ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନସର ରୋଗୀ

ନୂଆଦିଲ୍ଲୀ,୪।୧:କ୍ୟାନସର୍‌ ଏପରି ଏକ ମାରାତ୍ମକ ରୋଗ, ଯାହାଦ୍ୱାରା ସାରା ବିଶ୍ୱରେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟାଇଥାଏ। କ୍ୟାନସର୍‌ ରୋଗ ଭାରତରେ ଏହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏସିଆ ମହାଦେଶରେ ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନସର୍‌ ରୋଗୀ ଅଛନ୍ତି। ଦି ଲାନସେଟ ସାଉଥ୍‌ଇଷ୍ଟ ଏସିଆ ମାଗାଜିନ୍‌ର ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୯ରେ ଭାରତରେ ୧୨ ଲକ୍ଷ ନୂତନ କ୍ୟାନସର୍‌ ରୋଗ ଦେଖିବାକୁ ମିଳିଥିଲା। ସେହି ବର୍ଷ ୯.୩ ଲକ୍ଷ ରୋଗୀ କ୍ୟାନସର୍‌ ରୋଗରେ […] The post ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନସର ରୋଗୀ appeared first on Dharitri Odia News.

ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନସର ରୋଗୀ

ନୂଆଦିଲ୍ଲୀ,୪।୧:କ୍ୟାନସର୍‌ ଏପରି ଏକ ମାରାତ୍ମକ ରୋଗ, ଯାହାଦ୍ୱାରା ସାରା ବିଶ୍ୱରେ ପ୍ରତିଦିନ ହଜାର ହଜାର ଲୋକଙ୍କ ମୃତ୍ୟୁ ଘଟାଇଥାଏ। କ୍ୟାନସର୍‌ ରୋଗ ଭାରତରେ ଏହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏସିଆ ମହାଦେଶରେ ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନସର୍‌ ରୋଗୀ ଅଛନ୍ତି। ଦି ଲାନସେଟ ସାଉଥ୍‌ଇଷ୍ଟ ଏସିଆ ମାଗାଜିନ୍‌ର ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୯ରେ ଭାରତରେ ୧୨ ଲକ୍ଷ ନୂତନ କ୍ୟାନସର୍‌ ରୋଗ ଦେଖିବାକୁ ମିଳିଥିଲା। ସେହି ବର୍ଷ ୯.୩ ଲକ୍ଷ ରୋଗୀ କ୍ୟାନସର୍‌ ରୋଗରେ ମୃତ୍ୟୁ ବରଣ କରିଥିଲେ।
୨୦୧୯ରେ, ଏସିଆରେ ୯୪ ଲକ୍ଷ ନୂତନ କ୍ୟାନସର୍‌ ରୋଗ ହୋଇଥିଲା। ଚଳିତ ବର୍ଷ ଏସିଆରେ କ୍ୟାନସର୍‌ ରୋଗ ହେତୁ ୫୬ ଲକ୍ଷ ଲୋକଙ୍କ ମୃତ୍ୟୁ ହେବାର ରେକର୍ଡ ରହିଛି। ଏହି ତାଲିକାରେ ଚାଇନାରେ ସର୍ବାଧିକ କ୍ୟାନସର୍‌ ରୋଗୀ (୪୮ ଲକ୍ଷ) ଦେଖାଯାଇଥିଲେ ଏବଂ ଚାଇନାରେ କ୍ୟାନସର୍‌ କାରଣରୁ ୨୭ ଲକ୍ଷ ମୃତ୍ୟୁ ଘଟିଥିଲା। ୧୯୯୦ ରୁ ୨୦୧୯ ମଧ୍ୟରେ ଏସିଆର ୪୯ଟି ଦେଶରେ ଅଧ୍ୟୟନ ସମୟରେ ସାମୟିକ ଢାଞ୍ଚା ୨୯ ପ୍ରକାରର କ୍ୟାନସର୍‌ ରୋଗର ଏକ ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଇଥିଲା। ଏହି ଅନୁସନ୍ଧାନରେ ଏହି ରିପୋର୍ଟ ଏବଂ ଆକଳନ ସାମ୍ନାକୁ ଆସିଛି। ଏହି ତାଲିକାରେ ଜାପାନ ମଧ୍ୟ ସାମିଲ ହୋଇଛି, ଏଠାରେ ୨୦୧୯ରେ ୯ ଲକ୍ଷ ନୂତନ କ୍ୟାନସର୍‌ ରୋଗୀ ଏବଂ କ୍ୟାନସର୍‌ କାରଣରୁ ୪.୪ ଲକ୍ଷ ମୃତ୍ୟୁ ଘଟିଥିଲା।

The post ଚାଇନା ପରେ ଭାରତରେ ସର୍ବାଧିକ କ୍ୟାନସର ରୋଗୀ appeared first on Dharitri Odia News.