ଚଳନ୍ତା କାର୍‌ରେ ଗର୍ଭବତୀଙ୍କ ଭ୍ରୂଣ ପରୀକ୍ଷା, ଧରାପଡିଲା ରାକେଟ୍‌

ଦୁର୍ବୃତ୍ତମାନେ କାର୍‌ ଭିତରେ ପୋର୍ଟେବୁଲ ଅଲ୍ଟ୍ରାସାଉଣ୍ଡ ମେସିନ୍‌ ଲଗାଇ ଭ୍ରୂଣ ପରୀକ୍ଷା କରୁଥିଲେ। ଏହି ମାମଲାରେ ପୁଲିସ ତିନି ଜଣଙ୍କୁ ଗିରଫ କରିଛି।

ଚଳନ୍ତା କାର୍‌ରେ ଗର୍ଭବତୀଙ୍କ ଭ୍ରୂଣ ପରୀକ୍ଷା, ଧରାପଡିଲା ରାକେଟ୍‌

ଚଳନ୍ତା କାର୍‌ରେ ହେଉଥିଲା ଗର୍ଭବତୀଙ୍କ ଭ୍ରୂଣ ପରୀକ୍ଷା। ଏହି ଲିଙ୍ଗ ପରୀକ୍ଷା ବଦଳରେ ଗ୍ରହକଙ୍କ ଠାରୁ ଲୁଟୁ ଥିଲେ ପୁଳ ପୁଳା। କାର୍‌ ଭିତରେ ପୋର୍ଟେବୁଲ ଅଲ୍ଟ୍ରାସାଉଣ୍ଡ ମେସିନ୍‌ ଲଗାଇ ଗର୍ଭବତୀଙ୍କ କରୁଥିଲେ ଯାଞ୍ଚ। ଏଭଳି ଏକ ଭ୍ରୂଣ ପରୀକ୍ଷା ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ଏହି ମାମଲାରେ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଉତ୍ତରପ୍ରଦେଶର ମେରଠରୁ ସାମ୍ନାକୁ ଆସିଛି ଏଭଳି କିଛି ଘଟଣା।

ଉତ୍ତରପ୍ରଦେଶର ମେରଠରେ କିଛି ଦୁର୍ବୃତ୍ତ କାର୍‌ ଭିତରେ ପୋର୍ଟେବୁଲ ଅଲ୍ଟ୍ରାସାଉଣ୍ଡ ମେସିନ୍‌ ଲଗାଇ ଭ୍ରୂଣ ପରୀକ୍ଷା କରୁଥିଲେ। ଏଥିପାଇଁ ଗ୍ରାହକଙ୍କ ଠାରୁ ସେମାନେ ପୁଳାପୁଳା ଟଙ୍କା ମଧ୍ୟ ନେଉଥିଲେ। କାର୍‌ ଭିତରେ ଚାଲିଥିବା ସମସ୍ତ କାରବାର। ଯେପରି ଧରା ନ ପଡିବେ ସେଥିପାଇଁ ଚଳନ୍ତା କାର୍‌ରେ ଭିତରେ ଗର୍ଭବତୀଙ୍କ ପରୀକ୍ଷା କରାଯାଉଥିଲା। ଯାଞ୍ଚ ବେଳେ ଏହି କଥା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ ଯେ, ହରିଆଣାରେ ହ୍ରାସ ପାଉଥିବା ଲିଙ୍ଗାନୁପାତରେ ବୃଦ୍ଧିକୁ ନେଇ ଏଠାକାର PNDT ବିଭାଗ କ୍ରମାଗତ ଭାବେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଏହି କ୍ରମରେ ସୋନିପତ ପିଏନ୍‌ଡିଟି ଟିମ୍‌ ଉତ୍ତରପ୍ରଦେଶର ମେରଠରୁ ଲିଙ୍ଗ ପରୀକ୍ଷା କରୁଥିବା ଏକ ରାକେଟ୍‌ର ପର୍ଦ୍ଦାଫାଶ କରିଛି।

ମିଳିଥିବା ସୂଚନା ଅନୁଯାୟୀ, ସୋନିପାତ ବାସିନ୍ଦା ସୌକିନ୍ ଉତ୍ତରପ୍ରଦେଶରେ ନିଜ ସହଯୋଗୀମାନଙ୍କ ମିଶି ସହ ଭ୍ରୂଣ ପରୀକ୍ଷା ରାକେଟ ଚଳାଉଥିବା ନେଇ ପିଏନଡିଟି ଟିମ୍ (ସ୍ୱାସ୍ଥ୍ୟ ବିଭାଗ)କୁ ଦୀର୍ଘ ଦିନ ଧରି ଗୁପ୍ତ ସୂଚନା ମିଳିଥିଲା। ଏଥିପାଇଁ ସେ ଏକ ପୋର୍ଟେବୁଲ୍ ଅଲଟ୍ରାସାଉଣ୍ଡ ମେସିନ୍ ବ୍ୟବହାର କରୁଥିବା ମଧ୍ୟ ଟିମ୍‌ ଜାଣିବାକୁ ପାଇଥିଲା।

ଏମାନଙ୍କୁ ରାକେଟ୍‌ର ପର୍ଦ୍ଦାଫାଶ କରିବା ପାଇଁ ଟିମ୍‌ ପୁଲିସ ସହ ମିଶି ଏକ ଜାଲ ବିଛାଇଥିଲା। ଜଣେ ଗର୍ଭବତୀ ମହିଳାଙ୍କୁ ଜାଣିଶୁଣି ଏମାନଙ୍କ ନିକଟକୁ ପଠାଯାଇଥିଲା। ଏହାପରେ ଯେତେବେଳେ ଅଭିଯୁକ୍ତମାନେ ଗର୍ଭବତୀଙ୍କ ଅଲ୍ଟ୍ରାସାଉଣ୍ଡ କରିବା ପାଇଁ କାର୍‌ ଭିତରକୁ ନେଇଥିଲେ ସେତେବେଳେ ଟିମ୍‌ ଚଢ଼ାଉ କରି ଏହି ଗ୍ୟାଙ୍ଗର ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି। ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଯାଇଛନ୍ତି। ସେମାନଙ୍କୁ ଧରିବା ପାଇଁ ପୁଲିସ ତାଲାସି ଜାରି ରଖିଛି।