ଚାକିରି ଛଡ଼ାଇ ନେବ କି AI ? ଫ୍ରାନ୍ସରେ ସବୁଠୁ ବଡ଼ ପ୍ରଶ୍ନର ଜବାବ ଦେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଗ ନେଇଛନ୍ତି । ଏହି ଅବସରେ ପ୍ରଧାନମନ୍ତ୍ରୀ ମୋଦୀ ଏଆଇ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେସିଜେନ୍ସି ଯୋଗୁ ନିଯୁକ୍ତି ଯିବ ନାହିଁ ବରଂ ନୂତନ ପ୍ରକାରର ସୁଯୋଗ ସୃଷ୍ଟି ହେବ । ଶିକ୍ଷା ଏବଂ କୃଷି ପରି କ୍ଷେତ୍ରରେ ଏଆଇର ବ୍ୟବହାର କଥା ସେ ଉଲ୍ଲେଖ କରିଛନ୍ତି । ଏହାସହ ଏଆଇ ବିପଦର ସାମନା କରିବା ପାଇଁ ବୈଶ୍ୱିକ ସହଯୋଗ ଉପରେ ବି ଜୋର ଦେଇଛନ୍ତି । ପ୍ୟାରିସରେ ଆୟୋଜିତ ଏହି ସମ୍ମିଳନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଉପରେ କେନ୍ଦ୍ରିତ ରହିଛି । ଏହି ଅବସରରେ ପିଏମ୍ ମୋଦୀ ଲୋକଙ୍କ ଦ୍ୱାରା ସବୁଠୁ ଅଧିକ ପଚରା ଯାଉଥିବା ପ୍ରଶ୍ନର ବି ଉତ୍ତର ଦେଇଛନ୍ତି । ଏହି ପ୍ରଶ୍ନ ହେଉଛି- କଣ ଏଆଇ ଲୋକଙ୍କ ଚାକିରି ଛଡ଼ାଇ ନେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇତିହାସ ସାକ୍ଷୀ ରହିଛି ଯେ ପ୍ରଯୁକ୍ତି ଦ୍ୱାରା କାମ ଶେଷ ହୁଏ ନାହିଁ । ବରଂ କାମ କରିବାର ପ୍ରକ୍ରିୟାରେ ପରିବର୍ତ୍ତନ ଆସିଥାଏ ଏବଂ ନୂତନ ପ୍ରକାର ରୋଜଗାର ସୃଷ୍ଟି ହୁଏ ।#WATCH | PM Modi addresses the AI Action Summit at the Grand Palais in ParisThe PM says, "I am grateful to my friend President Macron for hosting this summit and for

ଚାକିରି ଛଡ଼ାଇ ନେବ କି AI ? ଫ୍ରାନ୍ସରେ ସବୁଠୁ ବଡ଼ ପ୍ରଶ୍ନର ଜବାବ ଦେଲେ ପିଏମ୍ ମୋଦୀ

ନୂଆଦିଲ୍ଲୀ: ଫ୍ରାନ୍ସର ରାଜଧାନୀ ପ୍ୟାରିସରେ ଆୟୋଜିତ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି (ଏଆଇ) ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାଗ ନେଇଛନ୍ତି । ଏହି ଅବସରେ ପ୍ରଧାନମନ୍ତ୍ରୀ ମୋଦୀ ଏଆଇ ଉପରେ ଅନେକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ କରିଛନ୍ତି । ସେ କହିଛନ୍ତି ଯେ ଆର୍ଟିଫିସିଆଲ୍ ଇଣ୍ଟେସିଜେନ୍ସି ଯୋଗୁ ନିଯୁକ୍ତି ଯିବ ନାହିଁ ବରଂ ନୂତନ ପ୍ରକାରର ସୁଯୋଗ ସୃଷ୍ଟି ହେବ । ଶିକ୍ଷା ଏବଂ କୃଷି ପରି କ୍ଷେତ୍ରରେ ଏଆଇର ବ୍ୟବହାର କଥା ସେ ଉଲ୍ଲେଖ କରିଛନ୍ତି । ଏହାସହ ଏଆଇ ବିପଦର ସାମନା କରିବା ପାଇଁ ବୈଶ୍ୱିକ ସହଯୋଗ ଉପରେ ବି ଜୋର ଦେଇଛନ୍ତି । 

ପ୍ୟାରିସରେ ଆୟୋଜିତ ଏହି ସମ୍ମିଳନୀ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସି ଉପରେ କେନ୍ଦ୍ରିତ ରହିଛି । ଏହି ଅବସରରେ ପିଏମ୍ ମୋଦୀ ଲୋକଙ୍କ ଦ୍ୱାରା ସବୁଠୁ ଅଧିକ ପଚରା ଯାଉଥିବା ପ୍ରଶ୍ନର ବି ଉତ୍ତର ଦେଇଛନ୍ତି । ଏହି ପ୍ରଶ୍ନ ହେଉଛି- କଣ ଏଆଇ ଲୋକଙ୍କ ଚାକିରି ଛଡ଼ାଇ ନେବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଇତିହାସ ସାକ୍ଷୀ ରହିଛି ଯେ ପ୍ରଯୁକ୍ତି ଦ୍ୱାରା କାମ ଶେଷ ହୁଏ ନାହିଁ । ବରଂ କାମ କରିବାର ପ୍ରକ୍ରିୟାରେ ପରିବର୍ତ୍ତନ ଆସିଥାଏ ଏବଂ ନୂତନ ପ୍ରକାର ରୋଜଗାର ସୃଷ୍ଟି ହୁଏ ।

ପ୍ରଧାନମନ୍ତ୍ରୀ ମୋଦୀ ଏଆଇ ଦୁନିଆରେ ଲୋକଙ୍କୁ ନୂଆ ଦକ୍ଷତା ଶିଖିବାର ଆବଶ୍ୟକତା ଉପରେ ଜୋର ଦେଇଛନ୍ତି । ସେ କହିଛନ୍ତି ଯେ ଭବିଷ୍ୟତର ଏଆଇ ଦୁନିଆ ପାଇଁ ଆମ ଲୋକଙ୍କୁ ନୂଆ ସ୍କିଲ୍ ଶିଖାଇବା ଉପରେ ଅଧିକ ନିବେଶ କରିବାର ଆବଶ୍ୟକତା ରହିଛି । ଏଆଇ ଲକ୍ଷ ଲକ୍ଷ ଲୋକଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏଆଇ ଏପରି ଏକ ଦୁନିଆ କରିବାରେ ସହାୟକ ହେବ ଯେଉଁଠି ସ୍ଥାୟୀ ଉର୍ଜା ଲକ୍ଷ୍ୟ ହାସଲକୁ ଶୀଘ୍ର ପୂରଣ କରିପାରିବ । ତେବେ ଏଆଇର ବଢୁଥିବା ପ୍ରଭାବକୁ ଦେଖି ଏଥିରେ ସତର୍କତା ଅବଲମ୍ୱନ କରିବା ଦରକାର ବୋଲି ପିଏମ୍ କହିଛନ୍ତି । ସେ କହିଛନ୍ତି ଯେ ଏଆଇ ଆମର ରାଜନୀତି, ଅର୍ଥବ୍ୟବସ୍ଥା, ସୁରକ୍ଷା ଏବଂ ସମାଜକୁ ପରିବର୍ତ୍ତନ କରୁଛି । ଏଥିପାଇଁ ଆମେ ସମସ୍ତେ ମିଶି କାମ କରିବା ଦରକାର ।