ ଅଧିକାରୀମାନେ ତାଙ୍କର ଗଣ୍ଡାନାଳୀସ୍ଥିତ ସରକାରୀ କାର୍ଯ୍ୟାଳୟ, ଢେଙ୍କାନାଳ ସହରସ୍ଥିତ ସତ୍ସଙ୍ଗ ବିହାର ଓ ଗଁଦିଆ ଥାନା ଯୋରନ୍ଦା ଫାଣ୍ଡି ଖଙ୍କର ଗ୍ରାମରେ ଥିବା ତାଙ୍କର ପୈତୃକ ଗ୍ରାମରେ ଚଢ଼ାଉ ଜାରି ରଖିଥିବା ଜଣାପଡ଼ିଛି। ରାଜସ୍ବ ନିରୀକ୍ଷକଙ୍କ ସହିତ ତାଙ୍କର ସହଯୋଗୀ ତଥା ବେସରକାରୀ ଭାବେ ତାଙ୍କ ପାଖରେ କାମ କରୁଥିବା ବିଷ୍ଣୁ ବଲ୍ଲଭ ଖଟୁଆଙ୍କୁ ମଧ୍ୟ ଭିଜିଲାନ୍ସ ବିଭାଗ ଧରିଛି।
The post ଜମିବାଡ଼ି ବିବାଦର ସମାଧାନ ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ RI appeared first on Dharitri Odia News.