ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଗାଡ଼ି ମାଲିକ, ହାଇୱେରେ ପାଟ୍ରୋଲିଂ କରୁଥିବା ପୋଲିସ କିମ୍ବା ଜିଲା ପରିବହନ ବିଭାଗର ତିଳେମାତ୍ର ଚିନ୍ତା ନାହିଁ। ଏନେଇ ଏକ ବିପଦପୂର୍ଣ୍ଣ ଦୃଶ୍ୟ ବ୍ରଜରାଜନଗର ପାଖ ବୁଢୀପଦର ଜାତୀୟ ରାଜପଥ-୪୯ରେ ଦେଖିବାକୁ ମିଳିଛି। ରବିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍‌ରେ ରାୟଗଡ଼ରୁ ବ୍ରଜରାଜନଗର ଦେଇ ଝାରସୁଗୁଡ଼ା […] The post ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’ appeared first on Dharitri Odia News.

ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’

ଝାରସୁଗୁଡ଼ା,୧୫ା୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ଜିଲାରେ ୪୯ ନମ୍ବର ଜାତୀୟ ରାଜପଥ ଏବଂ ବିଜୁ ଏକ୍ସପ୍ରେସ୍‌ ଓ୍ବେ ମରଣଯନ୍ତା ପାଲିଟିଛି। ପ୍ରତିଦିନ ଏହି ରାସ୍ତାରେ ଦୁର୍ଘଟଣା ଘଟୁଥିଲେ ମଧ୍ୟ ଗାଡ଼ି ମାଲିକ, ହାଇୱେରେ ପାଟ୍ରୋଲିଂ କରୁଥିବା ପୋଲିସ କିମ୍ବା ଜିଲା ପରିବହନ ବିଭାଗର ତିଳେମାତ୍ର ଚିନ୍ତା ନାହିଁ। ଏନେଇ ଏକ ବିପଦପୂର୍ଣ୍ଣ ଦୃଶ୍ୟ ବ୍ରଜରାଜନଗର ପାଖ ବୁଢୀପଦର ଜାତୀୟ ରାଜପଥ-୪୯ରେ ଦେଖିବାକୁ ମିଳିଛି। ରବିବାର ଅପରାହ୍ନ ପ୍ରାୟ ୨ଟା ୩୦ ମିନିଟ୍‌ରେ ରାୟଗଡ଼ରୁ ବ୍ରଜରାଜନଗର ଦେଇ ଝାରସୁଗୁଡ଼ା ଯାଉଥିବା ସୁରଜିତ୍‌ ଆଣ୍ଡ୍‌ ହରଜିତ୍‌ ନାମକ ବସ୍‌ (ନଂ.ଓଡି୨୩ଆର-୫୦୯୫)ର କ୍ୟାବିନ୍‌ ଉପରେ ଜଣେ ଯୁବକ ଷ୍ଟଣ୍ଟ୍‌ ଶୋ’ ମାଧ୍ୟମରେ ବିଭିନ୍ନ ଷ୍ଟାଇଲରେ ନୃତ୍ୟ କରୁଥିଲେ। ଏହି ଦୃଶ୍ୟ ଦେଖି ରାସ୍ତାରେ ଯାଉଥିବା ଲୋକମାନେ ମଲା ମଲା ବୋଲି ଚିତ୍କାର କରୁଥିଲେ। ହେଲେ ବସ୍‌ ଡ୍ରାଇଭର କିମ୍ବା ଉକ୍ତ ଯୁବକଙ୍କ ଉପରେ ଏହାର କୌଣସି ପ୍ରଭାବ ପଡି ନ ଥିଲା। ଏହି ଦୃଶ୍ୟ ଏବେ ବ୍ରଜରାଜନଗର, ଝାରସୁଗୁଡ଼ା ଅଞ୍ଚଳରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ବସ୍‌ ଉପରେ ଏଭଳି ବିପଦପୂର୍ଣ୍ଣ ଘଟଣା ଘଟୁଥିଲେ ମଧ୍ୟ ଚାଳକ ଓ କଣ୍ଡକ୍ଟର କ’ଣ ପାଇଁ ସମ୍ପୃକ୍ତ ଯୁବକଙ୍କୁ ମନା କଲେ ନାହିଁ ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି କାର୍ଯ୍ୟ କରୁଥିବା ଯୁବକଙ୍କ ପ୍ରତି ପୋଲିସ, ପରିବହନ ବିଭାଗ ଏବଂ ଗାଡି ମାଲିକମାନେ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଧାରଣରେ ଦାବି ହେଉଛି। ଏନେଇ ଜିଲା ପରିବହନ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

The post ଚଳନ୍ତା ବସ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ଶୋ’ appeared first on Dharitri Odia News.