ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ତାତି

ଭୁବନେଶ୍ୱର,୩୦ା୩: ତାତିରେ ଫୁଟିଲା ସାରା ରାଜ୍ୟ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ତାତି। ଶନିବାର ମାଲକାନଗିରିରେ ସର୍ବାଧିକ ୪୧ଡ଼ିଗ୍ରୀ ପାରଦ ଛୁଇଁଛି। ସେହିଭଳି ବୌଦ୍ଧ ଏବଂ ଟିଟିଲାଗଡରେ ୪୦.୫ ଡ଼ିଗ୍ରୀ , ବଲାଙ୍ଗୀରରେ ୪୦.୨ ଡ଼ିଗ୍ରୀ ଏବଂ ନୟାଗଡ ରେ ୪୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ତେବେ ରାଜ୍ୟର ପ୍ରମୁଖ ଅଂଶଗୁଡିକରେ ଅତ୍ୟଧିକ ଶୁଖିଲା ପାଗ ଏବଂ ତାତି କାରଣରୁ ଆଗାମୀ ୪ ରୁ ୫ ଦିନ […] The post ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ତାତି appeared first on Dharitri Odia News.

ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ତାତି

ଭୁବନେଶ୍ୱର,୩୦ା୩: ତାତିରେ ଫୁଟିଲା ସାରା ରାଜ୍ୟ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଓଡ଼ିଶାରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ତାତି। ଶନିବାର ମାଲକାନଗିରିରେ ସର୍ବାଧିକ ୪୧ଡ଼ିଗ୍ରୀ ପାରଦ ଛୁଇଁଛି। ସେହିଭଳି ବୌଦ୍ଧ ଏବଂ ଟିଟିଲାଗଡରେ ୪୦.୫ ଡ଼ିଗ୍ରୀ , ବଲାଙ୍ଗୀରରେ ୪୦.୨ ଡ଼ିଗ୍ରୀ ଏବଂ ନୟାଗଡ ରେ ୪୦ ଡ଼ିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି।

ତେବେ ରାଜ୍ୟର ପ୍ରମୁଖ ଅଂଶଗୁଡିକରେ ଅତ୍ୟଧିକ ଶୁଖିଲା ପାଗ ଏବଂ ତାତି କାରଣରୁ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ଓଡିଶାର ସର୍ବାଧିକ ତାପମାତ୍ରା (ଦିନର ତାପମାତ୍ରା) ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡିକରେ ୩୮ ରୁ ୪୦ ଡ଼ିଗ୍ରୀ ମଧ୍ୟରେ ଏବଂ ଉପକୂଳବର୍ତ୍ତୀ ଜିଲା ମାନଙ୍କରେ ୩୬ ରୁ ୩୮ ଡ଼ିଗ୍ରୀ ମଧ୍ୟରେ ରହିପାରେ।

ସେହିପରି ଓଡ଼ିଶାର ଅନେକ ସ୍ଥାନରେ ଆଗାମୀ ୪ ରୁ ୫ ଦିନ ମଧ୍ୟରେ ସର୍ବନିମ୍ନ ତାପମାତ୍ରା (ରାତିର ତାପମାତ୍ରା) ଧୀରେ ଧୀରେ ୨-୩ ଡ଼ିଗ୍ରୀ ବୃଦ୍ଧି ହେବାର ସମ୍ଭାବନା ଅଛି, ଫଳସ୍ୱରୂପ ଉପକୂଳବର୍ତ୍ତୀ ଜିଲାର ଅଧିକାଂଶ ଅଞ୍ଚଳରେ ୨୪ ରୁ ୨୬ ଡ଼ିଗ୍ରୀ ମଧ୍ୟରେ ରହିପାରେ। ସେହିଭଳି ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲା ଗୁଡିକରେ ରାତି ସମୟରେ ତାପମାତ୍ରା ୨୨ ରୁ ୨୪ ଡ଼ିଗ୍ରୀ ମଧ୍ୟରେ ରହିପାରେ।

The post ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ୪୦ ଡ଼ିଗ୍ରୀ ଅତିକ୍ରମ କଲା ତାତି appeared first on Dharitri Odia News.