ଚା’ ଦୋକାନ ବନ୍ଦ କରି ଘରକୁ ଫେରିଲେନି ମୁରଲୀ, ହାଇୱା ନେଇଗଲା ଜୀବନ

ଜାତୀୟ ରାଜପଥ କଡ଼ରେ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ ମୁରଲୀ ନାୟକ । ଗତ କାଲି ରାତି ଗୋଟାଏ ପାଖାପାଖିରେ ଦୋକାନ ବନ୍ଦ କରି ମୁରଲୀ ଘରକୁ ଫେରୁଥିଲେ । କିନ୍ତୁ ହଠାତ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ମୁରଲୀଙ୍କ ଜୀବନ ଯାଇଛି । ହାଇୱା ଡ୍ରାଇଭର ଦୁର୍ଘଟଣା ଘଟାଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ସ୍ଥାନୀୟ ଲୋକେ । […] The post ଚା’ ଦୋକାନ ବନ୍ଦ କରି ଘରକୁ ଫେରିଲେନି ମୁରଲୀ, ହାଇୱା ନେଇଗଲା ଜୀବନ appeared first on KNews Odisha.

ଚା’ ଦୋକାନ ବନ୍ଦ କରି ଘରକୁ ଫେରିଲେନି ମୁରଲୀ, ହାଇୱା ନେଇଗଲା ଜୀବନ

ଜାତୀୟ ରାଜପଥ କଡ଼ରେ ଚା’ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ ମୁରଲୀ ନାୟକ । ଗତ କାଲି ରାତି ଗୋଟାଏ ପାଖାପାଖିରେ ଦୋକାନ ବନ୍ଦ କରି ମୁରଲୀ ଘରକୁ ଫେରୁଥିଲେ । କିନ୍ତୁ ହଠାତ ଏକ ହାଇୱା ତାଙ୍କୁ ଧକ୍କା ଦେଇଥିଲା । ଯେଉଁଥିରେ ଘଟଣାସ୍ଥଳରେ ହିଁ ମୁରଲୀଙ୍କ ଜୀବନ ଯାଇଛି । ହାଇୱା ଡ୍ରାଇଭର ଦୁର୍ଘଟଣା ଘଟାଇ ଖସି ପଳାଇବାକୁ ଚେଷ୍ଟା କରୁଥିବା ସମୟରେ ତାକୁ ଗୋଡ଼ାଇ ଗୋଡ଼ାଇ ଧରିଥିଲେ ସ୍ଥାନୀୟ ଲୋକେ ।

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ମହିଷା ପାଟ ନିକଟ ୫୫ନଂ ଜାତୀୟ ରାଜପଥରେ ଗତକାଲି ବିଳମ୍ବିତ ରାତିରେ ହାଇୱା ଦୁର୍ଘଟଣାରେ ଜଣଙ୍କ ଜୀବନ ଯାଇଛି । ମୃତକ ହେଉଛନ୍ତି ମହିଷା ପାଟ ଅଞ୍ଚଳର ମୁରଲୀ ନାୟକ । ମୁରଲୀ ଚା’ ଦୋକାନ ବନ୍ଦ କରି ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣା  ଘଟଇ ହାଇୱା ଗାଡ଼ି ପଳାଇ ଯାଉଥିବା ବେଳେ ସ୍ଥାନୀୟ ଯୁବକମାନେ ନିଶାସକ୍ତ ଡ୍ରାଇଭରକୁ ଧରି ପୋଲିସର ଜିମା ଦେଇଛନ୍ତି । ଘଟଣା ସ୍ଥଳରେ ପରିବାର ଲୋକେ ମୃତଦେହକୁ ରଖି ୫୫ ନଂ ଜାତୀୟ ରାଜପଥ ଅବରୋଧ କରିଛନ୍ତି । ୫୫ନଂ ଜାତୀୟ ରାଜପଥ ପ୍ରାୟ ୬ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଅବରୋଧ ହେବା ଯୋଗୁ ରାସ୍ତାର ଦୁଇ ପାର୍ଶ୍ବରେ ଶହ ଶହ ଗାଡ଼ି ଅଟକି ରହିଛି । ଗାଡ଼ି ଚଳାଚଳ ଠପ୍ ହୋଇପଡ଼ିଛି । ମୃତ ପରିବାର ଓ ସମ୍ପର୍କୀୟମାନେ କ୍ଷତି ପୂରଣ ଦାବିରେ ରାସ୍ତା ଅବରୋଧ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉତ୍ୟକ୍ତ ଲୋକମାନଙ୍କୁ ବୁଝାସୁଝା କରୁଛି । ବହୁ ସମୟ ଧରି ରାସ୍ତା ବନ୍ଦଥିବାରୁ ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ମୁରଲୀ ଚା’ ଦୋକାନ କରି ପରିବାର ଲୋକଙ୍କ ପେଟ ପୋଷୁଥିଲେ । କିନ୍ତୁ ତାଙ୍କ ଜୀବନ ଏମିତି ଅବେଳରେ ଚାଲିଯିବ କେହି କେବେ ଭାବି ବି ନଥିଲେ । ମୁରଲୀଙ୍କ ଅଚାନକ ମୃତ୍ୟକୁ ନେଇ ଭାଙ୍ଗି ପଡ଼ିଛି ପୁରା ପରିବାର । ଡ୍ରାଇଭରର ବେପରୁଆ ଗାଡ଼ି ଚାଳନା ପାଇଁ ମୁରଲୀଙ୍କ ଜୀବନ ଗଲା ତେଣୁ କ୍ଷତିପୂରଣ ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

Also Read: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଏକା ସହ ଚାଲିଗଲା ସ୍ୱାମୀ ସ୍ତ୍ରୀଙ୍କ ଜୀବନ

The post ଚା’ ଦୋକାନ ବନ୍ଦ କରି ଘରକୁ ଫେରିଲେନି ମୁରଲୀ, ହାଇୱା ନେଇଗଲା ଜୀବନ appeared first on KNews Odisha.