ଅଷ୍ଟ୍ରେଲିଆରେ ୩ ମହିଳାଙ୍କ ସମେତ ୪ ଭାରତୀୟ ବୁଡ଼ିଗଲେ
କାନବେରା,୨୫ା୧: ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟର ଏକ ସମୁଦ୍ରରେ ୩ ମହିଳାଙ୍କ ସମେତ ୪ଜଣ ଭାରତୀୟ ବୁଡ଼ି ଯାଇଛନ୍ତି। ଏନେଇ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି। ବୁଧବାର ଭିକ୍ଟୋରିଆର ଫିଲିପ୍ ଦ୍ୱୀପରେ ଏହି ଘଟଣା ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ନିଉହେଭେନ୍ ନିକଟରେ ୪ ଜଣ ପାଣିରେ ବୁଡ଼ିଯିବା ସମ୍ପର୍କରେ ସୂଚନା ପାଇଥିଲେ। ଲାଇଫ୍ ସେଭିଙ୍ଗ ଭିକ୍ଟୋରିଆର ରାଜ୍ୟ କମାଣ୍ଡର କେନ ଟ୍ରେଲୋର କହିଛନ୍ତି, ଫିଲିପ ଦ୍ୱୀପରେ ଥିବା ଜଙ୍ଗଲ ଗୁମ୍ଫାର ସାମୁଦ୍ରିକ ଅଞ୍ଚଳରେ ଅସୁବିଧାରେ ଥିବା ୪ […] The post ଅଷ୍ଟ୍ରେଲିଆରେ ୩ ମହିଳାଙ୍କ ସମେତ ୪ ଭାରତୀୟ ବୁଡ଼ିଗଲେ appeared first on Dharitri Odia News.
କାନବେରା,୨୫ା୧: ଅଷ୍ଟ୍ରେଲିଆର ଭିକ୍ଟୋରିଆ ରାଜ୍ୟର ଏକ ସମୁଦ୍ରରେ ୩ ମହିଳାଙ୍କ ସମେତ ୪ଜଣ ଭାରତୀୟ ବୁଡ଼ି ଯାଇଛନ୍ତି। ଏନେଇ ଅଧିକାରୀମାନେ ଗୁରୁବାର ସୂଚନା ଦେଇଛନ୍ତି। ବୁଧବାର ଭିକ୍ଟୋରିଆର ଫିଲିପ୍ ଦ୍ୱୀପରେ ଏହି ଘଟଣା ଘଟିଛି। ଏକ ରିପୋର୍ଟ ଅନୁଯାୟୀ, ନିଉହେଭେନ୍ ନିକଟରେ ୪ ଜଣ ପାଣିରେ ବୁଡ଼ିଯିବା ସମ୍ପର୍କରେ ସୂଚନା ପାଇଥିଲେ। ଲାଇଫ୍ ସେଭିଙ୍ଗ ଭିକ୍ଟୋରିଆର ରାଜ୍ୟ କମାଣ୍ଡର କେନ ଟ୍ରେଲୋର କହିଛନ୍ତି, ଫିଲିପ ଦ୍ୱୀପରେ ଥିବା ଜଙ୍ଗଲ ଗୁମ୍ଫାର ସାମୁଦ୍ରିକ ଅଞ୍ଚଳରେ ଅସୁବିଧାରେ ଥିବା ୪ ଜଣଙ୍କୁ ସାହାଯ୍ୟ ପାଇଁ ଲାଇଫ୍ ସେଭିଙ୍ଗ ଭିକ୍ଟୋରିଆକୁ ଡକାଯାଇଥିଲା।
ଅଧିକାରୀମାନେ ଏପର୍ଯ୍ୟନ୍ତ ମୃତକଙ୍କ ନାମ ପ୍ରକାଶ କରିନାହାନ୍ତି। କାନବେରାରେ ଥିବା ଭାରତୀୟ ଉଚ୍ଚ ଆୟୋଗ ଗୁରୁବାର ସୋସିଆଲ ମିଡିଆ ‘ଏକ୍ସ’ରେ ପୋଷ୍ଟ କରି ଏହି ଦୁଃଖଦ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି। ଭାରତୀୟ ଉଚ୍ଚ ଆୟୋଗ ଲେଖିଛନ୍ତି, ଅଷ୍ଟ୍ରେଲିଆରେ ହୃଦୟ ବିଦାରକ ଦୁଃଖଦ ଘଟଣା। ଭିକ୍ଟୋରିଆର ଫିଲିପ୍ ଦ୍ୱୀପରେ ବୁଡ଼ି ୪ ଜଣ ଭାରତୀୟ ପ୍ରାଣ ହରାଇଛନ୍ତି। ମୃତକଙ୍କ ପରିବାର ପ୍ରତି ଗଭୀର ସମବେଦନା। ସମସ୍ତ ଆବଶ୍ୟକୀୟ ସହାୟତା ଯୋଗାଇବା ପାଇଁ ମେଲବୋର୍ନ କୋଷ୍ଟଗାର୍ଡ ଅନୁସନ୍ଧାନକାରୀ ଦଳ ମୃତକଙ୍କ ସାଙ୍ଗମାନଙ୍କ ସହ ଯୋଗାଯୋଗରେ ଅଛନ୍ତି।
ଟ୍ରେଲୋର କହିଛନ୍ତି, ଏହା ଦୀର୍ଘ ୨୦ ବର୍ଷ ମଧ୍ୟରେ ରାଜ୍ୟରେ ସବୁଠାରୁ ଭୟଙ୍କର ବୁଡ଼ିଯିବା ଘଟଣା।
The post ଅଷ୍ଟ୍ରେଲିଆରେ ୩ ମହିଳାଙ୍କ ସମେତ ୪ ଭାରତୀୟ ବୁଡ଼ିଗଲେ appeared first on Dharitri Odia News.