ଭୋକିଲା ପେଟର ଖୋଜିଲା ବୃତ୍ତି

ଭୁବନେଶ୍ୱର: ରାତି ସମୟ ଗଡ଼ିଯାଉଥାଏ, ମହାନଗର ନିଗମର ମଇଳା ଗାଡ଼ିଟି ସହର ରାସ୍ତା ଦେଇ ଧୀରେ ଧୀରେ ଅତିକ୍ରମ କରୁଥାଏ । ଆଉ ସେହି ସମୟରେ ଜଣେ ଯୁବକ ଦୋକାନୀ ମାନଙ୍କ ଠାରୁ ଦୋକାନରେ ଥିବା ଅଳିଆ ଆବର୍ଜନା ସବୁ ଗୋଟେ ଜାଗାରେ ଆଣି ସେହି ମଇଳା ଗାଡ଼ିରେ ପକାଉଥାଆନ୍ତି । ବଜାରରେ ଗଢ଼ି ଉଠିଥିବା ଦୋକାନ ମାନଙ୍କରେ ଏହିସବୁ ମଇଳା ଏକତ୍ରିତ କରି ଏହି ମହାନଗର ନିଗମ ଗାଡ଼ିରେ ଦିଅନ୍ତି । ଅଳିଆ ଆବର୍ଜନା ନେଉଥିବା […] The post ଭୋକିଲା ପେଟର ଖୋଜିଲା ବୃତ୍ତି appeared first on KNews Odisha.

ଭୋକିଲା ପେଟର ଖୋଜିଲା ବୃତ୍ତି

ଭୁବନେଶ୍ୱର: ରାତି ସମୟ ଗଡ଼ିଯାଉଥାଏ, ମହାନଗର ନିଗମର ମଇଳା ଗାଡ଼ିଟି ସହର ରାସ୍ତା ଦେଇ ଧୀରେ ଧୀରେ ଅତିକ୍ରମ କରୁଥାଏ । ଆଉ ସେହି ସମୟରେ ଜଣେ ଯୁବକ ଦୋକାନୀ ମାନଙ୍କ ଠାରୁ ଦୋକାନରେ ଥିବା ଅଳିଆ ଆବର୍ଜନା ସବୁ ଗୋଟେ ଜାଗାରେ ଆଣି ସେହି ମଇଳା ଗାଡ଼ିରେ ପକାଉଥାଆନ୍ତି । ବଜାରରେ ଗଢ଼ି ଉଠିଥିବା ଦୋକାନ ମାନଙ୍କରେ ଏହିସବୁ ମଇଳା ଏକତ୍ରିତ କରି ଏହି ମହାନଗର ନିଗମ ଗାଡ଼ିରେ ଦିଅନ୍ତି । ଅଳିଆ ଆବର୍ଜନା ନେଉଥିବା ଏଇ ଗାଡ଼ିଟି ଆସିଲେ ରୋଡ ସାଇଡରେ ଗାଡ଼ି ରହେ ଏବଂ ଏଇ ଯୋଉ ଯୁବକ ଜଣକ ଆସିଥାଆନ୍ତି ହାତରେ ଗୋ୍ଲବ୍‌ସ ପିନ୍ଧି ଏଇ ଅଳିଆ ସବୁକୁ କେତେବେଳେ ଗାଡ଼ିକୁ ନେଇ ଯାଆନ୍ତି ନଚେତ୍‌ ଯେଉଁ ଦୋକାନୀ ମାନେ ଥାଆନ୍ତି ସେମାନେ ଆଣି ଅଳିଆକୁ ଗାଡ଼ି ପାଖରେ ରହିଥିବା ଯୁବକଙ୍କୁ ଦେଇଯାଆନ୍ତି ।

