କୋଲକାତା ବଳାତ୍କାର ହତ୍ୟା ଘଟଣାରେ ସିବିଆଇର ବଡ ଆକ୍ସନ, ସନ୍ଦୀପ ଘୋଷ…
କୋଲକାତା,୧୪।୯: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସିବିଆଇ ଏକ ବଡ ପଦକ୍ଷେପ ନେଇଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଶନିବାର ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି। ସେ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି। ଏହାପୂର୍ବରୁ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ପୂର୍ବତନ ପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ବଳାତ୍କାର-ହତ୍ୟା ମାମଲାରେ ଏକ ନୂଆ ଗିରଫ […] The post କୋଲକାତା ବଳାତ୍କାର ହତ୍ୟା ଘଟଣାରେ ସିବିଆଇର ବଡ ଆକ୍ସନ, ସନ୍ଦୀପ ଘୋଷ… appeared first on Dharitri Odia News.
କୋଲକାତା,୧୪।୯: କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଜଣେ ଜୁନିଅର ମହିଳା ଡାକ୍ତରଙ୍କୁ ବଳାତ୍କାର-ହତ୍ୟା ମାମଲାରେ ସିବିଆଇ ଏକ ବଡ ପଦକ୍ଷେପ ନେଇଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଶନିବାର ଆର.ଜି କର ମେଡିକାଲ କଲେଜର ପୂର୍ବତନ ପ୍ରିନ୍ସିପାଲ ସନ୍ଦୀପ ଘୋଷଙ୍କୁ ଗିରଫ କରିଛି। ସେ ୨୩ ସେପ୍ଟେମ୍ବର ପର୍ଯ୍ୟନ୍ତ ନ୍ୟାୟିକ ହେପାଜତରେ ଅଛନ୍ତି।
ଏହାପୂର୍ବରୁ ଆର୍ଥିକ ଅନିୟମିତତା ମାମଲାରେ ସିବିଆଇ ପୂର୍ବତନ ପ୍ରିନ୍ସିପାଲଙ୍କୁ ଗିରଫ କରିଥିଲା। ବର୍ତ୍ତମାନ ବଳାତ୍କାର-ହତ୍ୟା ମାମଲାରେ ଏକ ନୂଆ ଗିରଫ କରାଯାଇଛି। ଆରଜି କର ବଳାତ୍କାର ମାମଲାର ତଦନ୍ତରେ ଏଫଆଇଆର୍ ରେଜିଷ୍ଟ୍ରେସନରେ ବିଳମ୍ବ ହେବା ଏବଂ ପ୍ରମାଣ ଗାଏବ ହେବା ଅଭିଯୋଗରେ ସନ୍ଦୀପ ଘୋଷ ଏବଂ ତାଲା ପୋଲିସ ଷ୍ଟେଶନର ଏସଏଚଓ ଅଭିଜିତ ମଣ୍ଡଳଙ୍କୁ ସିବିଆଇ ଗିରଫ କରିଛି। ସନ୍ଦୀପଙ୍କୁ ରବିବାର ସିୟାଲଦା କୋର୍ଟରେ ହାଜର କରାଯିବ।
ସୂଚନାନୁସାରେ, ସିବିଆଇ ତଦନ୍ତରୁ ଜଣାପଡିଛି ଯେ ଉଭୟ ସନ୍ଦୀପ ଘୋଷ ଏବଂ କୋଲକାତା ପୋଲିସର ଏସଏଚଓ ଯାଞ୍ଚରେ ବିଳମ୍ବ କରିବା ସହ ପ୍ରମାଣକୁ ଖଣ୍ଡନ କରି ନ୍ୟାୟ ଦେବାରେ ବାଧା ସୃଷ୍ଟି କରିଥିବା ଅଭିଯୋଗ ହୋଇଛି। ଏହାପୂର୍ବରୁ, ଆର୍ଥିକ ଅନିୟମିତତା ମାମଲାରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) କୋର୍ଟ ସନ୍ଦୀପ ଘୋଷ ଏବଂ ଅନ୍ୟ ତିନିଜଣଙ୍କୁ ସେପ୍ଟେମ୍ବର ୨୩ ପର୍ଯ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇଥିଲେ।
ଘୋଷଙ୍କୁ ବର୍ତ୍ତମାନ ପ୍ରେସିଡେନ୍ସି ସେଣ୍ଟ୍ରାଲ ଜେଲର ଏକ ପୃଥକ କୋଠରୀରେ ରଖାଯାଇଛି, ଯେଉଁଠାରେ ତାଙ୍କୁ ଏହି ସପ୍ତାହ ପୂର୍ବରୁ ଅଣାଯାଇଥିଲା। ସନ୍ଦୀପ ଘୋଷଙ୍କୁ ସେପ୍ଟେମ୍ବର ୨ରେ ସିବିଆଇ ଗିରଫ କରିଥିଲା। କ୍ୟାମ୍ପସରେ ଜଣେ ଜୁନିଅର ଡାକ୍ତରଙ୍କ ବଳାତ୍କାର ଓ ହତ୍ୟା ପରେ ଏହି ଘଟଣାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛି କଲିକତା ହାଇକୋର୍ଟ।
ସୂଚନାଯୋଗ୍ୟ, ଅଗଷ୍ଟ ୯ରେ, କୋଲକାତାର ଆର.ଜି କର ମେଡିକାଲ କଲେଜ ଏବଂ ହସ୍ପିଟାଲର ସେମିନାର ହଲରେ ୩୧ବର୍ଷିୟା ଜୁନିଅର ଡାକ୍ତରଙ୍କ ମୃତଦେହ ମିଳିଥିଲା। ପୋଷ୍ଟ ମର୍ଟମ ରିପୋର୍ଟରୁ ଜଣାପଡିଥିଲା ଯେ ତାଙ୍କୁ ହତ୍ୟା କରାଯିବା ପୂର୍ବରୁ ତାଙ୍କୁ ଅତି ନିର୍ମମ ଭାବେ ବଳାତ୍କାର କରାଯାଇଥିଲା। ଏହି ଘଟଣାକୁ ନେଇ ସାରା ଦେଶରେ ଡାକ୍ତରମାନେ ଧର୍ମଘଟ କରି ବିରୋଧ ପ୍ରଦର୍ଶନ କରିଥିଲେ।
The post କୋଲକାତା ବଳାତ୍କାର ହତ୍ୟା ଘଟଣାରେ ସିବିଆଇର ବଡ ଆକ୍ସନ, ସନ୍ଦୀପ ଘୋଷ… appeared first on Dharitri Odia News.