ନୋଏଡା ସେକ୍ଟର ୧୦୦ ହାଇରାଇଜ୍ ସୋସାଇଟିରେ ଫାଟିଲା AC, ଅନେକ ଫ୍ଲାଟ୍ରେ ଲାଗିଲା ନିଆଁ
ନୂଆଦିଲ୍ଲୀ ୩୦/୦୫: ନୋଏଡାର ବହୁ ମହଲା ବିଶିଷ୍ଟ ସୋସାଇଟିରେ ଭୟାବହ ଅଗ୍ନିକାଣ୍ଡ । ଏସି ବିସ୍ଫୋରଣ ହେତୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁ କାରଣରୁ ଅନେକ ଫ୍ଲାଟରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ଘଟିଛି ନୋଏଡା ସେକ୍ଟର ୧୦୦ରେ ଅବସ୍ଥିତ ଲୋଟସ୍ ବଲ୍ଲଭ ସୋସାଇଟିରେ । ସୂଚନା ଥାଉକି, ଏସିରେ ବିସ୍ଫୋରଣ ହେତୁ ସମଗ୍ର ଫ୍ଲାଟରେ ନିଆଁ ଲାଗିଯାଇଛି । ଫଳରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାିଥିଲା । ସଂଗେ ସଂଗେ ଫ୍ଲାଟରେ ରହୁଥିବା ଲୋକେ ସେମାନଙ୍କର ଫ୍ଲାଟ ଛାଡି ବାହାରକୁ ଚାଲିଆସିଥିଲେ । ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଏହି ନିଆଁ ଫ୍ଲାଟର ଅନେକ ସ୍ଥାନକୁ ବ୍ୟାପିଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି କରିଥିଲେ । ନୋଏଡା ନିକଟସ୍ଥ ଇନ୍ଦିରାପୁରମ, ଏକ ଫ୍ଲାଟ୍ରେ ଏସି ବିସ୍ଫୋରଣ ହୋଇଥିଲା । ଏସି ବିସ୍ଫୋରଣ ହେବା ମାତ୍ରେ ଘରେ ନିଆଁ ଲାଗିଯାଇଥିଲା। ଭଲ ଖବର ହେଉଛି ଯେ ଏଥିରେ କୌଣସି ଆହତ ହୋଇନାହାଁନ୍ତି । ବହୁ ପରିଶ୍ରମ ପରେ ଏକ ଘଣ୍ଟା ମଧ୍ୟରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା ।
ନୂଆଦିଲ୍ଲୀ ୩୦/୦୫: ନୋଏଡାର ବହୁ ମହଲା ବିଶିଷ୍ଟ ସୋସାଇଟିରେ ଭୟାବହ ଅଗ୍ନିକାଣ୍ଡ । ଏସି ବିସ୍ଫୋରଣ ହେତୁ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଯେଉଁ କାରଣରୁ ଅନେକ ଫ୍ଲାଟରେ ନିଆଁ ଲାଗିଯାଇଥିଲା । ଏହି ଘଟଣା ଘଟିଛି ନୋଏଡା ସେକ୍ଟର ୧୦୦ରେ ଅବସ୍ଥିତ ଲୋଟସ୍ ବଲ୍ଲଭ ସୋସାଇଟିରେ ।
ସୂଚନା ଥାଉକି, ଏସିରେ ବିସ୍ଫୋରଣ ହେତୁ ସମଗ୍ର ଫ୍ଲାଟରେ ନିଆଁ ଲାଗିଯାଇଛି । ଫଳରେ ସେଠାରେ ରହୁଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାିଥିଲା । ସଂଗେ ସଂଗେ ଫ୍ଲାଟରେ ରହୁଥିବା ଲୋକେ ସେମାନଙ୍କର ଫ୍ଲାଟ ଛାଡି ବାହାରକୁ ଚାଲିଆସିଥିଲେ । ନିଆଁର ପ୍ରକୋପ ଏତେ ଅଧିକ ରହିଛି ଯେ, ଏହି ନିଆଁ ଫ୍ଲାଟର ଅନେକ ସ୍ଥାନକୁ ବ୍ୟାପିଯାଇଥିଲା । ଖବର ପାଇଁ ଅଗ୍ନିଶମ ବାହିନୀ ତୁରନ୍ତ ସେଠାରେ ପହଞ୍ଚି ରେସକ୍ୟୁ ଅପରେସନ ଜାରି କରିଥିଲେ ।
ନୋଏଡା ନିକଟସ୍ଥ ଇନ୍ଦିରାପୁରମ, ଏକ ଫ୍ଲାଟ୍ରେ ଏସି ବିସ୍ଫୋରଣ ହୋଇଥିଲା । ଏସି ବିସ୍ଫୋରଣ ହେବା ମାତ୍ରେ ଘରେ ନିଆଁ ଲାଗିଯାଇଥିଲା। ଭଲ ଖବର ହେଉଛି ଯେ ଏଥିରେ କୌଣସି ଆହତ ହୋଇନାହାଁନ୍ତି । ବହୁ ପରିଶ୍ରମ ପରେ ଏକ ଘଣ୍ଟା ମଧ୍ୟରେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲା ।