ଚଳିତବର୍ଷ ଦିବାଲୀ ଭାଙ୍ଗିଛି ବେପାରର ରେକର୍ଡ, ଜାଣନ୍ତୁ ଦେଶରେ କେତେ ଲକ୍ଷ କୋଟି ଟଙ୍କାର ହୋଇଛି କାରବାର?
ନୂଆଦିଲ୍ଲୀ ୧।୧୧: ଚଳିତବର୍ଷ ଦୀପାବଳି ଉତ୍ସବରେ ଦେଶରେ ୪.୨୫ଲକ୍ଷ କୋଟି ଟଙ୍କାର ବେପାର ହୋଇଛି, ଯାହା ଏ ପର୍ଯ୍ୟନ୍ତ ବ୍ୟବସାୟରେ ଏକ ରେକର୍ଡ। କ୍ୟାଟ୍ ଜାତୀୟ ମହାମନ୍ତ୍ରୀ ତଥା ଚାନ୍ଦନୀ ଚୌକ ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦୀପାବଳିରେ ଭାରତୀୟ ସାମଗ୍ରୀର ବିକ୍ରିରେ ବେଶ୍ ବୃଦ୍ଧି ହୋଇଛି। ଲୋକେ ଚୀନ୍ ଉତ୍ପାଦିତ ସାମଗ୍ରୀକୁ ପୂଜା ବଜାରରେ ଗ୍ରହଣ କରି ନାହାନ୍ତି ଭାରତୀୟ ସାମଗ୍ରୀ କ୍ରୟ ଉପରେ ପ୍ରାଥମିକତା ଦେଇଥିବା ସେ କହିଛନ୍ତି। ଆଗକୁ ଦେବ ଉଥାନ ଏକାଦଶୀ ନଭେମ୍ବର ୧୨ ତାରିଖରୁ ଦେଶରେ ବିବାହ ଋତୁ ଆରମ୍ଭ ହୋଇଯିବ। ଏଣୁ ବ୍ୟବସାୟୀ ବେଶ୍ ଉତ୍ସାହିତ ଥିବା ଖଣ୍ଡେଲୱାଲ କହିଛନ୍ତି। ସେ କହିଛନ୍ତି ଯେ ପର୍ବପର୍ବାଣୀ ଓ ଉତ୍ସବ ଭାରତୀୟ ଅର୍ଥ ବ୍ୟବସ୍ଥାର ଏକ ଅଭିନ୍ନ ଅଂଶ, ଏହାର ପ୍ରମାଣ ଦେବାଲୀରେ ସାରା ଦେଶରେ ହୋଇଥିବା କାରବାର। ଏଥି ପାଇଁ ଖଣ୍ଡାଲୱାଲ ଦିଲ୍ଲୀ ସମେତ ସାରା ଦେଶର ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେମାନେ ଦୀପାବଳିରେ ସ୍ଥାନୀୟ ଉତ୍ପାଦ କ୍ରୟ କରି ଦେଶର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବାରେ ଯୋଗଦାନ ଦେଇଛନ୍ତି ବୋଲି ଖଣ୍ଡେଲୱାଲ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସମେତ ସାରା ଦେଶରେ ଉତ୍ସାହର ସହ ଲୋକେ ଦୀପାବଳି ପାଳନ କରିଛନ୍ତି। ଏଥି ପାଇଁ ଲୋକେ ବେଶ୍ କିଣାକିଣି ମଧ୍ୟ କରିଛନ୍ତି। ଫଳରେ ସାରା ଦେଶରେ ବ୍ୟବସାୟ ବୃଦ୍ଧି ହୋଇଛି। ଦୀ
ନୂଆଦିଲ୍ଲୀ ୧।୧୧: ଚଳିତବର୍ଷ ଦୀପାବଳି ଉତ୍ସବରେ ଦେଶରେ ୪.୨୫ଲକ୍ଷ କୋଟି ଟଙ୍କାର ବେପାର ହୋଇଛି, ଯାହା ଏ ପର୍ଯ୍ୟନ୍ତ ବ୍ୟବସାୟରେ ଏକ ରେକର୍ଡ। କ୍ୟାଟ୍ ଜାତୀୟ ମହାମନ୍ତ୍ରୀ ତଥା ଚାନ୍ଦନୀ ଚୌକ ବିଜେପି ସାଂସଦ ପ୍ରବୀଣ ଖଣ୍ଡେଲୱାଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ଦୀପାବଳିରେ ଭାରତୀୟ ସାମଗ୍ରୀର ବିକ୍ରିରେ ବେଶ୍ ବୃଦ୍ଧି ହୋଇଛି। ଲୋକେ ଚୀନ୍ ଉତ୍ପାଦିତ ସାମଗ୍ରୀକୁ ପୂଜା ବଜାରରେ ଗ୍ରହଣ କରି ନାହାନ୍ତି ଭାରତୀୟ ସାମଗ୍ରୀ କ୍ରୟ ଉପରେ ପ୍ରାଥମିକତା ଦେଇଥିବା ସେ କହିଛନ୍ତି।
