ଚାଉଳରେ ପୋକ ଲାଗୁଛି କି? ଆପଣାନ୍ତୁ ଏହି ଟିପ୍ସ
ଚାଉଳରେ ପୋକ ନ ଲାଗିବା ପାଇଁ ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ରଖାଯାଇଥାଏ। କିନ୍ତୁ ଏହା ବଦଳରେ ଆପଣ ଚାହିଁଲେ ଘରୋଇ ଉପାୟରେ ଚାଉଳକୁ ଅନେକ ଦିନ ସୁରକ୍ଷିତ ରଖିପାରିବେ… ପ୍ରଥମ କଥା ହେଉଛି ଚାଉଳକୁ ଏକ ଶୁଖିଲା ସ୍ଥାନରେ ରଖନ୍ତୁ। ଚାଉଳରେ ପାଣି ଲାଗିଲେ ସେଥିରେ ଶୀଘ୍ର ପୋକ ହୋଇଯାନ୍ତି। ଚାଉଳରେ ପୋକ ନ ଲାଗିବା ପାଇଁ ସେଥିରେ ନିମ୍ବପତ୍ର ପକାନ୍ତୁ। ତେବେ ପତ୍ର ପକାଇବା ପୂର୍ବରୁ ଭଲଭାବେ ଖରାରେ ଶୁଖାଇ ଦିଅନ୍ତୁ। ପ୍ରଥମେ […] The post ଚାଉଳରେ ପୋକ ଲାଗୁଛି କି? ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.
ଚାଉଳରେ ପୋକ ନ ଲାଗିବା ପାଇଁ ସେଥିରେ ବିଭିନ୍ନ ପ୍ରକାର ରାସାୟନିକ ଔଷଧ ରଖାଯାଇଥାଏ। କିନ୍ତୁ ଏହା ବଦଳରେ ଆପଣ ଚାହିଁଲେ ଘରୋଇ ଉପାୟରେ ଚାଉଳକୁ ଅନେକ ଦିନ ସୁରକ୍ଷିତ ରଖିପାରିବେ…
ପ୍ରଥମ କଥା ହେଉଛି ଚାଉଳକୁ ଏକ ଶୁଖିଲା ସ୍ଥାନରେ ରଖନ୍ତୁ। ଚାଉଳରେ ପାଣି ଲାଗିଲେ ସେଥିରେ ଶୀଘ୍ର ପୋକ ହୋଇଯାନ୍ତି।
ଚାଉଳରେ ପୋକ ନ ଲାଗିବା ପାଇଁ ସେଥିରେ ନିମ୍ବପତ୍ର ପକାନ୍ତୁ। ତେବେ ପତ୍ର ପକାଇବା ପୂର୍ବରୁ ଭଲଭାବେ ଖରାରେ ଶୁଖାଇ ଦିଅନ୍ତୁ। ପ୍ରଥମେ ଚାଉଳ ରଖିଥିବା ପାତ୍ରର ତଳେ ତା’ପରେ ମଝିରେ ଓ ଉପରେ କିଛି ଶୁଖିଲା ପତ୍ର ରଖି ଚାଉଳ ରଖନ୍ତୁ।
ଏହିପରି ଚାଉଳ ଭିତରେ ଆପଣ ପୁଦିନାପତ୍ର ଓ କଲରାପତ୍ରକୁ ମଧ୍ୟ ଶୁଖାଇ ରଖିପାରିବେ। ଏହିସବୁ ପତ୍ରର ଗନ୍ଧରେ ଚାଉଳରେ ଶୀଘ୍ର ପୋକ ହୋଇ ନ ଥାନ୍ତି।
ଲବଙ୍ଗ ଓ କର୍ପୂର ଗନ୍ଧରେ ଚାଉଳରେ ଶୀଘ୍ର ପୋକ ଲାଗନ୍ତି ନାହିଁ। ତେଣୁ ଏସବୁକୁ ମଧ୍ୟ ଚାଉଳ ଭିତରେ ରଖିଲେ ଅଧିକ ଦିନ ସୁରକ୍ଷିତ ରହିବ।
ଚାଉଳ ବା ଗହମ ଭିତରେ ପୋକ ନ ଲାଗିବା ପାଇଁ ରସୁଣକୁ ରଖିହେବ। ଏହାର ଗନ୍ଧରେ ପୋକ ହୋଇ ନ ଥାନ୍ତି। ତେଣୁ ରସୁଣକୁ ପାଖୁଡ଼ା ଖୋଲି ଗୋଟି ଗୋଟି କରି ରଖି ଦିଅନ୍ତୁ। ଅଧିକ ଦିନ ରହିବା ପରେ ଯଦି ଶୁଖିଯାଏ ତେବେ ରସୁଣକୁ ବଦଳାଇ ପୁଣି ନୂଆ ରଖନ୍ତୁ।
The post ଚାଉଳରେ ପୋକ ଲାଗୁଛି କି? ଆପଣାନ୍ତୁ ଏହି ଟିପ୍ସ appeared first on Dharitri Odia News.