ଚାଇନା ଆଗରେ ପୁଣି ହାତ ପାତିଲା ପାକିସ୍ତାନ: ଆମକୁ ଦିଅ ୨ ବିଲିୟନ ଡଲାର ଋଣ…
ଇସଲାମାବାଦ,୨୭।୧ : ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ଏହାର ଘନିଷ୍ଠ ସହଯୋଗୀ ଚାଇନା ସମ୍ମୁଖରେ ସହାୟତା ପାଇଁ ହାତ ପାତିଛି। ବେଜିଂରୁ ପାକିସ୍ତାନ ଦୁଇ ବିଲିୟନ ଡଲାରର ଆର୍ଥିକ ସହାୟତା ଲୋଡିଛି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ କାକର ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଅନୁରୋଧ କରିଛନ୍ତି ମାର୍ଚ୍ଚ ୨୩ ରେ ଚାଇନାର ଋଣ ପାଇଁ ଜମା ସମୟ ସମାପ୍ତ ହେବା ମାତ୍ରେ ଏହି […] The post ଚାଇନା ଆଗରେ ପୁଣି ହାତ ପାତିଲା ପାକିସ୍ତାନ: ଆମକୁ ଦିଅ ୨ ବିଲିୟନ ଡଲାର ଋଣ… appeared first on Dharitri Odia News.
ଇସଲାମାବାଦ,୨୭।୧ : ଅର୍ଥନୈତିକ ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ଏହାର ଘନିଷ୍ଠ ସହଯୋଗୀ ଚାଇନା ସମ୍ମୁଖରେ ସହାୟତା ପାଇଁ ହାତ ପାତିଛି। ବେଜିଂରୁ ପାକିସ୍ତାନ ଦୁଇ ବିଲିୟନ ଡଲାରର ଆର୍ଥିକ ସହାୟତା ଲୋଡିଛି। କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଅନୱାର ଉଲ ହକ କାକର ଚାଇନା ପ୍ରଧାନମନ୍ତ୍ରୀ ଲି କିଆଙ୍ଗଙ୍କୁ ଏନେଇ ଏକ ଚିଠି ଲେଖିଛନ୍ତି। ଯେଉଁଥିରେ ସେ ଅନୁରୋଧ କରିଛନ୍ତି ମାର୍ଚ୍ଚ ୨୩ ରେ ଚାଇନାର ଋଣ ପାଇଁ ଜମା ସମୟ ସମାପ୍ତ ହେବା ମାତ୍ରେ ଏହି ଋଣକୁ ରୋଲ ଓଭର କରାଯାଉ। ଶନିବାର ଏକ ଗଣମାଧ୍ୟମ ରିପୋର୍ଟରେ ଏହି ସୂଚନା ଦିଆଯାଇଛି।
ଖବର ଅନୁଯାୟୀ କାକର ଚିଠିରେ ପାକିସ୍ତାନକୁ ଆର୍ଥିକ ସଙ୍କଟରେ ସାହାଯ୍ୟ କରିଥିବାରୁ ଚାଇନାକୁ କୃତଜ୍ଞତା ଜଣାଇଛନ୍ତି। ସଙ୍କଟ ସହ ସଂଘର୍ଷ କରୁଥିବା ପାକିସ୍ତାନ ଚାଇନା ଠାରୁ ମୋଟ ଚାରି ବିଲିୟନ ଡଲାର ଋଣ ପାଇଥିଲା। ଯେଉଁ କାରଣରୁ ବାହ୍ୟ ଋଣ ପରିଶୋଧ କରିବାକୁ ଦେଶ ଉପରେ ଥିବାେ ଚାପ କମି ଯାଇଥିଲା ଏବଂ ବୈଦେଶିକ ମୁଦ୍ରା ଭଣ୍ଡାର ସ୍ଥିର ହୋଇ ଯାଇଥିଲା।
ଏହି ମାସ ଆରମ୍ଭରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ପାକିସ୍ତାନକୁ ଦୁଇ ବିଲିୟନ ଡଲାରର ଋଣ ବନ୍ଦ କରି ଦେଇଥିଲା। ତେବେ ସାଉଦି ଆରବ ପାକିସ୍ତାନ ଷ୍ଟେଟ ବ୍ୟାଙ୍କ (ଏସବିବି) ରେ ପାଞ୍ଚ ବିଲିୟନ ଡଲାର ଜମା କରିଛି। ୧.୨ ବିଲିୟନ ଡ଼ଲାରର ଅନ୍ତିମ ଋଣ ଟ୍ରାନ୍ସଫର ବୁଝାମଣା ପାଇଁ ମଧ୍ୟବର୍ତ୍ତୀକାଳୀନ ସରକାର ଏହି ମାସରେ ଏକ ନୂତନ ମିଶନ ପଠାଇବାକୁ ଅନୁରୋଧ କରିଥିଲେ।
The post ଚାଇନା ଆଗରେ ପୁଣି ହାତ ପାତିଲା ପାକିସ୍ତାନ: ଆମକୁ ଦିଅ ୨ ବିଲିୟନ ଡଲାର ଋଣ… appeared first on Dharitri Odia News.