ଆଗକୁ ଦେବ ଉଥାନ ଏକାଦଶୀ ନଭେମ୍ବର ୧୨ ତାରିଖରୁ ଦେଶରେ ବିବାହ ଋତୁ ଆରମ୍ଭ ହୋଇଯିବ। ଏଣୁ ବ୍ୟବସାୟୀ ବେଶ୍ ଉତ୍ସାହିତ ଥିବା ଖଣ୍ଡେଲୱାଲ କହିଛନ୍ତି। ସେ କହିଛନ୍ତି ଯେ ପର୍ବପର୍ବାଣୀ ଓ ଉତ୍ସବ ଭାରତୀୟ ଅର୍ଥ ବ୍ୟବସ୍ଥାର ଏକ ଅଭିନ୍ନ ଅଂଶ, ଏହାର ପ୍ରମାଣ ଦେବାଲୀରେ ସାରା ଦେଶରେ ହୋଇଥିବା କାରବାର। ଏଥି ପାଇଁ ଖଣ୍ଡାଲୱାଲ ଦିଲ୍ଲୀ ସମେତ ସାରା ଦେଶର ଲୋକଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି। ସେମାନେ ଦୀପାବଳିରେ ସ୍ଥାନୀୟ ଉତ୍ପାଦ କ୍ରୟ କରି ଦେଶର ଅର୍ଥ ବ୍ୟବସ୍ଥାକୁ ମଜଭୁତ କରିବାରେ ଯୋଗଦାନ ଦେଇଛନ୍ତି ବୋଲି ଖଣ୍ଡେଲୱାଲ କହିଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ସମେତ ସାରା ଦେଶରେ ଉତ୍ସାହର ସହ ଲୋକେ ଦୀପାବଳି ପାଳନ କରିଛନ୍ତି। ଏଥି ପାଇଁ ଲୋକେ ବେଶ୍ କିଣାକିଣି ମଧ୍ୟ କରିଛନ୍ତି। ଫଳରେ ସାରା ଦେଶରେ ବ୍ୟବସାୟ ବୃଦ୍ଧି ହୋଇଛି। ଦୀପାବଳି ପାଇଁ ବଜାରମାନଙ୍କରେ କ୍ରେତାଙ୍କ ଭିଡ ଜମିଥିଲା। ବଡ ବ୍ୟବସାୟୀଙ୍କଠୁ ଆରମ୍ଭ କରି ଛୋଟ ବ୍ୟବସାୟୀ ମଧ୍ୟ ବେଶ୍ କାରବାର କରିଛନ୍ତି। ଏଥିରେ କୁମ୍ଭାର, କାରିଗର ଓ ଘରମାନଙ୍କରେ ଦୀପାବଳି ସାମଗ୍ରୀ ତିଆରି କରୁଥିବା ଲୋକେ ବେଶ ମାତ୍ରାରେ ନିଜ ତିଆରି ସାମଗ୍ରୀ ବିକ୍ରି କରିଛନ୍ତି।
ଦୀପାବଳି କିଣାକିଣିରେ ଲୋକେ ମାଟି ଦୀପ, ଠାକୁରଙ୍କ ମୂର୍ତ୍ତି, ଘର ସାଜସଜ୍ଜା ସାମଗ୍ରୀ, ତୋରଣ, ଫୁଲ ଓ ପତ୍ର, ଫଳ ଓ ପୂଜା ସାମଗ୍ରୀ, ବିଦ୍ୟୁତର ରଙ୍ଗବେରଙ୍ଗୀ ଆଲୋକମାଳା, ମିଠା ଓ ନମକିନ୍, ପୋଷାକ, ହ୍ୟାଣ୍ଡିକ୍ରାଫ୍ଟ ସାମଗ୍ରୀ, ଉପହାର ସାମଗ୍ରୀ, ଫୁଟୱେର, ମେକପ ସାମଗ୍ରୀ, ସୁନା, ରୂପା ଓ ଅନ୍ୟ ଘରକରଣା ଜିନିଷ ବେଶ କିଣାକିଣି କରିଛନ୍ତି।