ଚାଇନାକୁ ବଡ଼ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୧୫।୫: ଚାଇନାର ଉତ୍ପାଦ ଉପରେ ଆମେରିକା ଭାରି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଇଲେକ୍ଟ୍ରିକ ଯାନ, ବ୍ୟାଟେରୀ, ଷ୍ଟିଲ, ସୌର ସେଲ୍‌ ଏବଂ ଆଲୁମିନିୟମ ସାମିଲ ଅଛି। ବୈଦ୍ୟୁତିକ ଯାନ ଉପରେ ୧୦୦ ପ୍ରତିଶତ, ସେମିକଣ୍ଡକ୍ଟର ଉପରେ ୫୦ପ୍ରତିଶତ ଏବଂ ବୈଦ୍ୟୁତିକ ଯାନ ବ୍ୟାଟେରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରାଯାଇଛି। ହ୍ବାଇଟ ହାଉସର ରୋଜ ଗାର୍ଡେନରେ ଦେଶକୁ ସମ୍ବୋଧିତ କରୁଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନ ଏହା ଘୋଷଣା କରିଛନ୍ତି। […] The post ଚାଇନାକୁ ବଡ଼ ଝଟ୍‌କା ଦେଲା ଆମେରିକା appeared first on Dharitri Odia News.

ଚାଇନାକୁ ବଡ଼ ଝଟ୍‌କା ଦେଲା ଆମେରିକା

ଓ୍ବାଶିଂଟନ୍‌,୧୫।୫: ଚାଇନାର ଉତ୍ପାଦ ଉପରେ ଆମେରିକା ଭାରି ଟିକସ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଏଥିରେ ଇଲେକ୍ଟ୍ରିକ ଯାନ, ବ୍ୟାଟେରୀ, ଷ୍ଟିଲ, ସୌର ସେଲ୍‌ ଏବଂ ଆଲୁମିନିୟମ ସାମିଲ ଅଛି। ବୈଦ୍ୟୁତିକ ଯାନ ଉପରେ ୧୦୦ ପ୍ରତିଶତ, ସେମିକଣ୍ଡକ୍ଟର ଉପରେ ୫୦ପ୍ରତିଶତ ଏବଂ ବୈଦ୍ୟୁତିକ ଯାନ ବ୍ୟାଟେରୀ ଉପରେ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବାକୁ ଘୋଷଣା କରାଯାଇଛି। ହ୍ବାଇଟ ହାଉସର ରୋଜ ଗାର୍ଡେନରେ ଦେଶକୁ ସମ୍ବୋଧିତ କରୁଥିବାବେଳେ ରାଷ୍ଟ୍ରପତି ଜୋ ବାଇଡେନ ଏହା ଘୋଷଣା କରିଛନ୍ତି।
ଆମେରିକା ଚାହୁଁଥିବା ଯେକୌଣସି ପ୍ରକାର କାର କିଣିବା ଜାରି ରଖିବ ବୋଲି ବାଇଡେନ କହିଛନ୍ତି। କିନ୍ତୁ ଚାଇନାକୁ ଏହି କାରଗୁଡିକର ବଜାରକୁ ଅନ୍ୟାୟ ଭାବରେ ନିୟନ୍ତ୍ରଣ କରିବାକୁ ଦେବ ନାହିଁ। ସେ କହିଛନ୍ତି, ମୁଁ ବିବାଦ ନୁହେଁ, ଚାଇନା ସହିତ ଉଚିତ ପ୍ରତିଯୋଗିତା ଚାହୁଁଛି। ଚାଇନା ବିପକ୍ଷରେ ଏକବିଂଶ ଶତାବ୍ଦୀର ଅର୍ଥନୈତିକ ପ୍ରତିଯୋଗିତାରେ ଜିତିବା ପାଇଁ ଆମେ ଅନ୍ୟ ଦେଶ ଅପେକ୍ଷା ଏକ ଶକ୍ତିଶାଳୀ ସ୍ଥିତିରେ ଅଛୁ। କାରଣ ଆମେ ଆମେରିକାରେ ବିନିଯୋଗ କରୁଛୁ।

The post ଚାଇନାକୁ ବଡ଼ ଝଟ୍‌କା ଦେଲା ଆମେରିକା appeared first on Dharitri Odia News.