ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କ ହୃଦଘାତ, ହେଲେ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୬୦ପର୍ଯ୍ୟଟକଙ୍କ ଜୀବନ

ନୀଳଗିରି,୩୦।୧: ବସ୍‌ ଚଳାଉଥିବାବେଳେ ହେଲା ହୃଦଘାତ। ହେଲେ ଯନ୍ତ୍ରଣା ଭିତରେ ବି ବସ୍‌ ଅଟକାଇ ବଞ୍ଚାଇଦେଲେ ୬୦ ପର୍ଯ୍ୟଟକଙ୍କ ଜୀବନ। ଏପରି ଘଟଣା ଘଟିଛି ବାଲେଶ୍ୱରର ନୀଳଗିରି ଥାନା ଅଧିନ ପାଟପୁର ଛକରେ। ପଞ୍ଚଲିଙ୍ଗେଶ୍ୱରକୁ ଦର୍ଶନ ପାଇଁ କିଛି ବଙ୍ଗୀୟ ପର୍ଯ୍ୟଟକ ଏକ ଟୁରିଷ୍ଟ ବସ୍‌ରେ ଆସିଥିଲେ। ବସ୍‌ ଚଳାଉଥିବା ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ସେ ବସ୍‌ଟିକୁ ରାସ୍ତାକଡରେ ଛିଡା କରାଇଦେଇଥିଲେ। ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାଓ୍ବଡା ଅଞ୍ଚଳର ଏମଡି […] The post ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କ ହୃଦଘାତ, ହେଲେ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୬୦ପର୍ଯ୍ୟଟକଙ୍କ ଜୀବନ appeared first on Dharitri Odia News.

ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କ ହୃଦଘାତ, ହେଲେ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୬୦ପର୍ଯ୍ୟଟକଙ୍କ ଜୀବନ

ନୀଳଗିରି,୩୦।୧: ବସ୍‌ ଚଳାଉଥିବାବେଳେ ହେଲା ହୃଦଘାତ। ହେଲେ ଯନ୍ତ୍ରଣା ଭିତରେ ବି ବସ୍‌ ଅଟକାଇ ବଞ୍ଚାଇଦେଲେ ୬୦ ପର୍ଯ୍ୟଟକଙ୍କ ଜୀବନ। ଏପରି ଘଟଣା ଘଟିଛି ବାଲେଶ୍ୱରର ନୀଳଗିରି ଥାନା ଅଧିନ ପାଟପୁର ଛକରେ। ପଞ୍ଚଲିଙ୍ଗେଶ୍ୱରକୁ ଦର୍ଶନ ପାଇଁ କିଛି ବଙ୍ଗୀୟ ପର୍ଯ୍ୟଟକ ଏକ ଟୁରିଷ୍ଟ ବସ୍‌ରେ ଆସିଥିଲେ। ବସ୍‌ ଚଳାଉଥିବା ସମୟରେ ହଠାତ୍‌ ତାଙ୍କ ଛାତିରେ ଯନ୍ତ୍ରଣା ହୋଇଥିଲା। ଏହି ସମୟରେ ସେ ବସ୍‌ଟିକୁ ରାସ୍ତାକଡରେ ଛିଡା କରାଇଦେଇଥିଲେ। ଡ୍ରାଇଭର ଜଣକ ପଶ୍ଚିମବଙ୍ଗ ହାଓ୍ବଡା ଅଞ୍ଚଳର ଏମଡି ଇବ୍ରାହିମଙ୍କ ପୁଅ ସେଖ ଅକ୍ତାର।

ତେବେ ବାଟରେ ବସ୍‌ ଚଳାଇ ଆସୁଥିବାବେଳେ ପାଟପୁର ଛକ ନିକଟରେ ତାଙ୍କ ଛାତିରେ ଯନ୍ତ୍ରଣା ଅନୁଭୂତ ହୋଇଥିଲା। ସ୍ଥାନୀୟଲୋକ ତାଙ୍କୁ ନୀଳଗିରି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ମଧ୍ୟ ତାଙ୍କର ମୃତ୍ୟ ହୋଇଛି।

The post ଚଳନ୍ତା ବସ୍‌ରେ ଡ୍ରାଇଭରଙ୍କ ହୃଦଘାତ, ହେଲେ ମୃତ୍ୟୁ ପୂର୍ବରୁ ବଞ୍ଚାଇଦେଲେ ୬୦ପର୍ଯ୍ୟଟକଙ୍କ ଜୀବନ appeared first on Dharitri Odia News.