୬ ମାସ ହୋଇନି ଦବିଗଲା ରାସ୍ତା

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କମାଳବାରି -ରାଇପଲ୍ଲୀ ରାସ୍ତାର ବଡ ନଦୀ ଉପରେ ପ୍ରାୟ ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ହାଇଲେଭଲ ସେତୁ ନିର୍ମାଣ ହୋଇଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଉଦଘାଟନ ହୋଇଥିଲା। ତେବେ ଏହାର ୬ ମାସନ ହେଉଣୁ ସେତୁ ଉପରେ ଛୋଟ ଖାତ ଦେଖାଗଲାଣି। ଏଥିସହ ସେତୁକୁ ଲାଗି ହୋଇଥିବା ପିଚୁ ରୋଡର ଉଭୟ ପାଶ୍ୱର୍ର୍ ଦବି ଗଲାଣି। ଏହାକୁ […] The post ୬ ମାସ ହୋଇନି ଦବିଗଲା ରାସ୍ତା appeared first on Dharitri Odia News.

୬ ମାସ ହୋଇନି ଦବିଗଲା ରାସ୍ତା

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଭଞ୍ଜନଗର ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କମାଳବାରି -ରାଇପଲ୍ଲୀ ରାସ୍ତାର ବଡ ନଦୀ ଉପରେ ପ୍ରାୟ ୧୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଏକ ହାଇଲେଭଲ ସେତୁ ନିର୍ମାଣ ହୋଇଥିଲା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଉଦଘାଟନ ହୋଇଥିଲା। ତେବେ ଏହାର ୬ ମାସନ ହେଉଣୁ ସେତୁ ଉପରେ ଛୋଟ ଖାତ ଦେଖାଗଲାଣି। ଏଥିସହ ସେତୁକୁ ଲାଗି ହୋଇଥିବା ପିଚୁ ରୋଡର ଉଭୟ ପାଶ୍ୱର୍ର୍ ଦବି ଗଲାଣି। ଏହାକୁ ନେଇ ଗ୍ରାମବାସୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ରାଇପଲ୍ଲୀ ଗ୍ରାମର କାଳିଆ ଜେନା କହିଛନ୍ତି ଯେ, ନିମ୍ନମାନର କାର୍ଯ୍ୟ ଯୋଗୁ ଏହିଭଳି ସମସ୍ୟା ଦେଖାଦେଇଛି। ଖାଲ ହୋଇଥିବା ରାସ୍ତାକୁ ତୁରନ୍ତ ମରାମତି ସହ ଦୋଷୀଙ୍କ ବିରୋଧରେ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି। ଅପରପକ୍ଷେ ଅଧୀକ୍ଷଣ ଯନ୍ତ୍ରୀ ନାରଣ ମୁର୍ମୁଙ୍କ ସହ ଯୋଗାଯୋଗ କରିବାରୁ ସେ ଫୋନ ନ ଉଠାଇବାରୁ ମିଳିପାରିନାହିଁ।

The post ୬ ମାସ ହୋଇନି ଦବିଗଲା ରାସ୍ତା appeared first on Dharitri Odia News.