ଆମେରିକାରେ ଥାଇ ଏମିତି କ’ଣ କହିଦେଲେ ରାହୁଲ ଗାନ୍ଧୀ: ଭାରତରେ ବଢିଲାଣି ରାଜନୈତିକ ତାତି

ଓ୍ବାଶିଂଟନ୍‌,୧୦।୯: କଂଗ୍ରେସ ନେତା ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ଆମେରିକୀୟ ଗସ୍ତ ସମୟରେ କ୍ରମାଗତ ଭାବରେ ଭାଜପା ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛନ୍ତି। ଏବେ ସେ ପୁଣି ଥରେ ଭାଜପାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେଠାରେ ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଭାଜପା ସଂଖ୍ୟାଗରିଷ୍ଠତା ତଳେ ରହିଛି। ଯଦି ନିରପେକ୍ଷ ନିର୍ବାଚନ ହୋଇଥାନ୍ତା ତେବେ ଭାଜପା […] The post ଆମେରିକାରେ ଥାଇ ଏମିତି କ’ଣ କହିଦେଲେ ରାହୁଲ ଗାନ୍ଧୀ: ଭାରତରେ ବଢିଲାଣି ରାଜନୈତିକ ତାତି appeared first on Dharitri Odia News.

ଆମେରିକାରେ ଥାଇ ଏମିତି କ’ଣ କହିଦେଲେ ରାହୁଲ ଗାନ୍ଧୀ: ଭାରତରେ ବଢିଲାଣି ରାଜନୈତିକ ତାତି

ଓ୍ବାଶିଂଟନ୍‌,୧୦।୯: କଂଗ୍ରେସ ନେତା ତଥା ବିରୋଧୀଦଳର ନେତା ରାହୁଲ ଗାନ୍ଧୀ ତାଙ୍କ ଆମେରିକୀୟ ଗସ୍ତ ସମୟରେ କ୍ରମାଗତ ଭାବରେ ଭାଜପା ଏବଂ ନରେନ୍ଦ୍ର ମୋଦି ସରକାରଙ୍କ ଉପରେ ଟାର୍ଗେଟ୍‌ କରୁଛନ୍ତି। ଏବେ ସେ ପୁଣି ଥରେ ଭାଜପାକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେଠାରେ ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ ଲୋକ ସଭା ନିର୍ବାଚନର ନିରପେକ୍ଷତା ଉପରେ ପ୍ରଶ୍ନ ଉଠାଇ କହିଛନ୍ତି, ଭାଜପା ସଂଖ୍ୟାଗରିଷ୍ଠତା ତଳେ ରହିଛି। ଯଦି ନିରପେକ୍ଷ ନିର୍ବାଚନ ହୋଇଥାନ୍ତା ତେବେ ଭାଜପା ଆଜି କ୍ଷମତାରେ ନ ଥାନ୍ତା।

ରାହୁଲ ଗାନ୍ଧୀ କହିଛନ୍ତି, ନିର୍ବାଚନ ପୂର୍ବରୁ ଆମେ ସମସ୍ତ ସରକାରୀ ଅନୁଷ୍ଠାନକୁ କାବୁ କରିନେଇଛନ୍ତି ବୋଲି ଜୋର ଦେଇଥିଲୁ। ଆମ ପାଖରେ ଏକ ଉପଯୁକ୍ତ ଖେଳ ପଡ଼ିଆ ନ ଥିଲା। ତାଙ୍କର ବିପୁଳ ଆର୍ଥିକ ସୁବିଧା ଥିଲା। ସେମାନେ ଆମର ବ୍ୟାଙ୍କ ଆକାଉଣ୍ଟ ବନ୍ଦ କରିଦେଇଥିଲେ। ନିର୍ବାଚନ କମିଶନ ଯାହା ଚାହୁଁଥିଲେ, ତାହା କରୁଥିଲେ। ଯଦି ନିରପେକ୍ଷ ନିର୍ବାଚନ ହୋଇଥାନ୍ତା, ତେବେ ଭାଜପା ୨୪୬ର ନିକଟତର ହୋଇନଥାନ୍ତା।

ଜଣେ ଏନଆରଆଇ ସାମ୍ବାଦିକଙ୍କୁ ଦେଇଥିବା ଏକ ସାକ୍ଷାତକାରରେ ରାହୁଲ ଗାନ୍ଧୀ କହିଛନ୍ତି, ମୁଁ ଲୋକ ସଭା ନିର୍ବାଚନ ୨୦୨୪କୁ ମୁକ୍ତ ନିର୍ବାଚନ ଭାବେ ଗ୍ରହଣ କରେ ନାହିଁ। ମୁଁ ଏହାକୁ ଏକ ନିୟନ୍ତ୍ରିତ ନିର୍ବାଚନ ଭାବରେ ଦେଖୁଛି। ସମଗ୍ର ଅଭିଯାନ ଏପରି ଢଙ୍ଗରେ ପ୍ରସ୍ତୁତ ହୋଇଥିଲା ଯେ ନରେନ୍ଦ୍ର ମୋଦି ସମଗ୍ର ଦେଶରେ ନିଜର ମତ ପ୍ରକାଶ କରିପାରିବେ। ଯେଉଁ ରାଜ୍ୟରେ ସେମାନେ ଦୁର୍ବଳ ଥିଲେ, ସେମାନେ ଭିନ୍ନ ଭାବରେ ନକ୍ସା ଡିଜାଇନ କରିଥିଲେ। ନିର୍ବାଚନ ଆୟୋଗ ମଧ୍ୟ ଆମର ମତ ଏବଂ ଅଭିଯୋଗ ପ୍ରତି ଧ୍ୟାନ ଦେଉ ନ ଥିଲେ। ଗଣମାଧ୍ୟମ ଏବଂ ଅନୁସନ୍ଧାନକାରୀ ସଂସ୍ଥା ସରକାରଙ୍କ ଅଧୀନରେ ଅଛନ୍ତି।

The post ଆମେରିକାରେ ଥାଇ ଏମିତି କ’ଣ କହିଦେଲେ ରାହୁଲ ଗାନ୍ଧୀ: ଭାରତରେ ବଢିଲାଣି ରାଜନୈତିକ ତାତି appeared first on Dharitri Odia News.