ପୁଣି ନାଲିଆଖି ଦେଖାଇଲେ ମମତା, ଆଳୁ ପରେ ଏବେ…
ଭୁବନେଶ୍ୱର,୬।୯: ପୁଣି ନାଲିଆଖି ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ। ଆଳୁ ପରେ ଏବେ କୁକୁଡ଼ାକୁ ନେଇ ମମତା ବାନାର୍ଜୀଙ୍କ ହାକିମାତି ଦେଖିବାକୁ ମିଳିଛି । ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରି ଯେଉଁ ଆଳୁ ସଙ୍କଟ ସୃଷ୍ଟି କରିଥିଲେ, ତାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଏକପ୍ରକାର ଛକ୍କାପଞ୍ଝା ଚାଲିଥିଲା । ଆଳୁ ସଙ୍କଟ ନେଇ ଓଡ଼ିଶାରେ ଭାଳେଣି ପଡିଥିବାବେଳେ ରାଜନୀତି ମଧ୍ୟ ଜୋର ଧରିଥିଲା। ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ସାଧାରଣ ଖାଉଟି ଅଡୁଆରେ […] The post ପୁଣି ନାଲିଆଖି ଦେଖାଇଲେ ମମତା, ଆଳୁ ପରେ ଏବେ… appeared first on Dharitri Odia News.
ଭୁବନେଶ୍ୱର,୬।୯: ପୁଣି ନାଲିଆଖି ଦେଖାଇଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀ। ଆଳୁ ପରେ ଏବେ କୁକୁଡ଼ାକୁ ନେଇ ମମତା ବାନାର୍ଜୀଙ୍କ ହାକିମାତି ଦେଖିବାକୁ ମିଳିଛି । ଓଡ଼ିଶାକୁ ଆଳୁ ଯୋଗାଣ ବନ୍ଦ କରି ଯେଉଁ ଆଳୁ ସଙ୍କଟ ସୃଷ୍ଟି କରିଥିଲେ, ତାକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ଏକପ୍ରକାର ଛକ୍କାପଞ୍ଝା ଚାଲିଥିଲା । ଆଳୁ ସଙ୍କଟ ନେଇ ଓଡ଼ିଶାରେ ଭାଳେଣି ପଡିଥିବାବେଳେ ରାଜନୀତି ମଧ୍ୟ ଜୋର ଧରିଥିଲା। ଶାସକ ବିରୋଧୀ ମୁହାଁମୁହିଁ ହୋଇଥିବାବେଳେ ସାଧାରଣ ଖାଉଟି ଅଡୁଆରେ ପଡିଥିଲେ। ସେହି ସଙ୍କଟ ଭିତରେ ଆଳୁଦର ୧୦୦ ଛୁଇଁଥିଲା। ଏବେ ପୁଣି ଓଡ଼ିଶାର କୁକୁଡ଼ା ଗାଡ଼ିକୁ ନେଇ ଆରମ୍ଭ ହୋଇଛି ବିବାଦ ।
କୁକୁଡ଼ା ଗାଡ଼ିକୁ ଫେରାଇ ଦେଇଛି ପଶ୍ଚିମବଙ୍ଗ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ଅଣ୍ଡା ଓ କୁକୁଡ଼ା ଗାଡ଼ି ଫେରାଇଦେଇଛି ପଶ୍ଚିମବଙ୍ଗ ପୋଲିସ । ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିଲା ଅଣ୍ଡା ଓ କୁକୁଡ଼ା ଗାଡ଼ି । ସୋନାକଣିଆ ଗେଟ ନିକଟରୁ ଫରାଇଦେଇଛି ପଶ୍ଚିମବଙ୍ଗ ପୋଲିସ । ୩୦ରୁ ଅଧିକ କୁକୁଡ଼ା ଗାଡ଼ି ଓଡ଼ିଶା ଫେରିଆସିଥିବା ଦେଖିବାକୁ ମିଳିଛି । ଓଡ଼ିଶାରେ କିଛି ସ୍ଥାନରେ ବାର୍ଡ ଫ୍ଲୁ ଆତଙ୍କ ବଢିଯିବା ପରେ ପଶ୍ଚିମବଙ୍ଗ ଦେଇ ଯାଉଥିବା କୁକୁଡ଼ା ଓ ଅଣ୍ଡା ଗାଡ଼ି ଛାଡ଼ିବାକୁ ମନା କରୁଥିବା କୁହାଯାଉଛି ।
ଆନ୍ଧ୍ରରୁ ଆସାମ ଯାଉଥିବା ଅଣ୍ଡା ଗାଡିକୁ ବ୍ଲାଡ ଫ୍ଲୁ ଭୟରେ ପୋଲିସ ଛାଡୁ ନ ଥିବାରୁ ଅନେକ ଗାଡ଼ି ଅଟକି ରହିଛି। ପଶ୍ଚିମବଙ୍ଗ ଦେଇ ଯାଉଥିବା ଅନେକ କୁକୁଡ଼ା ଓ ଅଣ୍ଡା ଗାଡ଼ି ସୀମାରେ ଫସି ରହିଛି । ଅନେକ ଗାଡ଼ିକୁ ପଶ୍ଚିମବଙ୍ଗ ପୋଲିସ ଫେରାଇଦେଇଥିବା ଦେଖିବାକୁ ମିଳିଛି । ପଶ୍ଚିମବଙ୍ଗ ଦେଇ ଯାଉଥିବା ଅନେକ କୁକୁଡ଼ା ଓ ଅଣ୍ଡା ଗାଡ଼ି ସୀମାରେ ଫସି ରହିଛି । ଅନେକ ଗାଡ଼ିକୁ ପଶ୍ଚିମବଙ୍ଗ ପୋଲିସ ଫେରାଇଦେଇଥିବା ଦେଖିବାକୁ ମିଳିଛି ।
The post ପୁଣି ନାଲିଆଖି ଦେଖାଇଲେ ମମତା, ଆଳୁ ପରେ ଏବେ… appeared first on Dharitri Odia News.