ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ!

ନୂଆଦିଲ୍ଲୀ/ବେଜିଂ,୧୨।୧୧: ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ଦେଶ ନିରନ୍ତର ଉଦ୍ୟମ କରୁଛନ୍ତି। ଗତ ମାସରେ ରୁଷିଆର କାଜାନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହାପୂର୍ବରୁ, ଭାରତ ଏବଂ ଚାଇନା ମଧ୍ୟରେ ଏଲଏସି ଉପରେ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ନିଜସ୍ବ ସୈନ୍ୟ ପ୍ରତ୍ୟାହାର କରିବାକୁ ଏକ ଚୁକ୍ତିନାମା ହୋଇଥିଲା। ବର୍ତ୍ତମାନ ଉଭୟ ଦେଶ ସମ୍ପର୍କକୁ ଆଗକୁ ବଢାଇବାକୁ […] The post ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ! appeared first on Dharitri Odia News.

ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ!

ନୂଆଦିଲ୍ଲୀ/ବେଜିଂ,୧୨।୧୧: ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କକୁ ସୁଦୃଢ କରିବା ପାଇଁ ଉଭୟ ଦେଶ ନିରନ୍ତର ଉଦ୍ୟମ କରୁଛନ୍ତି। ଗତ ମାସରେ ରୁଷିଆର କାଜାନ ସହରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ କଥାବାର୍ତ୍ତା ହୋଇଥିଲା। ଏହାପୂର୍ବରୁ, ଭାରତ ଏବଂ ଚାଇନା ମଧ୍ୟରେ ଏଲଏସି ଉପରେ ପୂର୍ବ ସ୍ଥିତିକୁ ଫେରାଇ ଆଣିବା ପାଇଁ ନିଜସ୍ବ ସୈନ୍ୟ ପ୍ରତ୍ୟାହାର କରିବାକୁ ଏକ ଚୁକ୍ତିନାମା ହୋଇଥିଲା। ବର୍ତ୍ତମାନ ଉଭୟ ଦେଶ ସମ୍ପର୍କକୁ ଆଗକୁ ବଢାଇବାକୁ ଆଗାମୀ ଦିନରେ ଆହୁରି ଅନେକ ଉଦ୍ୟମ କରିବେ।

ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଚାଇନା ଗସ୍ତ କରିପାରନ୍ତି। ଇଣ୍ଡିଆନ ଏକ୍ସପ୍ରେସର ରିପୋର୍ଟ ଅନୁଯାୟୀ, ଆସନ୍ତା ବର୍ଷ ଚାଇନାରେ ଆୟୋଜିତ ହେବାକୁ ଥିବା ଏସସିଓ ବୈଠକରେ ଯୋଗଦେବା ପାଇଁ ମୋଦି ବେଜିଂ ଯାଇପାରନ୍ତି। ନିକଟରେ ନୂଆଦିଲ୍ଲୀରେ ଥିବା ଚାଇନା ଦୂତାବାସର ଅଧିକାରୀମାନେ ଭାରତୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା ବେଳେ ଏସବୁ କହିଥିଲେ। ରିପୋର୍ଟ ଅନୁଯାୟୀ, ଏଲଏସିରେ ସ୍ଥିତି ସୁଧାରିବା ପରେ ଦୁଇ ଦେଶ ମଧ୍ୟରେ ସିଧାସଳଖ ବିମାନ ଉଡ଼ାଣ, ଚାଇନା ନାଗରିକଙ୍କୁ ଭିସା ପ୍ରଦାନ, ଅନେକ ମୋବାଇଲ ଆପ ଉପରେ ପ୍ରତିବନ୍ଧକ ହଟାଇବା, ଚାଇନା ସାମ୍ବାଦିକମାନଙ୍କୁ ଭାରତରେ ରିପୋର୍ଟ କରିବାକୁ ଏବଂ ଅଧିକ ଭାରତୀୟ ଫିଲ୍ମର ସ୍କ୍ରିନିଂ କରିବାକୁ ଅନୁମତି ଦିଆଯାଇଛି। ଚାଇନାର ସିନେମାଗୁଡ଼ିକରେ ଏହାକୁ ପ୍ରଦର୍ଶନ କରିବା ପାଇଁ ଆଲୋଚନା ଚାଲିଛି । ଆଗାମୀ ସମୟରେ ଏହି ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇପାରେ।
ଏହି ରିପୋର୍ଟରେ କୁହାଯାଇଛି ଯେ ଆସନ୍ତା ବର୍ଷ ପ୍ରଧାନମନ୍ତ୍ରୀ ମୋଦି ବେଜିଂକୁ ଆସି ସାଂଘାଇ ସହଯୋଗ ସଂଗଠନ ବୈଠକରେ ଯୋଗଦେବେ। ଗତ ମାସରେ ପାକିସ୍ତାନରେ ଏସସିଓ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଭାରତ ପକ୍ଷରୁ ଅଂଶଗ୍ରହଣ କରିଥିଲେ।
ଚାଇନା ଅଧିକାରୀମାନେ ବିଶ୍ୱାସ କରନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ଏବଂ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ଅଛି । କାଜାନରେ ପ୍ରସ୍ତୁତ ଏଜେଣ୍ଡା ବ୍ୟତୀତ ଉଭୟ ନେତା ବ୍ୟକ୍ତିଗତ ଭାବେ ପରସ୍ପର ସହ କଥା ହୋଇଥିଲେ। ଉଭୟ ନେତା ସମ୍ପର୍କକୁ ସୁଦୃଢ କରିବାକୁ ଚାହୁଁଛନ୍ତି। ଗତ ପାଞ୍ଚ ବର୍ଷ ମଧ୍ୟରେ ଦୁଇ ନେତାଙ୍କ ଏହା ପ୍ରଥମ ମୁହାଁମୁହିଁ ବୈଠକ ଥିଲା।

The post ଚାଇନା ଯାଇପାରନ୍ତି ମୋଦି, ଦିଲ୍ଲୀରେ ବେଜିଂ ଅଧିକାରୀ ଆକ୍ଟିଭ! appeared first on Dharitri Odia News.