ଯେତେବେଳ ଭୁବନେଶ୍ୱର ରାଜମହଲ ଛକରେ ଅଳିଆ ବୁହା ଗାଡ଼ିଟି ରାତି ସମୟରେ ଆସି ଲାଗିଲା ଦୋକାନୀ ମାନେ ଯିଏ ଯେଉଁଠି ଅଳିଆ ରଖିଥିଲେ ଗାଡ଼ି ପାଖକୁ ଆଣି ସେ ଯୁବକଙ୍କୁ ଦେଇଗଲେ । ଯୁବକ ଜଣକ ଅଳିଆ ଗାଡ଼ି ଭିତରେ ଥିବା ଅଳିଆ ଆବର୍ଜନା ପରିମାଣ ଟିକିଏ ଅଧିକା ଥାଏ । ତେଣୁ ଯୁବକ ଜଣକ ପ୍ରଥମେ ଗାଡ଼ି ଉପରୁ ଗାଡ଼ି ଭିତରକୁ ଓହ୍ଲାଇଲେ ଏବଂ ଗୋଡ଼ରେ ସେହି ଅଳିଆ ଆବର୍ଜନାକୁ ମାଡ଼ିଦେଲେ । ଫଳରେ ଅଳିଆ ଗାଡ଼ି ଭିତରଟା ଟିକିଏ ଫାଙ୍କା ଦେଖାଗଲା । ପୁଣି ଆଉ କିଛି ଆବର୍ଜନାକୁ ସେହି ଗାଡ଼ିରେ ଭର୍ତ୍ତି କରିଥିଲେ । ଯେତେ ଯିଏ ଅଳିଆ ଆବର୍ଜନା ଆଣୁ ଥାଆନ୍ତି ଟିକେ ମାତ୍ର ଘୃଣା ନକରି ପ୍ରତ୍ୟେକ ଅଳିଆକୁ ଗାଡ଼ି ଭିତରେ ସାଇତି ରଖୁଥାଆନ୍ତି । କାହିଁକି ନା ଗାଡ଼ିରୁ ଯଦି ଅଳିଆ ବାହାରେ ପଡ଼ିବ ତେବେ ଏମାନଙ୍କ ପାଇଁ ବିପଦ ବୋଲି ଧରାଯାଏ । ତେଣୁ ଦୋକାନୀ ମାନେ ଦେଉଥିବା ଅଳିଆକୁ ଗାଡ଼ି ଭିତରେ ଯେଣେ ତେଣେ ପ୍ରକାରେ ରଖିବା ପାଇଁ ଯୁବକ ଜଣକ ଚେଷ୍ଟା କରୁଥାଏ । ଯେଉଁଥିପାଇଁ ଯୁବକ ଜଣକୁ ଗୋଟିଏ କାଠରେ ମଧ୍ୟ ସେହି ଅଳିଆକୁ ବାରମ୍ବାର କେଞ୍ଚିଥିଲେ । ଯୁବକ ଜଣକଙ୍କର ମନରେ କି ମୁହଁରେ ଅଳିଆ ପ୍ରତି କୌଣସି ପ୍ରକାର ବିକାର ଭାବ ନଥିଲା । ଯୁବକ ଜଣକ ଉପରେ ଆମେ ନଜର ଆନ୍ଦାଜ କରିଥିଲୁ ଏବଂ ତାଙ୍କ ପ୍ରତ୍ୟେକ କାର୍ଯ୍ୟ ଶୈଳୀ ଦେଖୁଥିଲୁ । ଆଉ ଆମେ ଯୁବକଙ୍କୁ ପଚାରିଥିଲୁ ତାଙ୍କର ଜୀବନ ଜୀବିକା ଉପରେ । ଗୋଟି ଗୋଟି କରି କହିଥିଲେ କେମିତି ଆପଣେଇଛନ୍ତି ଏହି ବୃତ୍ତିକୁ ।

ଆଜିର ଦୁନିଆରେ ଜୀବନ ଜୀବିକା ଯାହାକୁ ଯେଉଁଟା ଭଲ ଲାଗେ ସେ ତାକୁ ଆପଣେଇଥାଏ । ଏତତ୍‌ ବ୍ୟତୀତ ବେଳେେ ବେଳେ ପେଟ ପୋଡ଼ିଗଲା ବେଳେ ଜୀବିକା ଆଉ ବାଛିବାକୁ ପଡ଼େନି କି ଇଚ୍ଛା ଅନୁସାରେ ଜୀବିକା ମିଳେନି । ସେହି ସମୟରେ ସୁଅ ମୁହଁର ପତର ଖଣ୍ଡିକୁ ଆଶା କଲା ଭଳି ପେଟ ବଞ୍ଚାଇବା ପାଇଁ ଯାହା କର୍ମ ଜୀବନରେ ମିଳିଥାଏ ତାକୁ ଆପଣେଇବାକୁ ପଡ଼େ । ତେଣୁ ଯୁବକ ଜଣକ କହିଲେ ଯେତେବେଳେ ପେଟ ପୋଡ଼ିଯାଉଛି ସେତେବେଳେ ଜୀବିକା ବା କର୍ମ କିଛି ଛୋଟ ବଡ଼ ଦେଖାଯାଏନି । ପେଟ କେମିତି ପୋଷଯିବ ସେଇଥିପାଇଁ ଯେକୌଣସି ଗୋଟେ କର୍ମକୁ ଆପଣେଇବାକୁ ପଡ଼େ । ମୁଁ ଯଦି ଗନ୍ଧ ଦୁର୍ଗନ୍ଧକୁ ଦେଖିବି ତାହେଲେ ମୋ ଘର ପରିବାର ପ୍ରତିପୋଷଣ ହେବେ କେମିତି । ଅବାଟରେ ନଯାଇ କି କର୍ମକୁ ଘୃଣା ନକରି ପରିବାର ଚଳାଇବା ପାଇଁ ଏ ଯୁବକ ଜଣକ ଯେଉଁ କାର୍ଯ୍ୟ କରୁଛନ୍ତି ତାହା ବାସ୍ତବିକ୍‌ ପ୍ରଶଂସାଯୋଗ୍ୟ ଆଉ ଆଜିର ଯୁବପୀଢ଼ି ପାଇଁ ଏକ ନୂଆ ବାର୍ତ୍ତା ।

The post ଭୋକିଲା ପେଟର ଖୋଜିଲା ବୃତ୍ତି appeared first on KNews Odisha.