ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଲାଗିଲା ନିଆଁ, ଗାଡିରୁ ଡେଇଁପଡିଲେ ଡ୍ରାଇଭର
ଢେଙ୍କାନାଳ ୧।୪: ଢେଙ୍କାନାଳ ସହରର ନିକଟବର୍ତ୍ତୀ କାମାକ୍ଷା ଛକରେ ଘଟିଛି ଅଭାବନୀୟ ଘଟଣା । ଏକ ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଅଚାନକ ନିଆଁ ଲାଗି ଜଳିଯାଇଛି । ତେବେ ଗାଡିର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ସୁରକ୍ଷିତ ଥିବା ଜଣାପଡିଛି । ହାଇୱାଟି ଚିପ୍ସ ବୋଝେଇ କରି କାମାକ୍ଷାନଗର ଆଡକୁ ଯାଉଥିବା ବେଳେ ଅଚାନକ ଜଳିବା ଦେଖି ଗାଡି ଅଟକାଇ ଡ୍ରାଇଭର ଗାଡିରୁ ବାହାରକୁ ଡେଇଁ ପଡ଼ିଥିଲେ । ଖବର ପାଇ ଢେଙ୍କାନାଳରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜଣା ନପଡିଥିଲେ ମଧ୍ୟ ଅତ୍ୟଧିକ ଖରାରୁ ବ୍ୟାଟେରୀ ଗରମରୁ ନିଆଁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ଢେଙ୍କାନାଳ କାମାକ୍ଷାନଗର ରାସ୍ତା ଉପରେ ଏକ ହାଇୱା ଏପରି ହୁ ହୁ ହୋଇ ଜଳିଯାଉଥିବା ଦେଖି ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । କିଛି ସମୟ ଏପରିକି ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା ।You Can Read :ଘର ଭାଙ୍ଗିବା ସହ ଫସଲ ନଷ୍ଟକଲା କୁଆପଥର ବର୍ଷା
ଢେଙ୍କାନାଳ ୧।୪: ଢେଙ୍କାନାଳ ସହରର ନିକଟବର୍ତ୍ତୀ କାମାକ୍ଷା ଛକରେ ଘଟିଛି ଅଭାବନୀୟ ଘଟଣା । ଏକ ଚଳନ୍ତା ଚିପ୍ସ ବୋଝେଇ ହାଇୱାରେ ଅଚାନକ ନିଆଁ ଲାଗି ଜଳିଯାଇଛି । ତେବେ ଗାଡିର ଚାଳକ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ସେ ସୁରକ୍ଷିତ ଥିବା ଜଣାପଡିଛି । ହାଇୱାଟି ଚିପ୍ସ ବୋଝେଇ କରି କାମାକ୍ଷାନଗର ଆଡକୁ ଯାଉଥିବା ବେଳେ ଅଚାନକ ଜଳିବା ଦେଖି ଗାଡି ଅଟକାଇ ଡ୍ରାଇଭର ଗାଡିରୁ ବାହାରକୁ ଡେଇଁ ପଡ଼ିଥିଲେ । ଖବର ପାଇ ଢେଙ୍କାନାଳରୁ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି । ନିଆଁ ଲାଗିବାର ପ୍ରକୃତ କାରଣ କ’ଣ ଜଣା ନପଡିଥିଲେ ମଧ୍ୟ ଅତ୍ୟଧିକ ଖରାରୁ ବ୍ୟାଟେରୀ ଗରମରୁ ନିଆଁ ହୋଇଥିବା ଆଶଙ୍କା କରାଯାଉଛି । ତେବେ ଢେଙ୍କାନାଳ କାମାକ୍ଷାନଗର ରାସ୍ତା ଉପରେ ଏକ ହାଇୱା ଏପରି ହୁ ହୁ ହୋଇ ଜଳିଯାଉଥିବା ଦେଖି ରାସ୍ତାରେ ଯାଉଥିବା ଯାତ୍ରୀମାନଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । କିଛି ସମୟ ଏପରିକି ପ୍ରାୟ ଏକ ଘଣ୍ଟା ଧରି ରାସ୍ତାରେ ଯାତାୟାତ ବନ୍ଦ ହୋଇଯାଇଥିଲା ।
You Can Read :
ଘର ଭାଙ୍ଗିବା ସହ ଫସଲ ନଷ୍ଟକଲା କୁଆପଥର ବର୍ଷା