ଚାଇନା-ଆମେରିକା ମଧ୍ୟରେ ବଢୁଛି ଟାରିଫ ୱାର୍
ନୂଆଦିଲ୍ଲୀ,୧୧।୪: ବିଶ୍ୱର ଦୁଇ ଅର୍ଥନୈତିକ ମହାଶକ୍ତି ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ ୱାର୍ ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୨୫ ପ୍ରତିଶତରୁ ୧୪୫ ପ୍ରତିଶତକୁ ଟାରିଫ ବୃଦ୍ଧି କରିଛନ୍ତି। ଆମେରିକାର ଏହି ପଦକ୍ଷେପ ପରେ କ୍ରୋଧିତ ହୋଇ ଉଠିଛି ଚାଇନା। ଶୁକ୍ରବାର ସବୁଠାରୁ ବଡ଼ ପ୍ରତିଆକ୍ରମଣ କରିଛି ଚାଇନା। ଆମେରିକାରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଚାଇନା ୮୪ ପ୍ରତିଶତରୁ ୧୨୫ ପ୍ରତିଶତକୁ ଟାରିଫ […] The post ଚାଇନା-ଆମେରିକା ମଧ୍ୟରେ ବଢୁଛି ଟାରିଫ ୱାର୍ appeared first on Dharitri Odia News.
ନୂଆଦିଲ୍ଲୀ,୧୧।୪: ବିଶ୍ୱର ଦୁଇ ଅର୍ଥନୈତିକ ମହାଶକ୍ତି ଚାଇନା ଏବଂ ଆମେରିକା ମଧ୍ୟରେ ଟାରିଫ ୱାର୍ ବଢିବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ଚୀନରୁ ଆମଦାନୀ ହେଉଥିବା ସାମଗ୍ରୀ ଉପରେ ୧୨୫ ପ୍ରତିଶତରୁ ୧୪୫ ପ୍ରତିଶତକୁ ଟାରିଫ ବୃଦ୍ଧି କରିଛନ୍ତି। ଆମେରିକାର ଏହି ପଦକ୍ଷେପ ପରେ କ୍ରୋଧିତ ହୋଇ ଉଠିଛି ଚାଇନା। ଶୁକ୍ରବାର ସବୁଠାରୁ ବଡ଼ ପ୍ରତିଆକ୍ରମଣ କରିଛି ଚାଇନା। ଆମେରିକାରୁ ଆମଦାନି ହେଉଥିବା ସାମଗ୍ରୀ ଉପରେ ଚାଇନା ୮୪ ପ୍ରତିଶତରୁ ୧୨୫ ପ୍ରତିଶତକୁ ଟାରିଫ ବୃଦ୍ଧି କରିଛି।
ଅନ୍ୟପକ୍ଷେ ଆମେରିକା ଏବଂ ଚାଇନାର ଏହି କାର୍ଯ୍ୟାନୁଷ୍ଠାନ ସହିତ ଦୁଇ ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆହୁରି ବଢ଼ିଯାଇଛି। ଶୁକ୍ରବାର ଜାରି ହୋଇଥିବା ଏକ ବିବୃତ୍ତିରେ ଚାଇନାର ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଆମେରିକା ଦ୍ୱାରା ଚାଇନା ଉପରେ ଅସାଧାରଣ ଟାରିଫ ଲାଗୁ କରିବା ଅନ୍ତର୍ଜାତୀୟ ଏବଂ ଅର୍ଥନୈତିକ ବାଣିଜ୍ୟ ନିୟମ ଏବଂ ମୌଳିକ ଅର୍ଥନୈତିକ ଆଇନର ଉଲ୍ଲଂଘନ କରୁଛି। ଏହା ଏକପାଖିଆ ଭୟଭୀତ କରିବା ଏବଂ ବଳପୂର୍ବକ ବ୍ୟବହାର କରାଯାଉଛି।
ଚାଇନା ଅର୍ଥ ମନ୍ତ୍ରଣାଳୟ ଆହୁରି କହିଛି ଯେ, ଯଦି ଆମେରିକା ଚାଇନାକୁ ପଠାଯାଉଥିବା ସାମଗ୍ରୀ ଉପରେ ଟାରିଫ ଲଗାଇବା ଜାରି ରଖେ, ତେବେ ଚାଇନା ଏହାକୁ ଅଣଦେଖା କରିବ ନାହିଁ।
ସୂଚନା ଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରେସିପ୍ରୋକାଲ ଟାରିଫ କାର୍ଯ୍ୟକାରିତାକୁ ୯୦ ଦିନ ସ୍ଥଗିତ ରଖିବା ପରେ ୟୁରୋପୀୟ ସଂଘ (ଇୟୁ) ମଧ୍ୟ ଆମେରିକା ସାମଗ୍ରୀ ଉପରେ ଲଗାଇବାକୁ ଥିବା ପାଲଟା ଶୁଳ୍କକୁ ୯୦ ଦିନ ଅଟକାଇବାକୁ ନିଷ୍ପତ୍ତି ନେଇଛି।
ବୁଝାମଣା ପାଇଁ ଏକ ସୁଯୋଗ ଦେବା ନିମନ୍ତେ ଆମେ ଟାରିଫ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛୁ ବୋଲି ଇୟୁ ମୁଖ୍ୟ ଉର୍ସୁଲା ଭନ ଡେର୍ ଲେୟେନ କହିଛନ୍ତି। ତେବେ ଆମେରିକା ସାମଗ୍ରୀ ଉପରେ ୨୭ ସଦସ୍ୟ ରାଷ୍ଟ୍ର ବିଶିଷ୍ଟ ଇୟୁ କେତେ ପ୍ରତିଶତ ଶୁଳ୍କ ଲଗାଇଥାନ୍ତା, ତାହା ଘୋଷଣା କରିନାହିଁ। ଯଦି ବୁଝାମଣା ସନ୍ତୋଷଜନକ ନ ହୁଏ, ତେବେ ଆମେ ପାଲଟା ଶୁଳ୍କ ଲାଗୁ କରିବୁ ବୋଲି ୟୁରୋପୀୟ କମିଶନ ଅଧ୍ୟକ୍ଷ କହିଛନ୍ତି।
The post ଚାଇନା-ଆମେରିକା ମଧ୍ୟରେ ବଢୁଛି ଟାରିଫ ୱାର୍ appeared first on Dharitri Odia News.